ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଝଟକା । ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ୟାପଟେନ ରୋହିତ ଶର୍ମା କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜୁଲାଇ 1ରୁ ଏହି ବହୁ ପ୍ରତିକ୍ଷୀତ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ, ରୋହିତ ଏହି ମ୍ୟାଚ୍ରେ ଭାରତର ନେତୃତ୍ବ ନେବେ । ତେବେ ରାପିଡ ଆଣ୍ଟିଜେନ ଟେଷ୍ଟରେ(Rapid Antigen Test) ରୋହିତଙ୍କ ରିପୋର୍ଟ COVID-19 ପଜିଟିଭ ଆସିଛି ।
IND vs ENG: ଟିମ୍ ଇଣ୍ଡିଆକୁ ଝଟକା, କ୍ୟାପଟେନ୍ ରୋହିତ ଶର୍ମାଙ୍କୁ କୋରୋନା - କୋରୋନା ଆକ୍ରାନ୍ତ ହେଲେ ରୋହିତ ଶର୍ମା
ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା । କୋରୋନା(COVID-19) ସଂକ୍ରମିତ ହେଲେ କ୍ୟାପଟେନ ରୋହିତ ଶର୍ମା । ଅଧିକ ପଢନ୍ତୁ
ଫଳରେ ଲେସଷ୍ଟରସେୟର ସହିତ 4 ଦିନିକିଆ ୱାର୍ମଅପ୍ ମ୍ୟାଚ୍ ଖେଳିଥିବା ରୋହିତ ଏବେ କ୍ବାରେଣ୍ଟିନରେ ରହିଛନ୍ତି ।ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଟ୍ବିଟ୍ କରି ରୋହିତ କୋଭିଡ ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛି । ଏବେ କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଆଇସୋଲେସନରେ ରଖାଯାଇଛି ଓ ବିସିସିଆଉ ମେଡିକାଲ ଟିମ ତାଙ୍କର ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ବୋଲି ବୋର୍ଡ ଟ୍ବିଟ୍ରେ ଉଲ୍ଲେଖ କରିଛି ।
ଜୁଲାଇ 1 ରୁ ଭାରତ ଓ ଇଂଲଣ୍ଡ ମଧ୍ୟରକେ ଅସମାପ୍ତ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଛି । ଏଜବାଷ୍ଟନରେ ଏହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତୀୟ ଟିମ 2-1ରେ ସିରିଜରେ ଆଗୁଆ ରହିଛି ।