ଓଡିଶା

odisha

ETV Bharat / sports

ବିରାଟ ଜଣେ ଗେମ ଚେଞ୍ଜର: ରବିନ ଉଥପ୍ପା

ବିରାଟଙ୍କ ଖରାପ ଫର୍ମକୁ ନେଇ ଉଥପ୍ପା କହିଛନ୍ତି, କୋହଲିଙ୍କ ଖରାପ ଫର୍ମ ଏବଂ ମ୍ୟାଚ ଜିତାଇବାର କ୍ଷମତା ଉପରେ କୌଣସି ପ୍ରଶ୍ନ ଉଠାଇବାର ଆମର ଅଧିକାର ନାହିଁ । ସେ ଜଣେ ଗେମ ଚେଞ୍ଜର ବ୍ୟାଟର । ଅଧିକ ପଢନ୍ତୁ

By

Published : Jul 26, 2022, 6:05 PM IST

ବିରାଟ ଜଣେ ଗେମ ଚେଞ୍ଜର : ରବିନ ଉତ୍ଥାପା
ବିରାଟ ଜଣେ ଗେମ ଚେଞ୍ଜର : ରବିନ ଉତ୍ଥାପା

ହାଇଦ୍ରାବାଦ: ବିରାଟ କୋହଲିଙ୍କ ସପକ୍ଷରେ ମତ ରଖିଲେ ଭାରତୀୟ କ୍ରିକେଟର ରବିନ ଉଥପ୍ପା । ସେ କହିଛନ୍ତି, ବିରାଟ ବିଶ୍ବର ସର୍ବଶ୍ରେଷ୍ଠ କ୍ରିକେଟର ମାନଙ୍କ ଭିତରୁ ଜଣେ ଏବଂ ସେ ଜଣେ ଗେମ ଚେଞ୍ଜର । 2019 ମସିହାରୁ ବିରାଟ କୋହଲି ଶତକ ହାସଲ କରି ନଥିବା ସହିତ ତାଙ୍କର ପ୍ରଦର୍ଶନ ଏବେ ଭଲ ରହୁନାହିଁ । ତାଙ୍କ ବ୍ୟାଟରୁ ରନ ବାହାରୁ ନାହିଁ । ଯାହା ଫଳରେ ସେ ଫର୍ମରେ ନଥିବା ବୋଲି ଅନେକ କ୍ରିକେଟ ବିଶେଷଜ୍ଞ ସାମଲୋଚନା କରିଥିଲେ । ଏହା ସହିତ ତାଙ୍କୁ ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଚରେ ଦଳରେ ସ୍ଥାନ ଦିଆ ନଯାଇ ବିଶ୍ରାମ ଦିଆଯାଇଛି । ବିରାଟଙ୍କ ଏହି ପରିସ୍ଥିତିରେ ତାଙ୍କୁ କେହି କେହି ସମାଲୋଚନା କରିଥିବା ବେଳେ କିଛି କ୍ରିକେଟର ସମର୍ଥନ ମଧ୍ୟ କରିଛନ୍ତି ।

ବିରାଟଙ୍କ ଖରାପ ଫର୍ମକୁ ନେଇ ଉଥପ୍ପା କହିଛନ୍ତି, କୋହଲିଙ୍କ ଖରାପ ଫର୍ମ ଏବଂ ମ୍ୟାଚ ଜିତାଇବାର କ୍ଷମତା ଉପରେ କୌଣସି ପ୍ରଶ୍ନ ଉଠାଇବାର ଆମର ଅଧିକାର ନାହିଁ । ହେଲେ ତାଙ୍କର ପୁରୁଣା ରେକର୍ଡକୁ ଦେଖିଲେ ସେ ଜଣେ ଦକ୍ଷ ଖେଳାଳି ଭାବେ ପରିଚିତ । ତାଙ୍କୁ କେମିତି ଖେଳିବାକୁ ହେବ ସେ ବିଷୟରେ ତାଙ୍କୁ ଜଣାଇବାକୁ ପଡିବ ନାହିଁ । ବିରାଟ ଆଗରୁ ପିଚ ଉପରେ ଠିଆ ହେଲେ ତାଙ୍କ ବ୍ୟାଟରୁ ରନ ବର୍ଷା ହେଉଥିଲା । ସେ ଶତକ ପରେ ଶତକ ପରେ ଶତକ ହାସଲ କରିଚାଲିଥିଲେ । ସେତେବେଳେ କେହି କହି ନଥିଲେ କି ତାଙ୍କୁ କିପରି ଖେଳାଯିବା ଦରକାର । ସେହିପରି ଏବେ ମଧ୍ୟ ତାଙ୍କୁ କହିବା ଦରକାର ନାହିଁ କି ତାଙ୍କୁ କିପରି ପରର୍ଫମେନ୍ସ ଦେବା ଦରକାର ।

ଏହା ସହିତ ରବିନ ଆହୁରି ମଧ୍ୟ କହିଛନ୍ତି, ଫାଷ୍ଟ ବୋଲର ଜଶପ୍ରିତ ବୁମରା ଭବିଷ୍ୟତରେ ଜଣେ ଟେଷ୍ଟ କ୍ରିକେଟ ଅଧିନାୟକ ହୋଇପାରିବେ । ନିକଟରେ ଖେଳାଯାଇଥିବା ଭାରତ ଇଂଲଣ୍ଡ ପଞ୍ଜମ ଟେଷ୍ଟରେ ଜଶପ୍ରିତ ବୁମରାଙ୍କ ଅଧିନାୟକ ନେତୃତ୍ବକୁ ପ୍ରଶଂସା କରିଛନ୍ତି ଉଥପ୍ପା । ଜଶପ୍ରିତ ବୁମରାଙ୍କ ପାଖରେ ଟେଷ୍ଟ ଅଧିନାୟକ ଭାର ସମ୍ଭାଳି ପାରିବାର ଦକ୍ଷତା ରହିଛି ସେହିପରି ଦିନିକିଆରେ ଲୋକେଶ ରାହୁଲ ଏବଂ ଋଷଭ ପନ୍ତ ଅଧିନାୟକ ପାଇଁ ବିକଳ୍ପ ରହିଛନ୍ତି । ଏହା ସହିତ ସେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରେ ଯୁବ କ୍ରିକେଟରଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଭାରତ ଏହି ସିରିଜକୁ 2-0ରେ ଆଗୁଆ କବଜା କରିଛି ।

ABOUT THE AUTHOR

...view details