ଜୋହାନ୍ସବର୍ଗ:ଭାରତୀୟ ଟେଷ୍ଟ କ୍ୟାପଟେନ ବିରାଟ କୋହଲି ନୂଆବର୍ଷର ପ୍ରଥମ ଟେଷ୍ଟରେ ଏକ ବିରଳ ମାଇଲଷ୍ଟୋନ ହାସଲ କରିବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ୱାଣ୍ଡରର୍ସରେ ଜାନୁଆରୀ ୩ରୁ ଆରମ୍ଭ ହେବ । କୋହଲି ନିଜର ପୁରୁଣା ବ୍ୟାଟିଂ ଫର୍ମରେ ନଥିଲେ ମଧ୍ୟ ବର୍ଷ ୨୦୨୨ରେ ତାଙ୍କ ବ୍ୟାଟ୍ରୁ ରନ ବର୍ଷା ହେବାନେଇ ଅପେକ୍ଷାରେ କ୍ରିକେଟ ପ୍ରେମୀ ।
ଜୋହାନ୍ସବର୍ଗର ୱାଣ୍ଡରର୍ସରେ ଭ୍ରମଣକାରୀ ବ୍ୟାଟ୍ର ଭାବେ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ରନ୍ ସଂଗ୍ରହକାରୀ ହେବାକୁ ଯାଉଛନ୍ତି ବିରାଟ କୋହଲି । ଏହି ଭେନ୍ୟୁରେ କୋହଲିଙ୍କ ନାମରେ ୨ଟି ମ୍ୟାଚ୍ରୁ ରହିଛି ୩୧୦ ରନ୍ । ତେବେ ସର୍ବାଧିକ ରନ୍ ସଂଗ୍ରହକାରୀ ହେବାକୁ ବିରାଟ ମାତ୍ର ୭ ରନ୍ ଆବଶ୍ୟକ କରୁଛନ୍ତି । ଏପରି ହେଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ର ଜନ୍ ରେଡ୍ଙ୍କୁ ପଛରେ ପକାଇବେ କୋହଲି ।
ଏହାମଧ୍ୟ ପଢନ୍ତୁ: India vs South Africa: ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ
୨୦୧୩ରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ୱାଣ୍ଡରର୍ସରେ ଦମଦାର ଇଂନିସ ଖେଳିଥିଲେ ବିରାଟ । ପ୍ରଥମ ଇଂନିସରେ ୧୧୯ ଓ ଦ୍ବିତୀୟ ଇଂନିସରେ ୯୬ ରନ୍ର ମାରାଥନ ଇଂନିସ ଖେଳିଥିଲେ । ଫଳରେ ଜୋହାନ୍ସବର୍ଗରେ ଭାରତ ମ୍ୟାଚ୍ ଡ୍ର ରଖିବାରେ ସଫଳ ହୋଇଥିଲା । ସେହିପରି ୨୦୧୮ ଗସ୍ତ ସମୟରେ କୋହଲି ପ୍ରଥମ ଇଂନିସରେ ୫୪ ଓ ଦ୍ବିତୀୟ ଇଂନିସରେ ୪୧ ରନ୍ର ଇଂନିସ ଖେଳିଥିଲେ । ଏହି ପ୍ରଦର୍ଶନ ବଳରେ ୱାଣ୍ଡରର୍ସର ଆହ୍ବାନପୂର୍ଣ୍ଣ ପିଚ୍ରେ ବିଜୟ ହାସଲ କରିଥିଲା ଭାରତ ।
ୱାଣ୍ଡରର୍ସ, ଜୋହାନ୍ସବର୍ଗରେ ଭ୍ରମଣକାରୀ ବ୍ୟାଟ୍ର ଭାବେ ସର୍ବାଧିକ ରନ୍
- ଜନ୍ ରେଡ୍ - ୩୧୬, ୧୯୬୧-୧୯୬୨ ମଧ୍ୟରେ ୨ଟି ମ୍ୟାଚ୍
- ବିରାଟ କୋହଲି - ୩୧୦, ୨୦୧୩-୧୦୧୮ ମଧ୍ୟରେ ୨ଟି ମ୍ୟାଚ୍
- ରିକି ପଣ୍ଟିଂ - ୨୬୩, ୨୦୦୨-୨୦୧୧ ମଧ୍ୟରେ ୪ଟି ମ୍ୟାଚ୍
- ରାହୁଲ ଦ୍ରାବିଡ - ୨୬୨, ୧୯୯୭ରୁ ୨୦୦୬ ମଧ୍ୟରେ ୨ଟି ମ୍ୟାଚ୍
- ଡାମିଏନ ମାରିନ- ୨୫୫, ୨୦୦୨ରୁ ୨୦୦୬ ମଧ୍ୟରେ ୨ଟି ମ୍ୟାଚ୍