ଓଡିଶା

odisha

ETV Bharat / sports

ଆଇପିଏଲ 2021: ସ୍ପିନର ଶାହବାଜଙ୍କୁ ସିରାଜଙ୍କ ପ୍ରଶଂସା

ମ୍ୟାଚର 17ତମ ଓଭରରେ ଜନ୍ନି ବେୟାରଷ୍ଟୋ, ମନୀଷ ପାଣ୍ଡେ ଓ ଅବଦୁଲ ସମାନଙ୍କୁ ଆଉଟ କରି ମ୍ୟାଚର ମୋଡ ବଦଳାଇବା ସହ ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଇଥିଲେ ଶାହବାଜ । ଅଧିକ ପଢନ୍ତୁ...

By

Published : Apr 15, 2021, 6:34 PM IST

Shahbaz Ahmed has proved himself with his performance: Siraj
ଆଇପିଏଲ 2021: ସ୍ପିନର ଶାହବାଜଙ୍କୁ ସିରାଜଙ୍କ ପ୍ରଶଂସା

ଚେନ୍ନାଇ:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍ପିନ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପ୍ରଶଂସା । ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବା ନିଷ୍ପତ୍ତିକୁ ଶାହବାଜ ଯଥାର୍ଥ ପ୍ରମାଣ କରିଥିବା କହିଛନ୍ତି ସିରାଜ । ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ମ୍ୟାଚ ବିଜୟୀ ପ୍ରଦର୍ଶନ କରିଥିଲେ ଶାହବାଜ ।

ଗୋଟିଏ ଓଭରରେ 3ଟି ୱିକେଟ ଦଖଲ କରିବା ସହ ମ୍ୟାଚର ମୋଡ ବଦଳାଇ ଦେଇଥିଲେ ଶାହବାଜ । ଫଳରେ 150 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇ ନେଇଥିଲେ । ଏଥିସହ କ୍ରମାଗତ ଦ୍ବିତୀୟ ମ୍ୟାଚରେ ଅନ୍ୟତମ ସ୍ମରଣୀୟ ବିଜୟ ହାସଲ କରିଥିଲା ଆରସିବି ।

ଶାହବାଜଙ୍କ ଉପରେ କ୍ୟାପଟେନ ବିରାଟ କୋହଲି ଓ ଆରସିବି ମ୍ୟାନେଜମେଣ୍ଟ ଭରସା କରିଥିଲେ ଓ ଏବି ଡି ଭିଲିୟର୍ସ ଓ ଗ୍ଳେନ ମାକ୍ସୱେଲଙ୍କ ପୂର୍ବରୁ ବ୍ୟାଟିଂ ପାଇଁ ପଠାଇଥିଲେ । ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ଏହାକୁ ମଧ୍ୟ ସଠିକ ପ୍ରମାଣିତ କରିଦେଖାଇଥିଲେ ।

ମ୍ୟାଚର 17ତମ ଓଭରରେ ଜନ୍ନି ବେୟାରଷ୍ଟୋ, ମନୀଷ ପାଣ୍ଡେ ଓ ଅବଦୁଲ ସମାନଙ୍କୁ ଆଉଟ କରି ସଂପୂର୍ଣ୍ଣ ମ୍ୟାଚର ମୋଡ ବଦଳାଇଥିଲେ ଶାହବାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details