କେପଟାଉନ: ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ର ମିଗନନ ଡୁ ପ୍ରିଜ ODI ଓ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟି୨୦ ଫର୍ମାଟରେ ଅଧିକ ଫୋକସ କରିବା ଓ ପରିବାର ସହିତ ଅଧିକ ସମୟ ବିତାଇବାକୁ ଅବସରର କାରଣ ବୋଲି ଦର୍ଶାଇଛନ୍ତି ପ୍ରିଜ । ୧୫୪ଟି ODI ମ୍ୟାଚ୍ରେ ଡୁ ପ୍ରିଜ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ବ କରିଛନ୍ତି ଓ ୩୨.୯୮ ହାରରେ ୩,୭୬୦ ରନ୍ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ ଦୁଇଟି ଶତକୀୟ ଇଂନିସ ଓ ୧୮ଟି ଅର୍ଦ୍ଧଶତକ ସାମିଲ ରହିଛି । ଗୋଟିଏ ଟେଷ୍ଟ ମ୍ୟାଚ୍ ସେ ଖେଳିଛନ୍ତି । ଗୋଟିଏ ଶତକ ଓ ୫୯.୫୦ ହାରରେ ୧୧୯ ରନ୍ ନିଜ ନାମରେ କରିଛନ୍ତି ।
ବର୍ଷ ୨୦୦୭ରେ ODI ଡେବ୍ୟୁ କରିଥିବା ୩୨ ବର୍ଷୀୟ ପ୍ରିଜ ସଦ୍ୟ ସମାପ୍ତ ୨୦୨୨ ICC ମହିଳା କ୍ରିକେଟ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲରେ ପହଞ୍ଚାଇଥିଲେ । ଟୁର୍ଣ୍ଣାମେଣ୍ଟରେ ୮ଟି ମ୍ୟାଚ୍ ଖେଳିଥିଲେ ଓ ୧୬୧ ରନ୍ ସଂଗ୍ରହ କରିଥିଲେ । ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଭାରତ ବିପକ୍ଷରେ ଅର୍ଦ୍ଧଶତକୀୟ ମ୍ୟାଚ୍ ବିଜୟୀ ଇଂନିସ ଖେଳି ଦକ୍ଷିଣ ଆଫ୍ରିକାକୁ ସେମିରେ ପହଞ୍ଚାଇଥିଲେ । ଏଥିସହ ମିତାଲି ରାଜଙ୍କ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତା ଦେଖାଇଥିଲେ ।