ଓଡିଶା

odisha

ETV Bharat / sports

ଇଂଲିଶ କାଉଣ୍ଟି ଚମ୍ପିଆନସିପରେ ସାମ ନର୍ଥଇଷ୍ଟଙ୍କ 410 ରନ

କାଉଣ୍ଟି ଚମ୍ପିଆନସିପରେ ଇଂଲିଶ ବ୍ୟାଟର ସାମ ନର୍ଥଇଷ୍ଟ 410 ରନ ସଂଗ୍ରହ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଲୀସିଷ୍ଟରଶାୟର 584 ରନ କରିଥିଲା । ଅଧିକ ପଢନ୍ତୁ

By

Published : Jul 23, 2022, 10:42 PM IST

ଇଂଲିଶ କାଉଣ୍ଟି ଚମ୍ପିଆନସିପରେ ଗ୍ଲାମୋର୍ଗାନର ସାମ ନର୍ଥଇଷ୍ଟଙ୍କ 400 ରନ
ଇଂଲିଶ କାଉଣ୍ଟି ଚମ୍ପିଆନସିପରେ ଗ୍ଲାମୋର୍ଗାନର ସାମ ନର୍ଥଇଷ୍ଟଙ୍କ 400 ରନ

ହାଇଦ୍ରାବାଦ: ଗ୍ଲାମୋର୍ଗାନ ଏବଂ ଲୀସିଷ୍ଟରଶାୟର ମଧ୍ୟରେ ଖେଳାଯାଉଥିବା କାଉଣ୍ଟି ଚମ୍ପିଆନସିପରେ ଗ୍ଲେମଗର୍ନ ଟିମର ଇଂଲିଶ ବ୍ୟାଟର ସାମ ନର୍ଥଇଷ୍ଟ 410 ରନ ସଂଗ୍ରହ କରିଛନ୍ତି । ହେଲେ ସେ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିବାରେ ଅସଫଳ ରହିଛନ୍ତି ।

କାଉଣ୍ଟି ଚମ୍ପିଆନସିପରେ ଗ୍ଲାମୋର୍ଗାନ ଟିମ ତରଫରୁ ବ୍ୟାଟିଂ କରୁଥିବା ସାମ ନର୍ଥଇଷ୍ଟ ପ୍ରଥମ ଇନିଂସରେ ନିଜେ 410 ସଂଗ୍ରହ କରି ଅପରାଜିତ ରହିଛନ୍ତି । ଲୀସିଷ୍ଟରଶାୟର ଟିମ ପ୍ରଥମ ଇନିଂସରେ ପ୍ରଥମେ ବ୍ୟାଟିଂ କରି 584 ରନ ସଂଗ୍ରହ କରିଥିଲା । ତେବେ ଏହି ପ୍ରଥମ ଶ୍ରେଣୀ କ୍ରିକେଟର ଲିଷ୍ଟର ପିଚରେ ଉଭୟ ଦଳର ଦମଦାର ବ୍ୟାଟିଂ ଜାରି ରହିଥିଲା । ପ୍ରଥମେ ବ୍ୟାଟିଂ କରି ଲୀସିଷ୍ଟରଶାୟର 584 ରନ କରିଥିଲା । ପରେ ଗ୍ଲାମୋର୍ଗାନ ଟିମ ତରଫରୁ ସାମ ନର୍ଥଇଷ୍ଟ ବ୍ୟାଟିଂ ମଇଦାନକୁ ଓହ୍ଲାଇଥିଲେ । ସାମ ନର୍ଥଇଷ୍ଟ 450 ବଲରୁ 45 ଟି ଚୌକା ଏବଂ 3 ଟି ଛକା ସହିତ 410 ରନ ସଂଗ୍ରହ କରିଥିଲେ । ଏହା ସହିତ ତାଙ୍କର ଷ୍ଟ୍ରାଇକ ରେଟ 91.11 ରହିଥିଲା । ତେବେ ଗ୍ଲାମୋର୍ଗାନ ଟିମ 5 ୱିକେଟ ହରାଇ 795 ରନ କରିଥିଲା ।

ତେବେ ଏହା ପୂର୍ବରୁ ୱେଷ୍ଟ ଇଣ୍ଡିଜର ପୂର୍ବତନ କ୍ରିକେଟର ବ୍ରାୟନ ଲାରାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ 510 ରନ ସଂଗ୍ରହ କରି ବିଶ୍ବ ରେକର୍ଡ କରିଥିଲେ ।

ABOUT THE AUTHOR

...view details