ଓଡିଶା

odisha

Asia Cup 2022 Final: ଷଷ୍ଠ ଥର ଟାଇଟଲ ଜିତିଲା ସିଂହଳୀ ସେନା

By

Published : Sep 12, 2022, 8:07 AM IST

ଚଳିତ ଏସିଆ କପ୍ 2022 ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ ହାତେଇଛି ଆୟୋଜକ ଶ୍ରୀଲଙ୍କା ଦଳ । ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଦେଶବାସୀଙ୍କୁ ଟ୍ରଫି ଭେଟି ଦେଇଛି । ଅଧିକ ପଢନ୍ତୁ

Sri Lanka beat Pakistan
Sri Lanka beat Pakistan

ଦୁବାଇ: ଜବରଦସ୍ତ, ପ୍ରଶଂସନୀୟ ପ୍ରଦର୍ଶନ କରି ଷଷ୍ଠ ଥର ପାଇଁ ଏସିଆ କପ୍ ଚମ୍ପିଆନ ହୋଇଛି ଶ୍ରୀଲଙ୍କା । ଚଳିତ ଏସିଆ କପ୍ ଲିଗ ପର୍ଯ୍ୟାୟର ପ୍ରଥମ ମୁକାବିଲା ହାରିଥିଲା ସତ ହେଲେ ଫାଇନାଲ ମୁକାବିଲାରେ ବାଜି ମାରି ନେଇଛି ଦଳ । ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଚମତ୍କାର କମବ୍ୟାକ ସହ ଫାଇନାଲ ଫାଇଟରେ ପାକିସ୍ତାନକୁ 23 ରନରେ ହରାଇ ଟାଇଟଲକୁ ନିଜ ନାମରେ କରି ନେଇଛି ଶ୍ରୀଲଙ୍କା (Sri Lanka beat Pakistan by 23 runs to win the Asia Cup 2022 trophy)। ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଦେଶବାସୀଙ୍କୁ ଟ୍ରଫି ଭେଟି ଦେଇଛି । ଭାନୁକା ରାଜପକ୍ଷଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ଓ ୱାନିଣ୍ଡୁ ହସରଙ୍କା ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି ।

ଷଷ୍ଠ ଥର ଟାଇଟଲ ଜିତିଲା ସିଂହଳୀ ସେନା

ପାକିସ୍ତାନ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କୁଶଳ ମେଣ୍ଡିସ ଖାତା ଖୋଲି ନପାରି ସଅଳ ପାଭିଲିୟନ ଫେରିଥିଲେ । ଅନ୍ୟ ଓପନର ନିଶଙ୍କା 8 ରନ କରି ଆଉଟ ହୋଇଥିଲେ । ସେହିପରି ଦନୁଷ୍କା ଗୁଣତିଳକ 1 ରନ କରି ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟ ପରେ ବ୍ୟାଟିଂ ପାଇଁ ଆସିଥିବା ଧନଞ୍ଜନ କିଛି ସମୟ ପାଇଁ ସ୍ଥିତି ସୁଧାରିଥିଲେ । 21 ବଲରୁ 28 ରନ କରି ଆଉଟ ହେବା ପରେ ଶ୍ରୀଲଙ୍କା 100 ରନ କରିବା ଉପରେ ଆଶଙ୍କା ଉପୁଜିଥିଲା । ଏହାପରେ ଅଧିନାୟକ ଡାସୁନ ଶଣକା 2 ରନ କରି ନିରାଶ କରିଥିଲେ । ଚତୁର୍ଥ ୱିକେଟ ପରେ ବ୍ୟାଟିଂ ପାଇଁ ଆସିଥିବା ଭାନୁକା ରାଜପକ୍ଷ ଦମଦାର ପ୍ରଦର୍ଶନ କରିଥିଲେ । ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ ଭାନୁକା । ତାଙ୍କୁ ସାଥ ଦେଇଥିଲେ ୱାନିଣ୍ଡୁ ହସରଙ୍କା।

ଏହା ବି ପଢନ୍ତୁ...Women T20I: ଭାରତକୁ ୯ ୱିକେଟରେ ହରାଇଲା ଇଂଲଣ୍ଡ

ଷଷ୍ଠ ୱିକେଟରେ ଉଭୟ 58 ରନ ଯୋଗ କରିଥିଲେ । ଦଳୀୟ ସ୍କୋର 116ରେ ହସରଙ୍କା 36 ରନ କରି ଆଉଟ ହୋଇଥିଲେ। ଭାନୁକା ରାଜପକ୍ଷ ବ୍ୟାଟିଂ ଜାରି ରଖିଥିଲେ । ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋରକୁ 170ରେ ପହଞ୍ଚାଇଥିଲେ। 45 ବଲରୁ 71 ରନ କରିଥିଲେ ଭାନୁକା ରାଜପପକ୍ଷ (6 ଚୌକା,3 ଛକା)। ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଚାମିକା କରୁଣାରତ୍ନେ ଅପରାଜିତ 14 ରନ କରିଥିଲେ। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ, ପାକିସ୍ତାନକୁ ୧୭୧ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । ପାକିସ୍ତାନ ପକ୍ଷରୁ ହରିଶ ରୌଫ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ନସିମ ଶାହା, ସହଦାବ ଖାନ, ଇଫତିଖର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

171 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ପାକିସ୍ତାନ । ଚତୁର୍ଥ ଓଭର ବୋଲିଂ କରୁଥିବା ପ୍ରମୋଦ ମଦୁସନ ବାବାର ଆଜମ (5)ଙ୍କୁ ଆଉଟ କରିଥିଲେ । ପରେ ପରେ ଫଖାର ଜମାନ ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ। ମହମ୍ମଦ ରିଜୱାନଙ୍କ ସହ ମିଶି ଇଫତିଖର ଅହମ୍ମଦ ସ୍ଥିତି ସୁଧାରିଥିଲେ । ଉଭୟ ବ୍ୟାଟିଂ କରି ବିଜୟ ଆଶା ବଞ୍ଚାଇ ରଖିଥିଲେ । ତୃତୀୟ ୱିକେଟରେ ଦଳ 71 ରନ ସଂଗ୍ରହ କରିଥିଲା । 14ତମ ଓଭରରେ ପ୍ରମୋଦ ଇଫତିଖର (35) ଓ ହସରଙ୍କା 16 ତମ ଓଭରରେ ରିଜୱାନୀଙ୍କୁ ଆଉଟ କରିଥିଲେ । ଏହାପରେ ଦଳର ରନ ଗାଡି ଅଟକି ଯାଇଥିଲା । ପାକିସ୍ତାନକୁ ବିଜୟ ପାଇଁ 6 ବଲରେ 32 ରନ ଆବଶ୍ୟକ ଥିଲା ମାତ୍ର ତାହା ସମ୍ଭବ ହୋଇନଥିଲା । 9 ୱିକେଟ ହରାଇ ଦଳ 139 ରନ କରିବାକୁ ସକ୍ଷମ ହୋଇଥିଲା । 10 ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଚଳିତ ବର୍ଷ ଟ୍ରଫି ହାତେଇବା ସ୍ବପ୍ନ ମଉଳି ଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ପ୍ରମୋଦ 4ଟି, ୱାନିଣ୍ଡୁ ହସରଙ୍କା 3ଟି ଓ କରୁଣାତ୍ନେ 2ଟି ୱିକେଟ ଅକ୍ତିଆର କରିଥିଲେ ।

ABOUT THE AUTHOR

...view details