ଓଡିଶା

odisha

By

Published : Oct 29, 2022, 10:10 PM IST

Updated : Oct 29, 2022, 10:26 PM IST

ETV Bharat / sports

T20 World Cup: ପାକିସ୍ତାନ ଏ ସପ୍ତାହରେ ଫେରିଲା ! ଭାରତ ଆଗାମୀ ସପ୍ତାହରେ ବିଦା ହେବ କହିଲେ ଅଖତର

ପ୍ରଥମ ମ୍ୟାଚ ଭାରତଠାରୁ ପରାସ୍ତ ହେବା ପରେ ଦ୍ବିତୀୟ ମ୍ୟାଚରେ ଜିମ୍ବାୱେଠାରୁ ୧ ରନରେ ହାରିବା ଘଟଣା ଏହାକୁ ହଜମ କରି ପାରୁନାହାନ୍ତି ପାକିସ୍ତାନୀ । ଏନେଇ ପୂର୍ବତନ କ୍ରିକେଟର ସୋଏବ ଅଖତର ଅଧିନାୟକ ବାବର ଆଜମଙ୍କଠାରୁ ଆରମ୍ଭ କରି PCB ଅଧ୍ୟକ୍ଷ ରମିଜ ରାଜା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ ଖପ୍ପା ହୋଇଛନ୍ତି । ଅଧିକ ପଢନ୍ତୁ

ପାକିସ୍ତାନର ପରଜୟ ପରେ ଭାରତର ଭବିଷ୍ୟବାଣୀ କଲେ ସୋଏବ
ପାକିସ୍ତାନର ପରଜୟ ପରେ ଭାରତର ଭବିଷ୍ୟବାଣୀ କଲେ ସୋଏବ

ହାଇଦ୍ରାବାଦ:ବିଶ୍ବକପରେ ଏପର୍ଯ୍ୟନ୍ତ ଖାତା ଖୋଲିବାରେ ବିଫଳ ରହିଛି ପାକିସ୍ତାନ । ପ୍ରଥମ ମ୍ୟାଚ ଭାରତଠାରୁ ପରାସ୍ତ ହେବା ପରେ ଦ୍ବିତୀୟ ମ୍ୟାଚରେ ଜିମ୍ବାୱେଠାରୁ ୧ ରନରେ ହାରିବା ଘଟଣାକୁ ହଜମ କରି ପାରୁନାହାନ୍ତି ପାକିସ୍ତାନୀ । ବାବର ଆଜମ ଦଳ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖିବାରେ ବିଫଳ ରହିଥିବାରୁ ଧୀରେ ଧୀରେ ପାକିସ୍ତାନରେ ଅସନ୍ତୋଷ ବଢିବାରେ ଲାଗିଛି । ଏନେଇ ପୂର୍ବତନ କ୍ରିକେଟର ସୋଏବ ଅଖତର ଅଧିନାୟକ ବାବର ଆଜମଙ୍କଠାରୁ ଆରମ୍ଭ କରି PCB ଅଧ୍ୟକ୍ଷ ରମିଜ ରାଜା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ ଖପ୍ପା ହୋଇଛନ୍ତି । ସେପଟେ ଭାରତ ବାବଦରେ ଭବିଷ୍ୟବାଣୀ କରି କହିଛନ୍ତି ଯେ ଭାରତ ସେମିଫାଇନାଲ ଖେଳିବା ପରେ ସ୍ବଦେଶ ଫେରିଆସିବ ।

ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନ ଏପର୍ଯ୍ୟନ୍ତ କୌଣସି ମ୍ୟାଚ ଜିତି ପାରିନାହିଁ । ଏନେଇ ପାକିସ୍ତାନର କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ବାବର ଆଜମ ଦଳ ଉପରେ ନିଜକ ଅସନ୍ତୁଷ୍ଟ ଭାବନା ଜାହାରି କରିଛନ୍ତି । ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଫତର ଏନେଇ ନିଜ ୟୁଟ୍ୟୁବ ଚ୍ୟାନାଲ ମାଧ୍ୟମରେ ପାକିସ୍ତାନ ଦଳକୁ ନେଇ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ "ମୁଁ ପ୍ରଥମରୁ କହିଥିଲି ଯେ ବାବର ଆଜମ ଦଳ ଏହି ସପ୍ତାହରେ ଘର ବାହୁଡିବେ ଏବଂ ଭାରତ ମଧ୍ୟ ସେମିଫାଇନାଲ ଖେଳିବା ପରେ ଆଗାମୀ ସପ୍ତାହରେ ସ୍ବଦେଶ ଫେରି ଆସିବ । ଭାରତ କୌଣସି ତିସ୍ ମାର୍ ଖାନ୍ ନୁହେଁ ଆଉ ତାଙ୍କଠାରୁ ଆମ ଅବସ୍ଥା ଆହୁରି ଶୋଚନୀୟ ଅଟେ ।"

ସୋଏବ ଅଖତର ପାକିସ୍ତାନର ବାରମ୍ବାର ବିଫଳତା ପାଇଁ ଅଧିନାୟକ ବାବର ଆଜମଙ୍କୁ ଦୋଷାରୋପ କରିବା ସହିତ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବୋର୍ଡର ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇଛନ୍ତି । ସେ କହିଛନ୍ତି, "ମୁଁ ବାରମ୍ବାର କହୁଛି ଫର୍ମରେ ଥିବା ଟପ୍ ଅର୍ଡର ବ୍ୟାଟର ଏବଂ ମିଡିଲ ଅର୍ଡର ବ୍ୟାଟର ଦଳକୁ ସଫଳତା ଦେବା ପାଇଁ ପର୍ଯ୍ୟାପ୍ତ ନଥିଲେ । ଆପଣ କେଉଁ ଭଳି ପ୍ରଦର୍ଶନ କରୁଛନ୍ତି ଯେ ଆପଣ ଜିମ୍ବାୱେ ଭଳି ଦୁର୍ବଳ ଟିମଠାରୁ ପରାସ୍ତ ହେଉଛନ୍ତି । ପାକିସ୍ତାନ କ୍ରିକେଟ ଦଳ, ଏବଂ ଟିମ ମ୍ୟାନେଜମ୍ୟାଣ୍ଟ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ପାଖରେ ଦୂରଦୃଷ୍ଟି ନାହିଁ ।"

Last Updated : Oct 29, 2022, 10:26 PM IST

ABOUT THE AUTHOR

...view details