ଓଡିଶା

odisha

ETV Bharat / sports

ମିସେଲ ଜୋନସନଙ୍କ ହୋଟେଲ ରୁମରୁ ସାପ ଉଦ୍ଧାର

ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମିସେଲ ଜୋନସନଙ୍କ ( Former Australian cricket team pacer Mitchell Johnson ) ହୋଟେଲ ରୁମରୁ ଏକ ସାପ ଉଦ୍ଧାର ହୋଇଛି । ପୂର୍ବତନ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିସେଲ ଜୋନସନ ଲିଜେଣ୍ଡସ ଲିଗ କ୍ରିକେଟ ଖେଳିବା ପାଇଁ ଭାରତ ଆସିଛନ୍ତି । ଅଧିକ ପଢନ୍ତୁ

By

Published : Sep 19, 2022, 6:10 PM IST

Updated : Sep 19, 2022, 6:33 PM IST

ମିସେଲ ଜୋନସନଙ୍କ ହୋଟେଲ ରୁମରୁ ସାପ ଉଦ୍ଧାର
ମିସେଲ ଜୋନସନଙ୍କ ହୋଟେଲ ରୁମରୁ ସାପ ଉଦ୍ଧାର

ହାଇଦ୍ରାବାଦ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ଜୋନସନଙ୍କ (Former Australian cricket team pacer Mitchell Johnson) ହୋଟେଲ ରୁମରୁ ବାହାରିଲା ସାପ । ସାପ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରି ମିସେଲ ଜୋନସନ ଲେଖିଛନ୍ତି ଏହା କେଉଁ ପ୍ରକାର ସାପ । ପୂର୍ବତନ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଚେଲ ଜୋନସନ ଲିଜେଣ୍ଡସ ଲିଗ କ୍ରିକେଟ ଖେଳିବା ପାଇଁ ଭାରତ ଆସିଛନ୍ତି ।

ଲକ୍ଷ୍ନୌ ହୋଟେଲରେ ବିଶ୍ରାମ ନେଉଥିବା ହୋଟେଲ ରୁମରେ ସାପ ଥିବା ଏକ ଫଟୋ ଆଜି(ସୋମବାର) ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ମିଚେଲ ଜୋନସନ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସାପଟିକୁ ଚିହ୍ନିବା ପାଇଁ ୟୁଜର୍ସଙ୍କୁ ପଚାରି ଲେଖିଛନ୍ତି ଏହା କେଉଁ ପ୍ରକାର ସାପ । ନିଜ ହୋଟେଲ ରୁମରୁ ହଠାତ ସାପକୁ ଦେଖି ଚମକି ପଡିଥିଲେ ମିଚେଲ ଜୋନସନ । ଏହା ପରେ ସେ ହୋଟେଲ ଅଧିକାରୀଙ୍କୁ ତୁରନ୍ତ ଖବର ଦେଇଥିଲେ । ହୋଟେଲ ଅଧିକାରୀ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ହୋଟେଲରେ ପହଁଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।

ପୂର୍ବତନ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଚେଲ ଜୋନସନ ଲିଜେଣ୍ଡସ ଲିଗ କ୍ରିକେଟ (Legends League Cricket) ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ କ୍ୟାପିଟାଲ୍ସ (India Capitals) ତରଫରୁ ଖେଳୁଛନ୍ତି । ଇଣ୍ଡିଆ କ୍ୟାପିଟାଲ୍ସର ଅଧିନାୟକ ରହିଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର । ଲିଜେଣ୍ଡସ ଲିଗର ପ୍ରଥମ ଲିଗ ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସ ଗୁଜୁରାଟ ଜିଆଣ୍ଟସ ଠାରୁ ତିନି ୱିକେଟରେ ପରାସ୍ତ ହୋଇଛି । ଏହି ଲିଗ ମ୍ୟାଚରେ ଗୁଜୁରାଟ ଜିଆଣ୍ଟସ (Gujarat Giants) କ୍ୟାପଟେନ ବିରେନ୍ଦ୍ର ସେହ୍ବାଗଙ୍କର ୱିକେଟ ନେବାରେ ସଫଳ ହୋଇଥିଲେ ଇଣ୍ଡିଆ କ୍ୟାପିଟାଲ୍ସ ତଥା ପୂର୍ବତନ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଚେଲ ଜୋନସନ ।

ଗୁଜୁରାଟ ଜିଆଣ୍ଟସ ଟସ ଜିତି ଅଧିନାୟକ ବିରେନ୍ଦ୍ର ସେହ୍ବାଗ ପ୍ରଥନେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଟସ ହାରି ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ସାତ ୱିକେଟ ହରାଇ ୧୭୯ ରନ କରିଥିଲା । ୧୮୦ ରନର ଟାର୍ଗେଟକୁ ପିଛା କରି ଗୁଜୁରାଟ ଜିଆଣ୍ଟସ ୧୮.୪ ଓଭରରେ ୭ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ସେପ୍ଟେମ୍ବର ୨୧ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଲକ୍ଷ୍ନୌରେ ଭିଲୱାରା କିଙ୍ଗସକୁ (Bhilwara Kings) ଭେଟିବ ।

Last Updated : Sep 19, 2022, 6:33 PM IST

ABOUT THE AUTHOR

...view details