ଇନ୍ଦୋର:ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ଛକା ମାରିବାରେ ତୃତୀୟ କ୍ରିକେଟର ବନିଲେ ରୋହିତ ଶର୍ମା । ଇନ୍ଦୋରରେ ହିଟ ମ୍ୟାନଙ୍କ ଜବରଦସ୍ତ ସୋ ଦେଖିବାକୁ ମିଳିଛି । ଆଜି (ମଙ୍ଗଳବାର) ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ନିଜର ୩୦ ତମ ଶତକ ହାସଲ କରିଛନ୍ତି । ଯାହା ତିନି ବର୍ଷ ପରେ ଦିନିକିଆରେ ରୋହିତ ଶର୍ମାଙ୍କ ବ୍ୟାଟରୁ ତିନି ଅଙ୍କ ବିଶିଷ୍ଟ ସ୍କୋର ବାହାରିଛି । ସେ ୮୫ ବଲରୁ ୯ ଟି ଚୌକା ଏବଂ ୬ ଟି ଛକା ବଳରେ ୧୦୧ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ରୋହିତ ଶର୍ମା ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ହିଟ୍ ମ୍ୟାନ ଦିନିକିଆ କ୍ୟାରିୟରରେ ଶ୍ରୀଲଙ୍କାର ସନଥ ଜୟସୂରିୟାଙ୍କ ଛକା ମାରିବା ରେକର୍ଡକୁ ଭାଙ୍ଗିଛନ୍ତି । ସନଥ ଜୟସୂରିୟା ତାଙ୍କ ଦିନିକିଆ କ୍ୟାରିୟରରେ ୨୭୦ ଟି ଛକା ମାରିଥିଲେ । ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୨୭୩ଟି ଛକା ମାରି ଜୟସୂରିୟାଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଦିନିକିଆରେ ସର୍ବାଧିକ ଛକା ମାରିବାରେ ତୃତୀୟ ହିଟ୍ ମ୍ୟାନ ରୋହିତ
ଇନ୍ଦୋରରେ ହିଟ ମ୍ୟାନଙ୍କ ଜବରଦସ୍ତ ସୋ ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ଛକା ମାରିବାରେ ତୃତୀୟ କ୍ରିକେଟର ବନିଲେ ରୋହିତ ଶର୍ମା । ଅଧିକ ପଢନ୍ତୁ
ଦିନିକିଆ ମ୍ୟାଚରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ପାକିସ୍ତାନର ସାହିଦ ଆଫ୍ରିଦି ନାମରେ ରହିଛି । ଆଫ୍ରିଦି ୩୯୮ ଟି ଦିନିକିଆ ମ୍ୟାଚ ଖେଳି ସବୁଠୁ ଅଧିକ ୩୫୧ ଟି ଛକା ମାରି ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଦ୍ବିତୀୟସ୍ଥାନରେ ରହିଛନ୍ତି ୱେଷ୍ଟ ଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର କ୍ରିସ ଗେଲ । ସେ ୩୦୧ ଟି ଦିନିକିଆ ମ୍ୟାଚରୁ ୩୩୧ ଟି ଛକା ମାରିଛନ୍ତି । ସେହିପରି ଶ୍ରୀଲଙ୍କାର ପୂର୍ବତନ ଷ୍ଟାର ବ୍ୟାଟର ସନଥ ଜୟସୂରିୟା ୪୪୫ ଟି ଦିନିକିଆ ମ୍ୟାଚ ଖେଳି ୨୭୦ ଟି ଛକା ମାରି ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ପରେ ରୋହତି ଶର୍ମା ନିଜ ଅନ୍ତର୍ଜାତୀୟ ଦିନିକଆ କ୍ୟାରିୟରରେ ୨୭୩ଟି ଛକା ମାରି ଜୟସୂରିୟାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହା ସହିତ ସେ ଏହି ତାଲିକାରେ ସନଥ ଜୟସୂରିୟାଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଛି । ଆରମ୍ଭରୁ ଓପନିଂ ଯୋଡି ଦମଦାର ଆରମ୍ଭ କରଥିଲେ । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କ ପାର୍ଟନରସିପ ଦଳୀୟ ସ୍କୋର ପାଇଁ ୨୧୨ ରନ ଯୋଡିଥିଲା । ରୋହିତ ଶର୍ମା ୮୫ ବଲରୁ ୯ ଟି ଚୌକା ଏବଂ ୬ ଟି ଛକା ବଳରେ ଦମଦାର ୧୦୧ ରନର ଇନିଂସ ଖେଳିଥିଲେ । ସେହିପରି ଯୁବ ବ୍ୟାଟର ଶୁବମନ ଗିଲ ୭୮ ବଲରୁ ୧୩ ଟି ଚୌକା ଏବଂ ୫ ଟି ଛକା ବଳରେ ୧୧୨ ରନର ଇନିଂସ ଖେଳିଥିଲେ ।