ହାଇଦ୍ରାବାଦ:ତୃତୀୟ ଦିନିକିଆ ମ୍ୟାଚ୍ ବିଜୟ ସହ ଦୁର୍ବଳ ଜିମ୍ବାୱେ ବିପକ୍ଷରେ ଲଗାତାର ଚତୁର୍ଥ ଥର ସିରିଜ କ୍ଳିନସୁଇପ୍ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ସିରିଜରେ (Zimbabwe series) ୨-୦ ରେ ଆଗୁଆ ରହିଛି ଭାରତ(Indian Cricket Team) । ନିର୍ଣ୍ଣାୟକ ମ୍ୟାଚରେ କ୍ଲିନସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମ୍ୟାନ ଇନ ବ୍ଲୁ ।
ଦୁର୍ବଳ ଜିମ୍ବାୱେ ବିପକ୍ଷରେ ଲଗାତାର 4ର୍ଥଥର କ୍ଳିନସୁଇପ ଲକ୍ଷ୍ୟରେ ଶକ୍ତିଶାଳୀ ଭାରତ - Zimbabwe series
ଦୁର୍ବଳ ଜିମ୍ବାୱେ ବିପକ୍ଷରେ ଲଗାତାର ଚତୁର୍ଥ ଥର କ୍ଳିନସୁଇପ Clean Sweep ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଶକ୍ତିଶାଳୀ ଭାରତୀୟ ଟିମ । ସୋମବାର ଖେଳାଯିବ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ । ଅଧିକ ପଢନ୍ତୁ
ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆ(1st ODI) ଏବଂ ଦ୍ବିତୀୟ ଦିନିକିଆରେ (2nd ODI) ଶକ୍ତିଶାଳୀ ଭାରତ ସହଜ ବିଜୟ ହାସଲ କରିଥିଲା । ଆସନ୍ତାକାଲି (ସୋମବାର) ଖେଳାଯିବାକୁ ଥିବା ନିର୍ଣ୍ଣାୟକ ମ୍ୟାଚରେ ଭାରତ କ୍ଲିନ ସ୍ବିପ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ସେପଟେ ଜିମ୍ବାୱେ ସମ୍ମାନ ରକ୍ଷା କରିବା ପାଇଁ ଫୁଲ ଦମରେ ମ୍ୟାଚ ଜିତିବାକୁ ପ୍ରୟାସ କରିବ ।
ପୂର୍ବରୁ ଖେଳାଯାଇଥିବା ଭାରତ ଜିମ୍ବାୱେ ବିପକ୍ଷ ସିରିଜରେ ଭାରତ ତିନିଥର( three times) ସିରିଜ କ୍ଲିନସୁଇପ୍ କରିଛି । ଆସନ୍ତାକାଲିର ନିର୍ଣ୍ଣାୟକ ମ୍ୟାଚ୍ ହାତେଇଲେ ଚତୁର୍ଥ ଥର ପାଇଁ ଜିମ୍ବାୱେ ସିରିଜ କ୍ଲିନସୁଇପ କରିବ ଟିମ ଇଣ୍ଡିଆ । ଜିମ୍ବାୱେ ବିପକ୍ଷରେ ଭାରତ କ୍ଲିନସୁଇପ୍ କରିଥିବା ତିନୋଟି ସିରିଜ ୨୦୧୩ରୁ ୨୦୧୬ ମଧ୍ୟରେ ଖେଳାଯାଇଥିଲା । ୨୦୧୩ରେ ୫-୦, ୨୦୧୫ରେ ୩-୦, ୨୦୧୬ ମସିହାରେ ୩-୦ରେ ଭାରତ ସିରିଜ ବାଜିମାତ କରିଥିଲା ଭାରତ ।