ଓଡିଶା

odisha

ETV Bharat / sports

IND vs AUS 1st Test: କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଜାଡେଜା

ଭାରତ ଓ ଅଷ୍ଟ୍ରେଲିୟା ଟେଷ୍ଟ ମ୍ୟାଚରେ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ରବିନ୍ଦ୍ର ଜାଡେଜା । ଗୋଟିଏ ଟେଷ୍ଟ ମ୍ୟାଚରେ ପଞ୍ଚମ ଥର ଲାଗି ୫ଟି ଓ୍ବିକେଟ ସହ ଅର୍ଦ୍ଧ ଶତକ ହାସଲ କରିଛନ୍ତି ଜାଡେଜା । ଅଧିକ ପଢନ୍ତୁ

ravindra jadeja breaks kapil dev record
ravindra jadeja breaks kapil dev record

By

Published : Feb 11, 2023, 8:16 AM IST

ହାଇଦ୍ରାବାଦ:ମହାରାଷ୍ଟ୍ରରେ ଜାରି ରହିଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ନୂଆ ରେକର୍ଡ ହାସଲ କରିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ପ୍ରଥମ ଇନିଂସରେ ୫ ୱିକେଟ ଓ ଅର୍ଦ୍ଧ ଶତକ ହାସଲ କରି ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି ଜାଡେଜା । ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ସେ ବିପକ୍ଷ ଦଳକୁ ମାତ୍ର ୪୭ ରନ ଦେଇ ୫ ଓ୍ବିକେଟ ଅକ୍ତିଆର କରିଥିଲେ । ଏହାପରେ ଭାରତର ଇନିଂସ ସମୟରେ ଅର୍ଥାତ ଦ୍ବତୀୟ ଦିନ ଟେଷ୍ଟ ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରି ଅପରାଜିତ ୬୬ ରନ କରିଥିଲେ ।

ଫଳରେ ପ୍ରଥମ ଭାରତୀୟ ଅଲରାଉଣ୍ଡର ଭାବେ ଗୋଟିଏ ଟେଷ୍ଟ ମ୍ୟାଚରେ ପଞ୍ଚମ ଥର ଲାଗି ୫ଟି ଓ୍ବିକେଟ ନେବା ଓ ଅର୍ଦ୍ଧଶତକ ହାସଲ କରି ପାରିଛନ୍ତି ଜାଡେଜା । ପୂର୍ବରୁ କପିଲ ଦେବଙ୍କ ନାମରେ ଏହି ରେକର୍ଡ ଥିବା ବେଳେ ରବିନ୍ଦ୍ର ଜାଡେତା ତାଙ୍କ ନାମରେ ଏହି ରେକର୍ଡ ହାସଲ କରିଛନ୍ତି । କପିଲ ଦେବ ୪ଟି ଟେଷ୍ଟ ମ୍ୟାଚରେ ଏପରି ସଫଳତା ହାସଲ କରିଥିଲେ । ସେହି ରେକର୍ଡକୁ ଏବେ ରବିନ୍ଦ୍ର ଜାଡେଜା ଭଙ୍ଗ କରିବାରେ ସଫଳ ହୋଇଛନ୍ତି ।

ଗତ ୯ ତାରିଖରୁ ମହାରାଷ୍ଟ୍ରର ନାଗପୁରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମ ବ୍ୟାଟିଂ କରିଥିଲା କଙ୍ଗାରୁ ଟିମ । ପ୍ରଥମ ପାଳିରେ ଦଳ ବ୍ୟାଟିଂ କରି ୧୭୭ ରନ କରି ଅଲଆଉଟ ହୋଇଥିଲା । ଏହାପରେ ଗତକାଲି ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ପାଳି ଆରମ୍ଭ କରିଥିଲା ଭାରତ । ପ୍ରଥମ ଇନିଂସରେ ବ୍ୟାଟିଂ କରି ଦ୍ବିତୀୟ ଦିନରେ ୭ ୱିକେଟ ହରାଇ ୩୨୧ ରନ କରିଥିଲା ଭାରତ । ଏହା ସହିତ କଙ୍ଗାରୁଦଳଠାରୁ ୧୪୪ ରନ୍‌ରେ ଆଗୁଆ ରହିଛି ରୋହିତବାହିନୀ ।

ସେହିପରି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିବାରେ ସକ୍ଷମ ହୋଇ ପାରିଥିଲେ । ରୋହିତ ୧୫ଟି ଚୌକା ଏବଂ ୨ଟି ଛକା ସହିତ ୧୨୦ ରନର ଇନିଂସ ଖେଳି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଏହାପରେ ଅକ୍ଷର ପଟେଲ ମଇଦାନକୁ ଆସି ଜାଡେଜାଙ୍କ ସହିତ ପାଳି ସମ୍ଭାଳିଥିଲେ । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି । ଅକ୍ଷର ପଟେଲ ୧୦୨ ବଲରୁ ୮ ଚୌକା ସହିତ ୫୨ ରନ କରିଛନ୍ତି । ରବୀନ୍ଦ୍ର ଜାଡେଜା ୧୭୦ ବଲରୁ ୯ଟି ଚୌକା ବଲ୍‌ରେ ୬୬ ରନ୍‌ କରିଥିଲେ । ଆଜିଠୁ ଆରମ୍ଭ ହେବ ଦ୍ବିତୀୟ ଇନିଂସ ।

ABOUT THE AUTHOR

...view details