ଦୁବାଇ:ଚେନ୍ନାଇ ସୁପର କିଙ୍ଗ୍ସ(CSK) ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ବ୍ୟାଟର ଫାଫ୍ ଡୁ ପ୍ଲେସିସ୍ ନିଜ ସଫଳତମ ଆଇପିଏଲ କ୍ୟାରିୟରରେ ନୂଆ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଶୁକ୍ରବାର ଜାଡେଜା ୨୦୦ତମ ଓ ଡୁପ୍ଲେସିସ୍ ୧୦୦ତମ ଇଣ୍ଡିଆନ ପ୍ରିମିୟର ଲିଗ(IPL) ମ୍ୟାଚ୍ ଖେଳୁଛନ୍ତି ।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ IPL 2021ର ଫାଇନାଲ ମାଚ୍ ଖେଳାଯାଉଛି ।
ଡୁପ୍ଲେସିସ ଏହି ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଛନ୍ତି । ୧୫ ମ୍ୟାଚ୍ରୁ ୫୪୭ ରନ୍ ସଂଗ୍ରହ କରିସାରିଥିବାବେଳେ, IPL କ୍ୟାରିୟରରେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ୨୮୪୯ ରନ୍ ନିଜ ନାମରେ କରିସାରିଛନ୍ତି ।
ଅନ୍ୟପଟେ ଜାଡେଜା ୨୨୭ ରନ୍ ସଂଗ୍ରହ କରିଥିବାବେଳେ ଚଳିତ ସଂସ୍କରଣରେ ୧୧ ୱିକେଟ ମଧ୍ୟ ହାସଲ କରିସାରିଛନ୍ତି । ସଂପୂର୍ଣ୍ଣ IPL କ୍ୟାରିୟରରେ ଭାରତୀୟ ଷ୍ଟାର ଅଲରାଉଣ୍ଡରଙ୍କ ନାମରେ ୨୩୮୬ ରନ୍ ଓ ୧୨୫ ୱିକେଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ