ଓଡିଶା

odisha

ସୂର୍ଯ୍ୟକୁମାରଙ୍କ ନାମରେ ବିରଳ ରେକର୍ଡ, ଏହି ଚମତ୍କାର କରିବାରେ ଦ୍ବିତୀୟ ଭାରତୀୟ କ୍ରିକେଟର

By

Published : Nov 20, 2022, 10:26 PM IST

ଆଜି (ରବିବାର) ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକୀୟ ଇନିଂସ ଖେଳିବା ପରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦୁଇ ଥର ଶତକ ହାସଲ କରିବାରେ ଦ୍ବିତୀୟ ଭାରତୀୟ କ୍ରିକେଟର ହୋଇପାରିଛନ୍ତି । ଅଧିକ ପଢନ୍ତୁ

ଏହି ଉପଲବ୍ଧି ପରେ Sky ହେଲେ ଦ୍ବିତୀୟ ଭାରତୀୟ କ୍ରିକେଟର
ଏହି ଉପଲବ୍ଧି ପରେ Sky ହେଲେ ଦ୍ବିତୀୟ ଭାରତୀୟ କ୍ରିକେଟର

ହ୍ରାଇଦ୍ରାବାଦ:ଦମଦାର ଫର୍ମରେ ଅଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଆଜି (ରବିବାର ) ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକୀୟ ଇନିଂସ ଖେଳିବା ପରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦୁଇ ଥର ଶତକ ହାସଲ କରିବାରେ ଦ୍ବିତୀୟ ଭାରତୀୟ କ୍ରିକେଟର ହୋଇପାରିଛନ୍ତି । ଅଧିନାୟକ ରୋହିତ ଶର୍ମା ବର୍ଷ ୨୦୧୮ ଗୋଟିଏ କ୍ୟାଲେଣ୍ଡର ବର୍ଷରେ, ଟି୨୦ ଫର୍ମାଟରେ ଦୁଇଟି ଶତକ ହାସଲ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷ ୩ ଟିକିଆ ଟି୨୦ ସିରିଜରେ ରବିବାର ଖେଳାଯାଇଥିବା ମ୍ୟାଚରେ Sky ୫୧ ବଲରୁ ୧୧୧ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ତେବେ ତାଙ୍କର ଏହି ଉପଲବ୍ଧି ପରେ ସେ ଟି୨୦ ଫର୍ମାଟରେ ଏକରୁ ଅଧିକ ଶତକ ହାସଲ କରିଥିବା ଭାରତୀୟ କ୍ଲବରେ ସାମିଲ ହୋଇଛନ୍ତି । ତେବେ ଏହି କ୍ଲବରେ ପୂର୍ବରୁ ଏଣ୍ଟ୍ରି ମାରିଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଓ ଲୋକେଶ ରାହୁଲ । ସୂର୍ଯ୍ୟକୁମାର ଯାଦବ ଟି୨୦ ଫର୍ମାଟରେ ପ୍ରଥମ ଶତକ ଜୁଲାଇ ମାସରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହାସଲ କରିଥିଲେ ।

୩ ଟିକିଆ ଟି୨୦ ସିରିଜ୍ ବିଶିଷ୍ଟ ଆଜି (ରବିବାର) ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ୬୫ ରନରେ ବିଜୟୀ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ମେନ୍ ଇନ୍ ବ୍ଲୁ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୧ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୧୮.୫ ଓଭରରେ ୧୨୬ ରନ କରି ଅଲଆଉଟ୍‌ ହୋଇଥିଲା ।

ABOUT THE AUTHOR

...view details