ଓଡିଶା

odisha

ETV Bharat / sports

ରୋହିତଙ୍କ ଆଉ ଏକ ମାଇଲଷ୍ଟୋନ, ଦିନିକିଆରେ ୨୫୦ଟି ଛକା ମାରିବାରେ ପ୍ରଥମ ଭାରତୀୟ - ରୋହିତ ଶର୍ମା ରେକର୍ଡ

ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଏପର୍ଯ୍ୟନ୍ତ ୨୫୦ଟି ଛକା ମାରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଏପର୍ଯ୍ୟନ୍ତ ୨୫୦ଟି ଛକା ମାରିବାରେ ଭାରତୀୟ ହିସାବରେ ରୋହିତ ଶର୍ମା ହେଉଛନ୍ତି ପ୍ରଥମ କ୍ରିକେଟର । ଅଧିକ ପଢନ୍ତୁ

ରୋହିତ ଶର୍ମାଙ୍କ ଆଉ ଏକ ମାଇଲଷ୍ଟୋନ, ଦିନିକିଆ ମ୍ୟାଚରେ ୨୫୦ ଟି ଛକା ମାରିବାରେ ପ୍ରଥମ ଭାରତୀୟ
ରୋହିତ ଶର୍ମାଙ୍କ ଆଉ ଏକ ମାଇଲଷ୍ଟୋନ, ଦିନିକିଆ ମ୍ୟାଚରେ ୨୫୦ ଟି ଛକା ମାରିବାରେ ପ୍ରଥମ ଭାରତୀୟ

By

Published : Jul 13, 2022, 6:57 PM IST

ହାଇଦ୍ରାବାଦ: ଅଧିନାୟକ ରୋହିତ ଶର୍ମା ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଏପର୍ଯ୍ୟନ୍ତ ୨୫୦ ଟି ଛକା ମାରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଏପର୍ଯ୍ୟନ୍ତ ୨୫୦ ଟି ଛକା ମାରିବାରେ ଭାରତୀୟ ହିସାବରେ ରୋହିତ ଶର୍ମା ହେଉଛନ୍ତି ପ୍ରଥମ କ୍ରିକେଟର । ଗତକାଲି (ମଙ୍ଗଳବାର) ଓଭାଲରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ଦମଦାର ବ୍ୟାଟିଂ କରି 58 ବଲରୁ 5ଟି ଛକା ଏବଂ 6ଟି ଚୌକା ମାରି 76 ରନ କରି ଅପରାଜିତ ରହିଥିଲେ । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୨୫.୨ ଓଭର ୧୧୦ ରନ କରି ଅଲ ଆଉଟ ହୋଇଥିଲା । ତାର ଜବାବରେ ଭାରତ ୧୮.୪ ଓଭରରେ ୧୧୪ରନ କରିଥିଲା । ଏହି ଦିନିକିଆ ସିରିଜର ପ୍ରଥମ ଦିନିକିଆରେ ବିଜୟ ହାସଲ କରି ଭାରତ ସିରିଜର୧-୦ରେ ଆଗୁଆ ରହିଛି ।

ସେହିପରି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଏପର୍ଯ୍ୟନ୍ତ ୨୫୦ ଟି ଛକା ମାରିବାରେ ବିଶ୍ବରେ ରୋହିତ ଶର୍ମା ହେଉଛନ୍ତି ଚତୁର୍ଥ କ୍ରିକେଟର । ପାକିସ୍ତାନର ସାହିଦ ଆଫ୍ରିଦି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ସର୍ବାଧିକ ୩୫୧ ଟି ଛକା ମାରି ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ୱେଷ୍ଟ ଇଣ୍ଡିଜର କ୍ରିସଗେଲ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ୩୩୧ ଟି ଛକା ମାରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କାର ସନଥ ଜୟସୁରିୟା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ସର୍ବାଧିକ ୨୭୦ ଟି ଛକା ମାରି ତୃତୀୟ ସ୍ଥାନରେ ରହିଛନ୍ତି ।

ABOUT THE AUTHOR

...view details