ଓଡିଶା

odisha

ETV Bharat / sports

SA v IND: କ୍ୟାପଟେନ କୋହଲିଙ୍କୁ କୋଚ୍‌ ଦ୍ରାବିଡଙ୍କ ପ୍ରଶଂସା - ଟିମ ଇଣ୍ଡିଆ କୋଚ୍‌ ରାହୁଲ ଦ୍ରାବିଡ

ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କ୍ୟାପଟେନ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । କୋହଲିଙ୍କ ଟେଷ୍ଟ ଟିମର ନେତୃତ୍ବ ଶୈଳୀକୁ ବାସ୍ତବିକ ପ୍ରଶଂସନୀୟ(phenomenal) ବୋଲି କହିଛନ୍ତି ଦ୍ରାବିଡ । ଅଧିକ ପଢନ୍ତୁ

SA v IND: Virat has been phenomenal in the way he has led the team, says Dravid
SA v IND: କ୍ୟାପଟେନ କୋହଲିଙ୍କୁ କୋଚ୍‌ ଦ୍ରାବିଡଙ୍କ ପ୍ରଶଂସା

By

Published : Jan 2, 2022, 7:47 PM IST

ଜୋହାନ୍ସବର୍ଗ:ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କ୍ୟାପଟେନ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । କୋହଲିଙ୍କ ଟେଷ୍ଟ ଟିମର ନେତୃତ୍ବ ଶୈଳୀକୁ ବାସ୍ତବିକ ପ୍ରଶଂସନୀୟ ବୋଲି କହିଛନ୍ତି ଦ୍ରାବିଡ । ଏଥିସହ କୋହଲିଙ୍କ ଖରାପ ଫର୍ମ ନେଇ ଦ୍ରାବିଡ କହିଛନ୍ତି ଯେ, ଖୁବଶୀଘ୍ର ସେ ବଡ ସ୍କୋର କରିବାରେ ସଫଳ ହେବେ ।

ଏହାମଧ୍ୟ ପଢନ୍ତୁ:SA v IND: ଦ୍ବିତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି

୨୦୧୯ ନଭେମ୍ବର ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ କୌଣସି ଶତକୀୟ ଇଂନିସ ଖେଳିନାହାନ୍ତି କୋହଲି । ତେବେ ୨୦୨୨ରେ ଏହି ଅଲୋଡା ରେକର୍ଡକୁ ଭଙ୍ଗ କରିବାକୁ ଟେଷ୍ଟ କ୍ୟାପଟେନଙ୍କ ପାଖରେ ସୁଯୋଗ ରହିଛି । ଦକ୍ଷିଣ ଆଫ୍ରିକା ଗସ୍ତ କରିବା ପୂର୍ବରୁ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଟି-୨୦ କ୍ୟାପଟେନ୍ସି ଛାଡିବା ବୟାନକୁ ଭୁଲ୍‌ ଦର୍ଶାଇଥିଲେ କୋହଲି । ଏହାପରେ କୋହଲିଙ୍କୁ ODI କ୍ୟାପଟେନ ପଦ ମଧ୍ୟ ହରାଇବାକୁ ପଡିଥିଲା ।

ସୋମବାର ଆରମ୍ଭ ହେବାକୁ ଯାଉଥିବା ଦ୍ବିତୀୟ ଟେଷ୍ଟ ପୂର୍ବରୁ ପ୍ରି-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ କୋଚ୍‌ ଦ୍ରାବିଡ୍‌ କହିଛନ୍ତି, ବାହାରେ ଅନ୍ୟ ପ୍ରସଙ୍ଗରେ ଅନେକ ଆଲୋଚନା ହେଉଛି । ମାତ୍ର ଏହା ସତ୍ତ୍ବେ କ୍ୟାପଟେନ କୋହଲି ଗତ ୨୦ ଦିନ ଧରି ଯେଉଁପରି ଭାବେ ଟିମର ନେତୃତ୍ବ ନେଇଛନ୍ତି ଓ ମନୋବଳକୁ ଉଚ୍ଚା ରଖିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ । ଏଥିସହ କୋହଲିଙ୍କୁ ଜଣେ ଦକ୍ଷ ନେତୃତ୍ବ ବୋଲି କହିଛନ୍ତି ଦ୍ରାବିଡ ।

କେପ୍‌ ଟାଉନରେ ଖେଳାଯିବାକୁ ଥିବା ସିରିଜର ତୃତୀୟ ଟେଷ୍ଟ ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ହେବ । ଫଳରେ ଏହା କୋହଲିଙ୍କ ପାଇଁ ବଡ ଇଭେଣ୍ଟ ହେବ ବୋଲି କହିଛନ୍ତି ଦ୍ରାବିଡ ।

IANS

ABOUT THE AUTHOR

...view details