ଓଡିଶା

odisha

ETV Bharat / sports

CSK ସହିତ ଜଡିତ ଫୋଟ ଇନଷ୍ଟାଗ୍ରାମରୁ ଡିଲିଟ କଲେ ଜାଡେଜା

ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ରବୀନ୍ଦ୍ର ଜାଡେଜା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସିଏସକେର ୨୦୨୧-୨୦୨୨ ସିଜନରୁ ସମସ୍ତ ଫଟୋକୁ ଡିଲିଟ କରିଛନ୍ତି । କିନ୍ତୁ କାହିଁକି ? ଅଧିକ ପଢନ୍ତୁ

By

Published : Jul 10, 2022, 9:54 AM IST

ସିଏସକେ ସହିତ ଜଡିତ ଫୋଟ ଇନଷ୍ଟାଗ୍ରାମରୁ ଡିଲିଟ କଲେ ଜାଡେଜା
ସିଏସକେ ସହିତ ଜଡିତ ଫୋଟ ଇନଷ୍ଟାଗ୍ରାମରୁ ଡିଲିଟ କଲେ ଜାଡେଜା

ହାଇଦ୍ରାବାଦ:ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ରବୀନ୍ଦ୍ର ଜାଡେଜା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସିଏସକେର ୨୦୨୧-୨୦୨୨ ସିଜନରୁ ସମସ୍ତ ଫଟୋକୁ ଡିଲିଟ କରିଛନ୍ତି । ୨୦୨୨ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତିରେ ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ବ ନ୍ୟସ୍ତ କରିଥିଲା । ପରେ ଜାଡେଜା ଅଧିନାୟକ ପଦରୁ ଓହରି ଯାଇଥିଲେ । କାରଣ ଜାଡେଜାଙ୍କ ଅଧିନାୟକ ପଦ ପାଇଁ ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡୁଥିଲା । ଯାହା ଫଳରେ ସେ ଫର୍ମରେ ରହିପାରୁନଥିଲେ । ପରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଦାୟିତ୍ବ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ନେଇଥିଲେ ।

ଜାଡେଜା ମଧ୍ୟ ଚଳିତ ବର୍ଷ ଧୋନୀଙ୍କ ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇନଥିଲେ । ଯାହା ସିଏ ସବୁ ବର୍ଷ କରିଥାନ୍ତି । ଜାଡେଜା ଏହା ସହିତ ତାଙ୍କ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଜଡିତ ସମସ୍ତ ଫଟୋ ଡିଲିଟ କରିଦେଇଛନ୍ତି । ଏନେଇ ଜଣେ ପ୍ରଶଂସକ କହିଛନ୍ତି ନିଶ୍ଚିତ ରୂପରେ କିଛି ଠିକ ନାହିଁ । ରବୀନ୍ଦ୍ର ଜାଡେଜା ପ୍ରାୟ ୨୦୨୩ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳିବେ ନାହିଁ । କାରଣ ସେ ସିଏସକେ ସହିତ ଜଡିତ ସମସ୍ତ ଫଟୋକୁ ଡିଲିଟ କରିଦେଇଛନ୍ତି ।

୨୦୨୨ ଆଇପିଏଲ ସିଜିନରେ ରବୀନ୍ଦ୍ର ଜାଡେଜାଙ୍କର ଖରାପ ପ୍ରଦର୍ଶନ ପାଇଁ ଜାଡେଜା ଏଜବେଷ୍ଟନରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ତାଙ୍କର ଜବରଦସ୍ତ କମବ୍ୟାକ ହୋଇଥିଲା । ସେଥିରେ ସେ ଶତକ ହାସଲ କରିଥିଲେ । ଏହା ସହିତ ଆଗାମୀ ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବିସିସିଆଇ ତାଙ୍କୁ ଉପ ଅଧିନାୟକ ଦାୟିତ୍ବ ନ୍ୟସ୍ତ କରିଛି ।

ABOUT THE AUTHOR

...view details