ଓଡିଶା

odisha

ETV Bharat / sports

ଘରୋଇ କ୍ରିକେଟରୁ ଶ୍ରୀସନ୍ଥଙ୍କ ଅବସର ଘୋଷଣା - ଘରୋଇ କ୍ରିକେଟରୁ ଶ୍ରୀସନ୍ଥଙ୍କ ଅବସର

ଘରୋଇ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ବିବାଦୀୟ ଭାରତୀୟ ଫାଷ୍ଟ ବୋଲର ଶ୍ରୀସନ୍ଥ । ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଘରୋଇ କ୍ରିକେଟରୁ ଶ୍ରୀସନ୍ଥଙ୍କ ଅବସର ଘୋଷଣା
ଘରୋଇ କ୍ରିକେଟରୁ ଶ୍ରୀସନ୍ଥଙ୍କ ଅବସର ଘୋଷଣା

By

Published : Mar 9, 2022, 9:41 PM IST

ନୂଆଦିଲ୍ଲୀ: ଘରୋଇ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ବିବାଦୀୟ ଭାରତୀୟ ଫାଷ୍ଟ ବୋଲର ଶ୍ରୀସନ୍ଥ । ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଆଇପିଏଲରେ ମ୍ୟାଚରେ ସ୍ପଟ୍‌ ଫିକ୍ସିଂ କରିବା ପରେ ଘରୋଇ ତଥା ଜାତୀୟ ଦଳରୁ ବାଦ ପଡ଼ିଥିଲେ ।

ଏହାକୁ ନେଇ ଶ୍ରୀସନ୍ଥ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ମୋ ପରିବାର ମୋ ପରିବାର ଟିମ୍‌ ସଦସ୍ୟ ଏବଂ ଭାରତୀୟଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିବା ମୋ ପାଇଁ ଗର୍ବର ବିଷୟ ଥିଲା । କିନ୍ତୁ ଅତି ଦୁଃଖର ସହ ଓ ବିନା କୌଣସି ପଶ୍ଚାତାପରେ ମୁଁ କହିବାକୁ ଚାହୁଁଛି ଯେ ମୁଁ ଭାରତୀୟ ଘରୋଇ ଫର୍ମାଟରୁ କ୍ରିକେଟରୁ ଅବସର ନେଉଛି ।"

୨୦୧୩ ମସିହାରେ ଶ୍ରୀସନ୍ଥଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା ବସିସିଆଇ । ତାଙ୍କ ସହ ରାଜସ୍ଥାନ ରୟାଲ୍ସର ସଦସ୍ୟ ଅଜିତ ଚାଣ୍ଡେଲା ଓ ଅଙ୍କିତ ଚୱାନ ମଧ୍ୟ ସାମିଲ ରହିଥିଲେ । ଏହି ତିନିଜଣଙ୍କ ବିରୋଧରେ ଆଇପିଏଲ୍‌ ମ୍ୟାଚ୍ ବେଳେ ସ୍ପଟ୍‌ ଫିକ୍ସିଂ କରିବା ଅଭିଯୋଗ ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରୀସନ୍ଥଙ୍କ ଉପରେ ଥିବା ପ୍ରତିବନ୍ଧକକୁ ୭ ବର୍ଷକୁ କମାଇ ଦିଆଯାଇଥିଲା ।

ଗତ ସେପ୍ଟେମ୍ବର ୨୦୨୦ରେ ଏହି ୭ ବର୍ଷ ଅବଧି ପୂରଣ ହୋଇଥିଲା । ୭ ବର୍ଷ ପରେ ସେ କେରଳ ପକ୍ଷରୁ ମୁସ୍ତାକ ଅଲୀ ଟ୍ରଫି ପାଇଁ ୨୦ ଜଣିଆ ଦଳରେ ସ୍ଥାନ ପାଇଥିଲେ । ତେବେ ୨୦୨୧ ଓ ୨୦୨୨ ଆଇପିଏଲ ନିଲାମୀରେ ସେ ସାମିଲ ଥିଲେ ସୁଦ୍ଧା ତାଙ୍କୁ କେହି କିଣିନଥିଲେ ।

ମାର୍ଚ୍ଚ ୨୦୦୬ରେ ଶ୍ରୀସନ୍ଥ ଭାରତ ପକ୍ଷରୁ ଟେଷ୍ଟରେ ଡେବ୍ୟୁ କରିଥିଲେ । ସେ ୨୭ଟି ଟେଷ୍ଟ ମ୍ୟାଚ ଖେଳି ୮୭ଟି ୱିକେଟ ହାସଲ କରିଥିଲେ । ତାସହିତ ୨୮୧ ରନ୍‌ ମଧ୍ୟ କରିଛନ୍ତି । ସେହିଭଳି ସେ ଭାରତ ପକ୍ଷରୁ ୫୩ଟି ଦିନିକିଆ ମ୍ୟାଚ୍‌ ଖେଳି ୭୫ଟି ୱିକେଟ ହାସଲ କରିଛନ୍ତି । ସେ ୧୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳି ୭ଟି ୱିକେଟ ହାସଲ କରିଛନ୍ତି ।

@ANI

ABOUT THE AUTHOR

...view details