ଓଡିଶା

odisha

ETV Bharat / sports

BCCI ଚୟନ କମିଟିକୁ ଗାଭାସ୍କରଙ୍କ ଟାର୍ଗେଟ୍, କହିଲେ ଫିଟନେସ ବିଶେଷଜ୍ଞ କିଏ ? - ୟୋ ୟୋ

ଟିମରେ ସିଲେକ୍ସନ ନେଇ ହେବାକୁ ଥିବା ୟୋ ୟୋ ଟେଷ୍ଟ ଏବଂ ଡେକ୍ସା ଟେଷ୍ଟ ନିଷ୍ପତ୍ତିକୁ ଆଲୋଚନା କରିଛନ୍ତି ସୁନୀଲ ଗାଭାସ୍କର । ସେ କହିଛନ୍ତି ଟିମ ଚୟନର ମୁଖ୍ୟ ଆଧାର ହେଉଛି ଫିଟନେସ । ଅଧିକ ପଢନ୍ତୁ

ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର
ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର

By

Published : Jan 9, 2023, 8:12 PM IST

ହାଇଦ୍ରାବାଦ:ଖେଳାଳି ସିଲେକ୍ସନ ନେଇ BCCIକୁ ସମାଲୋଚନା କରିଛନ୍ତି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର । ଟିମରେ ସିଲେକ୍ସନ ନେଇ ହେବାକୁ ଥିବା ୟୋ ୟୋ ଟେଷ୍ଟ ଏବଂ ଡେକ୍ସା ଟେଷ୍ଟ ନିଷ୍ପତ୍ତିକୁ ଆଲୋଚନା କରିଛନ୍ତି ସୁନୀଲ ଗାଭାସ୍କାର । ସେ କହିଛନ୍ତି ଟିମ ସିଲେସ୍କନର ମୁଖ୍ୟ ଆଧାର ହେଉଛି ଫିଟନେସ । କେବଳ ରନ ଏବଂ ୱିକେଟ ଆଧାରରେ ଦଳ ଚୟନ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଠିକ ନୁହେଁ । ସୁନୀଲ ଗାଭାସ୍କର କହିଛନ୍ତି ଯେ, ଚୟନ ସମୟରେ BCCI ଯୁବ ଖେଳାଳିଙ୍କ ପାଇଁ କିଛି ନିୟମ ଆଣିବା ନେଇ ଘୋଷଣା କରିଥିଲା । ମୁଖ୍ୟତଃ ୟୋ-ୟୋ ଟେଷ୍ଟ ଏବଂ ଫିଟନେସ ଲେବଲ ଯାଞ୍ଚ କରିବା ପାଇଁ ଡେକ୍ସା ଟେଷ୍ଟ ଭଳି ନୂତନ ବୋର୍ଡ ପକ୍ଷରୁ ପରୀକ୍ଷଣ କରାଯିବ । ଯଦି ଖେଳାଳି ଏହି ଟେଷ୍ଟ ପାସ କରି ନ ପାରେ ତାହେଲେ ତାକୁ ଦଳରେ ସ୍ଥାନ ମିଳିବା ମୁସ୍କିଲ ହୋଇଯିବ । ତେଣୁ ବିଶେଷ ଭାବରେ ବୋଲର ହୁଅନ୍ତୁ କିମ୍ବା ବ୍ୟାଟର ଉଭୟଙ୍କ ଫିଟନେସ ଉପରେ ବୋର୍ଡ ଧ୍ୟାନ ଦେବା ଜରୁରୀ ।

ଟିମ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର ଚୟନକର୍ତ୍ତା କମିଟି ଉପରେ ଆଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି, "ଯଦି ଏହି ଫିଟନେସ ଟେଷ୍ଟ ପବ୍ଲିକ ପ୍ଲେସରେ କରାଯିବ ତାହାଲେ ସ୍ପଷ୍ଟ ଭାବରେ ଜଣା ପଡିବ କି କେଉଁ ଖେଳାଳି ୟୋ ୟୋ ଟେଷ୍ଟରେ ପାସ କରିଛନ୍ତି । କେଉଁ ଖେଳାଳି ପାସ କରିବାରେ ବିଫଳ ରହିଛନ୍ତି । ଘଟଣା ବାବଦରେ ସମସ୍ତଙ୍କୁ ସତ୍ୟାସତ୍ୟ ଜଣାପଡିବ । ଏବେ ବୋର୍ଡର ୫ ଜଣିଆ ନୂତନ ଚୟନ କମିଟି ଗଠନ ହୋଇଛି । ହେଲେ ଏହି କମିଟିରେ କ୍ରିକେଟ ବ୍ୟତୀତ ଅନ୍ୟ କୌଣସି ବିଶେଷଜ୍ଞ ନାହାଁନ୍ତି । ଖାସ କରି ବାୟୋ ମେକାନିକ୍ସ ନାହାଁନ୍ତି । ଯେଉଁମାନେ ଖେଳାଳିଙ୍କ ଫିଟନେସକୁ ଠିକ୍ ଭାବରେ ଯାଞ୍ଚ କରି ପାରିବେ । ତେଣୁ ଏହି ଚୟନ କମିଟିରେ କ୍ରିକେଟ ବିଶେଷଜ୍ଞ ବ୍ୟତୀତ ୟୋ-ୟୋ ଟେଷ୍ଟ ଏବଂ ଡେକ୍ସା ଟେଷ୍ଟ ଏବଂ ଖେଳାଳିଙ୍କ ଫିଟନେସ ଯାଞ୍ଚ କରି ପାରୁଥିବା ସଦସ୍ୟ ରହିବା ନିହାତି ଜରୁରୀ । କାହାର ଫିଟନେସ ଠିକ ଅଛି ତାର ସଠିକ ସୂଚନା କ୍ରକେଟ ବିଶେଷଜ୍ଞ ଦେଇପାରିବେ ନାହିଁ । ସେମାନେ କେବଳ ରନ ଏବଂ ୱିକେଟ ଆଧାରରେ ହିଁ ଟିମ ସିଲେକ୍ସନ କରିପାରିବେ ।"

କଣ ଏହି ୟୋ ୟୋ ଟେଷ୍ଟ - ୟୋ ୟୋ ଟେଷ୍ଟରେ ପ୍ରାୟ ୨୩ ଟି ଲେବଲ ରହିଥାଏ । କ୍ରିକେଟରମାନଙ୍କ ପାଇଁ ଏହାର ଆରମ୍ଭ ୫ ଲେବଲରୁ ହୋଇଥାଏ । ୨୦ ମିଟର ଦୂରତାରେ କିଏ ରହିବେ । ସମସ୍ତ ଖେଳାଳିଙ୍କୁ ୨୦ ମିଟର କୋନ ପର୍ଯ୍ୟନ୍ତ ଯିବା ସହିତ ଆସିବାକୁ ମଧ୍ୟ ପଡିଥାଏ । ଯେତେବେଳେ ଲେବଲର ସଂଖ୍ୟା ବଢିଥାଏ ଏହି ଦୂରତାକୁ ପୁରା କରିବା ସମୟ ମଧ୍ୟ କମ ହୋଇଥାଏ । ଏହି ଆଧାରରେ ସ୍କୋର ନିର୍ଣ୍ଣୟ କରାଯାଇଥାଏ । BCCI ୟୋ ୟୋ ଟେଷ୍ଟ ପାସ କରିବା ସ୍କୋର ୧୬.୧ ରଖିଛି ।

କଣ ଏହି ଡେକ୍ସା ଟେଷ୍ଟ -କ୍ରିକେଟରମାନଙ୍କ ଫିଟନେସ ଚେକଅପକୁ ବୈଜ୍ଞାନିକ ରୂପ ଦେବା ପାଇଁ ଡେକ୍ସା ଟେଷ୍ଟକୁ ଫିଟନେସ ପ୍ରୋଗ୍ରାମରେ ସାମିଲ କରାଯାଇଛି । ବୋନ ଡେନସିଟି ଟେଷ୍ଟର ଏହା ଡେକ୍ସା ସ୍କାନ ମଧ୍ୟ କୁହାଯାଇଥାଏ । ଏହା ଏକ ସ୍ବତନ୍ତ୍ର ପ୍ରକାରର ଏକ୍ସରେ ଟେଷ୍ଟ । ଯାହା ହାଡର ଡେନସିଟିକୁ ମାପି ଥାଏ । ଏହା ମାଧ୍ୟମରେ ଫ୍ୟାକ୍ଚର ବାବଦରେ ସଠିକ ସୂଚନା ମିଳିଥାଏ । ଏହା ସହିତ ବଡିର ଫ୍ୟାଟ ପର୍ସେନଣ୍ଟେଜ ମଝ୍ ଏଥିରୁ ଜଣା ପଡିଥାଏ । ଖାଲି ସେତିକି ନୁହଁ ମାଂସ ଏବଂ ଟିସୁ ବାବଦରେ ମଧ୍ୟ ଏଥିରେ ଜଣା ପଡିବ । ୧୦ ମିନିଟର ଟେଷ୍ଟରେ ଏହା ଜଣା ପଡିପାରିବ କି ଖେଳାଳି କେତେ ମାତ୍ରାରେ ଫିଟ୍ ରହିଛି । ଏକ୍ସରେ ସହାୟତାରେ ଏହି ଟେଷ୍ଟ କରାଯିବ ।

ABOUT THE AUTHOR

...view details