ହାଇଦ୍ରାବାଦ: 2007 ମସିହାରେ ଟି-୨୦ ବିଶ୍ବ କପ ବିଜେତା ତଥା ଭାରତୀୟ କ୍ରିକେଟର ରବିନ ଉତ୍ଥପାଙ୍କ ( Indian cricketer Robin Uthappa ) ଅବସର ଘୋଷଣା । କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଆଜି ( ବୁଧବାର ) ରବିନ ଉତ୍ଥପା ନିଜ ଟ୍ବିଟର ମାଧ୍ୟମରେ ଘୋଷଣା କରିଛନ୍ତି ( announced retirement from all forms of cricket ) । ଏହି ଅବସରରେ ସେ ଆଇପିଏଲରେ ଖେଳିଥିବା ସମସ୍ତ ଫ୍ରେଞ୍ଚାଇଜ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।
ରବିନ ଉତ୍ଥପାଙ୍କ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା - ରବିନ ଉତ୍ଥାପାଙ୍କ ଅବସର ଘୋଷଣା
କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଆଜି (ବୁଧବାର) ରବିନ ଉତ୍ଥପା ନିଜ ଟ୍ବିଟର ମାଧ୍ୟମରେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ
କ୍ରିକେଟରୁ ସନ୍ୟାସ ନେବା ଅବସରରେ ରବିନ ଉତ୍ଥପା କହିଛନ୍ତି, "ବୃତ୍ତିଗତ ଭାବରେ କ୍ରିକେଟ ଖେଳ ଆରମ୍ଭ କରିବାରେ ମୋର ୨୦ ବର୍ଷ ହୋଇଗଲାଣି । ଏଥିରେ ନିଜ ଦେଶ ପାଇଁ ଏବଂ ନିଜ ରାଜ୍ୟ ପାଇଁ କ୍ରିକେଟ ଖେଳିବା ମୋ ପାଇଁ ସବୁଠୁ ସମ୍ମାନର କଥା ଥିଲା । ଏହା ଏକ ଉନ୍ନତି ଅବନ୍ନତି ଯାତ୍ରା ରହିଥିଲା । ଏହା ସହିତ ଏହି ଯାତ୍ରା ବହୁତ ଆନନ୍ଦଦାୟକ ରହିଥିଲା । ଏହି ସମୟ ମୋତେ ଏକ ଭଲ ବ୍ୟକ୍ତି ଭାବରେ ବିକଶିତ ହେବାକୁ ସୁଯୋଗ ପ୍ରଦାନ କରିଥିଲା । ଯାହା ହେଲେ ବି ସବୁ ଭଲ ସମୟର ଶେଷ ସମୟ ଆସିଛି । ହୃଦୟରୁ ମୁଁ ଭାରତୀୟ କ୍ରିକେଟରୁ ସବୁ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଏହା ପରେ ମୁଁ ମୋର ପରିବାର ସହିତ ମହତ୍ବପୂର୍ଣ୍ଣ ସମୟ ବିତାଇବାକୁ ଚାହୁଁଛି । ମୁଁ ମୋ ଜୀବନରେ ଆଉ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଉତ୍ସାହିତ ରହିଛି ।"
ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ୨୦୦୭ ମସିହାରେ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ଷ୍ଟାର ବ୍ୟାଟର ରବିନ ଉତ୍ଥପା ଦଳକୁ ଟ୍ରଫି ଦେବାର ସହଭାଗୀ ରହିଥିଲେ । ରବିନ ଉତ୍ଥାପା ଶେଷ ଥର ପାଇଁ ୨୦୧୫ ମସିହାରେ ଭାରତୀୟ ଦଳ ପାଇଁ ଖେଳିଥିଲେ । ଭାରତୀୟ ଷ୍ଟାର ବ୍ୟାଟର ରବିନ ଉତ୍ଥାପା ୨୦୨୨ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳିଥିଲେ । ଏହା ସହିତ ସେ ମୁମ୍ବାଇ ଇଣ୍ଡିଆନ୍ସ, ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର, ପୁନେ ୱାରିୟର୍ସ ଇଣ୍ଡିଆ, ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳିଥିବାର ସୂଚନା ରହିଛି । ଏହା ସହିତ ସେ ଘରୋଇ କ୍ରିକେଟରେ କର୍ଣ୍ଣାଟକ, ସୌରାଷ୍ଟ୍ର, ଏବଂ କେରଳ ପାଇଁ ଖେଳିଛନ୍ତି ।