ଓଡିଶା

odisha

ETV Bharat / sports

SA vs Ind: ଭାରତୀୟ ODI ଟିମ ଘୋଷଣା, ରାହୁଲ କ୍ୟାପଟେନ୍‌ - ଦିନିକିଆ ଟିମ ଇଣ୍ଡିଆ ଘୋଷଣା

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ODI ଟିମ ଘୋଷଣା । କ୍ୟାପଟେନ ରୋହିତ ଶର୍ମା ଅନଫିଟ୍‌ କାରଣରୁ କେଏଲ ରାହୁଲଙ୍କୁ ମିଳିଲା ନେତୃତ୍ବ ଭାର । ଅଧିକ ପଢନ୍ତୁ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ODI ଟିମ ଘୋଷଣା
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ODI ଟିମ ଘୋଷଣା

By

Published : Dec 31, 2021, 8:55 PM IST

Updated : Dec 31, 2021, 9:16 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ODI ଟିମ ଘୋଷଣା । କ୍ୟାପଟେନ ରୋହିତ ଶର୍ମା ଅନଫିଟ୍‌ କାରଣରୁ କେଏଲ ରାହୁଲଙ୍କୁ ନେତୃତ୍ବ ଭାର ମିଳିଛି । ଫଳରେ ରାହୁଲଙ୍କ ଅଧିନାୟକତ୍ବରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ । ଜଶପ୍ରୀତ ବୁମରାଙ୍କୁ ଭାଇସ-କ୍ୟାପଟେନ ଭାର ମିଳିଛି । ଏନେଇ ଶୁକ୍ରବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଘୋଷଣା କରିଛି ।

ରୋହିତ ଶର୍ମା ଦିନିକିଆ ଟିମର କ୍ୟାପଟେନ ନିଯୁକ୍ତ ହୋଇଛନ୍ତି, ମାତ୍ର ମାଂଶପେଶୀ ଜନିତ ଆହତ କାରଣରୁ ସଂପୂର୍ଣ୍ଣ ଫିଟ୍‌ ନାହାନ୍ତି । ଫଳରେ ସଂପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଛନ୍ତି ରୋହିତ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବା ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅକ୍ଷର ପଟେଲ ଓ ରବିନ୍ଦ୍ର ଜାଡେଜା ଆହତ ଥିବାରୁ ଟିମରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: U19 Asia Cup: ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିଅନ

୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଜାନୁଆରୀ ୧୯ରୁ ଆରମ୍ଭ ହେବ ଓ ଦ୍ବିତୀୟ ମ୍ୟାଚ୍‌ ଜାନୁଆରୀ ୨୧ରେ ଖେଳାଯିବ । ଉଭୟ ମ୍ୟାଚ୍‌ ବୋଲାଣ୍ଡ ପାର୍କ, ପର୍ଲରେ ଖେଳାଯିବ । ତୃତୀୟ ତଥା ସିରିଜର ଶେଷ ମ୍ୟାଚ୍‌ ଜାନୁଆରୀ ୨୩ରେ ନିୟୁଲ୍ୟାଣ୍ଡ୍‌ସ, କେପଟାଉନରେ ଖେଳାଯିବ ।

ଡିସେମ୍ବର ୮ରେ BCCI ସିନିୟର ଚୟନକର୍ତ୍ତା କମିଟି ଭେଟେରାନ ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ଦିନିକିଆ ଟିମର କ୍ୟାପଟେନ ନିଯୁକ୍ତ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ନେତୃତ୍ବ ଭାର ସମ୍ଭାଳିବାର ଥିଲା । ମାତ୍ର ଆହତ ଯୋଗୁଁ ସିରିଜରୁ ବାଦ୍‌ ପଡିବା ପରେ ୩୪ ବର୍ଷୀୟ ହିଟ୍‌ମ୍ୟାନଙ୍କୁ କ୍ୟାପଟେନ୍ସି ଡେବ୍ୟୁ ପାଇଁ ପ୍ରତୀକ୍ଷା କରିବାକୁ ହେବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦିନିକିଆ ସ୍କ୍ବାଡ୍‌:କେଏଲ ରାହୁଲ(କ୍ୟାପଟେନ), ଶିଖର ଧାୱନ, ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟସ ଆୟର, ଋଷଭ ପନ୍ତ(ୱିକେଟ କିପର), ଇଶାନ କିଶନ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ୱାସିଂଟନ ସୁନ୍ଦର, ଜଶପ୍ରୀତ ବୁମରା(ଭାଇସ-କ୍ୟାପଟେନ), ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 31, 2021, 9:16 PM IST

ABOUT THE AUTHOR

...view details