ହାଇଦ୍ରାବାଦ:ଆଜିଆରମ୍ଭ ହେବାକୁ ଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟ୍କା । ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କ ଅଣ୍ଟାରେ ଆଘାତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ତାଙ୍କୁ ବର୍ତ୍ତମାନ ଏନସିଏ (National Cricket Academy) ସ୍ଥାନାନ୍ତର କରାଯାଇଛି । ତେବେ ଆୟରଙ୍କ ସ୍ଥାନରେ ନବାଗତ ରଜତ ପଟିଦାରଙ୍କୁ ଦଳରେ ସାମିଲ କରାଯାଇଛି । ଏନେଇ ବିସିସିଆଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି । ତେବେ ଆୟରଙ୍କ ବଦଳରେ ମଧ୍ୟ କ୍ରମରେ ଖେଳିବା ପାଇଁ ଈଶାନ କିସାନଙ୍କୁ ସୁଯୋଗ ମିଳିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି ।
ଆଜି (ବୁଧବାର) ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ ଭାରତ । ଏହା ପୂର୍ବରୁ ବିସିସିଆଇ ସୂଚନା ଅନୁସାରେ ଆୟରଙ୍କ ଅଣ୍ଟାରେ ଆଘାତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏନସିଏ ସ୍ଥାନାନ୍ତର କରାଯାଇଛି ।