ଓଡିଶା

odisha

ETV Bharat / sports

Cricket Controversy: ଅବସର ପରେ ବି ଶାସ୍ତ୍ରୀଙ୍କ ନାଁରେ ବିବାଦ, ମୁହଁ ଖୋଲିଲେ ଅଶ୍ବିନୀ - ଅଶ୍ବିନୀଙ୍କ ବିଶାଦର କାରଣ

ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ୍(Former India Cricket Team Coach Ravi Shastri) ରବି ଶାସ୍ତ୍ରୀଙ୍କୁ ଖୋଲା ସମାଲୋଚନା କଲେ ସ୍ପିନର ରବିଚନ୍ଦ୍ର ଅଶ୍ବିନୀ(Ravichandran Ashwin) । ଶାସ୍ତ୍ରୀଙ୍କ ପାଇଁ ବହୁବାର ଅବସର ନେବାକୁ ମନସ୍ଥ କରିଥିବା ଖୁଲାସା କଲେ । ଅଧିକ ପଢନ୍ତୁ

Cricket Controversy: ଶାସ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ଅବସର ନେଇଥାନ୍ତି କହିଲେ ଅଶ୍ବିନୀ
Cricket Controversy: ଶାସ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ଅବସର ନେଇଥାନ୍ତି କହିଲେ ଅଶ୍ବିନୀCricket Controversy: ଶାସ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ଅବସର ନେଇଥାନ୍ତି କହିଲେ ଅଶ୍ବିନୀ

By

Published : Dec 22, 2021, 11:32 AM IST

ମୁମ୍ବାଇ: ପୁଣି କ୍ରିକେଟରେ ମୁଣ୍ଡ ଟେକିଲା ବିବାଦ । ଚଳିତ ବର୍ଷ BCCI-ବିରାଟ-ରୋହିତଙ୍କ ବିବାଦ ଥମି ନଥିବାବେଳେ ଆଉ ଏକ ବିବାଦ ଉଭା ହୋଇଛି ଭାରତୀୟ କ୍ରିକେଟ ଜଗତରେ । ଏଥର ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ୍(Former India Cricket Team Coach Ravi Shastri) ରବି ଶାସ୍ତ୍ରୀଙ୍କୁ ଖୋଲା ସମାଲୋଚନା କରିଛନ୍ତି ସ୍ପିନର ରବିଚନ୍ଦ୍ର ଅଶ୍ବିନୀ(Ravichandran Ashwin)

ଦଳରେ ଅବହେଳା କାରଣରୁ ଏବଂ ଶାସ୍ତ୍ରୀଙ୍କ ପାଇଁ ସେ ବହୁବାର ଖେଳରୁ ଅବସର ନେବାକୁ ମନସ୍ଥ କରିଥିବା କହିଛନ୍ତି ଅଶ୍ବିନୀ । ଏକ ସାକ୍ଷାତକାରରେ ଅଶ୍ବିନୀ କହିଛନ୍ତି ଯେ, ମୋତେ ଏକଦା ବସ୍ ଚକା ତଳକୁ ଠେଲିଦେବା ପରି ଲାଗୁଥିଲା । ଅନେକ ଗୁଡିଏ କାରଣ ପାଇଁ ଅବସର କଥା ଚିନ୍ତା କରିଥିଲି । ଦଳରେ ଅନେକ ଲୋକଙ୍କୁ ସମର୍ଥନ ମିଳୁଛି ମୋତେ କାହିଁକି ନୁହେଁ ? ବେଳେ ବେଳେ ଲୋକମାନେ ମୋ ଆଘାତକୁ ନେଇ ସମ୍ବେଦନଶୀଳ ନୁହଁନ୍ତି ବୋଲି ମୁଁ ଭାବେ ।'

2019 ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ପରେ କୋଚ ରବି ଶାସ୍ତ୍ରୀ କୁଲଦୀପ ଯାଦବଙ୍କୁ ବିଦେଶରେ ଭାରତର ଏକ ନମ୍ବର ସ୍ପିନର ଭାବେ ଘୋଷଣା ପରେ ଏପରି ମନରେ ଭାବନା ଆସିଥିବା କହିଛନ୍ତି ଅଶ୍ବିନୀ । ସେ କହିଛନ୍ତି ଯେ, 'ରବିଭାଇଙ୍କୁ ଆମେ ସମସ୍ତେ ସମ୍ମାନ କରୁ । ମୋ ମନରେ ମଧ୍ୟ ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ବ୍ୟକ୍ତିଗତ ଭାବେ ଶାସ୍ତ୍ରୀଙ୍କ ମନ୍ତବ୍ୟ ମୋତେ ବହୁତ ବାଧିଥିଲା । କୁଲଦୀପଙ୍କ ସଫଳତା ପାଇଁ ମୁଁ ବହୁତ ଖୁସିଥିଲି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମୁଁ କେବେ ୫ ୱିକେଟ ପାଇନଥିଲି, କିନ୍ତୁ କୁଲଦୀପ ପାଇଥିଲେ । ଏହା ବହୁତ ବଡ ସଫଳତା । ଅଷ୍ଟ୍ରେଲିଆ ବିପକ୍ଷରେ ଏ ସଫଳତା ମୋ ପାଇଁ ବହୁତ ଗୁରତ୍ବ ରଖିଥିଲା ।ହେଲେ ମୁଁ ମଧ୍ୟ ଦଳ ପାଇଁ କିଛି କମ୍ କରିନାହିଁ । ଦେଶ ପାଇଁ ମୁଁ ଅନେକ ମ୍ୟାଚ ଜିତିଛି ।

କିନ୍ତୁ ବିଦେଶ ମାଟିରେ ଭାରତର ଏକ ନମ୍ବର ସ୍ପିନରେ ଭାବେ କୁଲଦୀପଙ୍କୁ ଶାସ୍ତ୍ରୀଙ୍କ ଘୋଷଣା ମୋତେ ଆଘାତ ଦେଇଥିଲା । ମୋତେ କେହି ବସ୍ ଚକା ତଳକୁ ଫିଙ୍ଗିଦେବା ପରି ଲାଗିଥିଲା । ମୋତେ କିନ୍ତୁ ସେଥିରୁ ବାହାରି ଦଳର ସଫଳତାକୁ ଉପଭୋଗ କରିବାର ଥିଲା । ଆଉ ମୁଁ ଦଳର ବିଜୟ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲି ।'

ତେବେ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ଏବଂ କପିଲ ଦେବଙ୍କ ପରେ ଅଶ୍ବିନୀ ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ତୃତୀୟ ବୋଲର । ମାତ୍ର ସେ ୨୦୧୮ ରୁ ୨୦୨୦ ମଧ୍ୟରେ ଦଳଗତ ଅବହେଳା ପାଇଁ ଅବସର ନେବାକୁ ବାରବାର ମନସ୍ଥ କରିଥିବା ସର୍ବ ସମ୍ମୁଖରେ ଖୁଲାସା କରିଛନ୍ତି । ଅଶ୍ବିନୀଙ୍କ ଏହି ବିସ୍ଫୋରକ ବୟାନ ପରେ କ୍ରୀଡା ଜଗତରେ ଆଉ ଏକ ବିବାଦ ସୃଷ୍ଟି ହୋଇଛି ।

ABOUT THE AUTHOR

...view details