ଓଡିଶା

odisha

ETV Bharat / sports

SA vs IND: ସେଞ୍ଚୁରିଆନରେ ରାହୁଲଙ୍କ ଦମଦାର ସେଞ୍ଚୁରୀ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଉପ-ଅଧିନାୟକ(vice-captain) କେଏଲ ରାହୁଲଙ୍କ ଦମଦାର ଶତକ । ଅଧିକ ପଢନ୍ତୁ

By

Published : Dec 26, 2021, 8:26 PM IST

Updated : Dec 26, 2021, 9:26 PM IST

SA vs IND: kl rahul slams his 7th test hundred on boxing day
SA vs IND: ସେଞ୍ଚୁରିଆନରେ ରାହୁଲଙ୍କ ସେଞ୍ଚୁରି

ସେଞ୍ଚୁରିଆନ:ଏଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରିଛନ୍ତି ଭାରତୀୟ ବ୍ୟାଟ୍‌ର । ବିଶେଷ କରି ଉପ-ଅଧିନାୟକ କେଏଲ ରାହୁଲ(kl rahul ) ବକ୍ସିଂ ଡେ ଟେଷ୍ଟରେ ଦମଦାର ଶତକୀୟ ଇଂନିସ ଖେଳି ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି ।

ରାହୁଲ ୨୪୮ ବଲ୍‌ର ସାମ୍ନା କରିଥିବାବେଳେ ୧୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧୨୨ରନରେ ଅପରାଜିତ ଅଛନ୍ତି । ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ ୬୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଏହା ରାହୁଲଙ୍କ ସପ୍ତମ ଟେଷ୍ଟ ଶତକ ଓ ବିଦେଶ ମାଟିରେ ଷଷ୍ଠ ଶତକ । ୨୦୦୭ରେ ୱାସିମ ଜାଫରଙ୍କ ପରେ ଦ୍ବିତୀୟ ଭାରତୀୟ ଓପନର ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି ରାହୁଲ ।

ଏହା ପୂର୍ବରୁ ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମାଟିରେ ମଧ୍ୟ ଶତକ ହାସଲ କରିସାରିଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟିମ ପାଇଁ ପ୍ରଥମ ଇଂନିସରେ ବ୍ୟାଟିଂ ସର୍ବଦା ଆହ୍ବାନପୂର୍ଣ୍ଣ ରହିଛି । ତେବେ ରାହୁଲଙ୍କ ଜବରଦସ୍ତ ପ୍ରଦର୍ଶନ ଏହାକୁ ଭୁଲ ପ୍ରମାଣିତ କରିଛି ।

ଏହାମଧ୍ୟ ପଢନ୍ତୁ:Ashes: ବକ୍ସିଂ ଡେ ଟେଷ୍ଟ, ଇଂଲଣ୍ଡ ୧୮୫ ରନ୍‌ରେ ଅଲଆଉଟ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 26, 2021, 9:26 PM IST

ABOUT THE AUTHOR

...view details