ଓଡିଶା

odisha

ETV Bharat / sports

ବିସିସିଆଇ ଶୁଣାଣି ସ୍ଥଗିତ ରଖିଲେ ସୁପ୍ରୀମକୋର୍ଟ

ବିସିସିଆଇ ସଭାପତି ପଦରେ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଦାୟିତ୍ବ ତୁଲାଇବା ଜାରି ରଖିବେ ଜୟ ଶାହ । ଅଧିକ ପଢନ୍ତୁ...

By

Published : Apr 15, 2021, 9:55 PM IST

SC adjourns BCCI hearing; Ganguly, Shah to continue
ବିସିସିଆଇ ଶୁଣାଣି ସ୍ଥଗିତ ରଖିଲେ ସୁପ୍ରୀମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ସମ୍ବନ୍ଧୀୟ ମାମଲା ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତ ରଖିଛନ୍ତି । ମାମଲାର ଶୁଣାଣି ଦୁଇ ସପ୍ତାହ ପରେ ହେବ। ଫଳରେ ବିସିସିଆଇ ସଭାପତି ପଦରେ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଦାୟିତ୍ବ ତୁଲାଇବା ଜାରି ରଖିବେ ଜୟ ଶାହ ।

ଉଭୟ ବିସିସିଆଇ ସଭାପତି ଗାଙ୍ଗୁଲି ଓ ସମ୍ପାଦକ ଶାହଙ୍କ କାର୍ଯ୍ୟକାଳ 2020ରେ ଶେଷ ହୋଇସାରିଛି । ତେବେ ଏହି ମାମଲା ନେଇ ସୁପ୍ରୀମକୋର୍ଟ କୌଣସି ରାୟ ନଦେବା ପରେ କାର୍ଯ୍ୟ ଉଭୟ ଜାରି ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ପୂର୍ବରୁ ପ୍ରଥମ ମାମଲାକୁ 9 ଡିସେମ୍ବରରେ ଖାରଜ କରିଥିଲେ । ଏହାପରେ ଫେବ୍ରୁଆରୀରେ ସର୍ବୋଚ୍ଚ କୋର୍ଟ ମାର୍ଚ୍ଚ ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଥିଲେ ।

ଶୁଣାଣିରେ ବିଳମ୍ବ ଯୋଗୁଁ, ଗାଙ୍ଗୁଲି କିମ୍ବା ଶାହ ପରିବର୍ତ୍ତିତ ହୋଇପାରିନାହାନ୍ତି ।

ବିସିସିଆଇର ନୂତନ ସମ୍ବିଧାନ ସମସ୍ତ ଅଧିକାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ କରିଛି- ସଭାପତି, ଉପ-ସଭାପତି, ସମ୍ପାଦକ ସହ-ସମ୍ପାଦକ ଓ କୋଷାଧ୍ୟକ୍ଷ 6 ବର୍ଷ ଲଗାତାର କାର୍ଯ୍ୟ କରିବା ପରେ ବିସିସିଆଇ, ସମ୍ବନ୍ଧିତ ରାଜ୍ୟ ସଂଘ କିମ୍ବା ଉଭୟରେ 3 ବର୍ଷ କୁଲିଂ ପିରିୟଡରେ ରହିବେ ।

କୁଲିଂ ପିରିୟଡ ପରେ ହିଁ ଜଣେ ବ୍ୟକ୍ତି ଦ୍ବିତୀୟଥର କାର୍ଯ୍ୟକାଳ ଆରମ୍ଭ କରିପାରିବ । (ଜଣେ ବ୍ୟକ୍ତି ବିସିସିଆଇ ଅଧିକାରୀ ଭାବେ ସର୍ବାଧିକ 9 ବର୍ଷ ଓ ଅନ୍ୟ 9 ବର୍ଷ ରାଜ୍ୟ ଆସୋସିଏସନରେ ରହିପାରିବେ) । ନୂଆ ସମ୍ବିଧାନରେ ସ୍ଥାନ ପାଇଥିବା ପ୍ରମୁଖ 7ଟି ନିୟମ ମଧ୍ୟରୁ ଏହା ଗୋଟିଏ । ତେବେ ଏହି ନିୟମରେ ସଂଶୋଧନ ଚାହୁଁଛି ବିସିସିଆଇ । ଏହାହେଲେ ବର୍ତ୍ତମାନର ବିସିସିଆଇ ଅଧିକାରୀ ନିଜ ପଦରେ କାର୍ଯ୍ୟ ଜାରି ରହିବେ ।

23 ଅକ୍ଟୋବର 2019ରେ ବିସିସିଆଇ ସଭାପତି ଭାବେ ଗାଙ୍ଗୁଲି ନିର୍ବାଚିତ ହୋଇଥିଲେ । 2014ରେ ବେଙ୍ଗଲ କ୍ରିକେଟ ଆସୋସିଏସନର ଯୁଗ୍ମ ସମ୍ପାଦକ ହୋଇଥିଲେ । ଫଳରେ ତାଙ୍କର ବିସିସିଆଇ କାର୍ଯ୍ୟକାଳ ଜୁଲାଇ 26, 2020ରେ ଶେଷ ହୋଇଥିଲା ।

ଅନ୍ୟପଟେ ଏକ ପ୍ରମୁଖ ଦୈନିକ ଖବରକାଗଜ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସମ୍ପାଦକ ଜୟ ଶାହ ବର୍ଷ 2013ରେ ଗୁଜୁରାଟ କ୍ରିକେଟ ଆସୋସିଏସନ (GCA)ର ଯୁଗ୍ମ ସମ୍ପାଦକ ପଦ ସମ୍ଭାଳିଥିଲେ । ଏହାପୂର୍ବରୁ ସେପ୍ଟେମ୍ବର 8, 2013ରେ ଜିସିଏ ଅଧିକାରୀ ଥିଲେ । ଫଳରେ ତାଙ୍କର ସମୟ ମଧ୍ୟ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details