ଓଡିଶା

odisha

ETV Bharat / sports

ରଣଜୀ ଟ୍ରଫି: ଓଡିଶା ଟିମରେ ହର୍ଷିତ ରାଠୋଡ ସାମିଲ - Odisha vs Madhya Pradesh

Ranji Trophy: ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଓଡ଼ିଶା ଦଳରେ ଯୋଗଦେଲେ ଅଲରାଉଣ୍ଡର ହର୍ଷିତ ରାଠୋର । ବରୋଦା ବିପକ୍ଷ ପରାଜୟ ପରେ ପଶିଲା ଚେତା । ଅଧିକ ପଢ଼ନ୍ତୁ

ଓଡିଶା ଟିମରେ ହର୍ଷିତ ରାଠୋଡ ସାମିଲ
ଓଡିଶା ଟିମରେ ହର୍ଷିତ ରାଠୋଡ ସାମିଲ

By ETV Bharat Odisha Team

Published : Jan 10, 2024, 9:45 PM IST

କଟକ: ଜାରି ରହିଛି ବିସିସିଆଇର ସବୁଠାରୁ ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି । ଆଗାମୀ ମଧ୍ୟପ୍ରଦେଶ ମ୍ୟାଚ୍‌ ପୂର୍ବରୁ ଓଡିଶା ଦଳରେ ସାମିଲ ହେଲେ ଅଲରାଉଣ୍ଡର ହର୍ଷିତ ରାଠୋଡ୍‌ । 12 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମୁକାବିଲା ପୂର୍ବରୁ ଦଳରେ ହର୍ଷିତଙ୍କୁ ସ୍ଥାନ ଦେଇଛି ଓସିଏ ଚୟନ କମିଟି । ପ୍ରଥମ ମ୍ୟାଚ୍‌ରେ ବରୋଦା ଠାରୁ 147 ରନରେ ହାରିବା ପରେ ଦଳରେ ହର୍ଷିତଙ୍କୁ ସ୍ଥାନ ଦେଇଛି ଓଡିଶା କ୍ରିକେଟ ଆସୋସିଏସନ୍‌ । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଗତ କିଛି ଘରୋଇ ସିଜିନରେ ବେଶ ଭଲ ପ୍ରଦର୍ଶନ କରିଥିବାରୁ ରଣଜୀରେ ମଧ୍ୟ ସେଭଳି ପ୍ରଦର୍ଶନ ଦେଖାଇ ପାରିବେ ବୋଲି ଓସିଏ ଆଶା ରଖିଛି ।

ରଣଜୀ ଟ୍ରଫି ପାଇଁ ପୂର୍ବରୁ ଦଳ ଚୟନ କରିଥିଲା ଓସିଏ ଚୟନ କମିଟି । 15 ଜଣିଆ ଟିମ ଘୋଷଣା କରିଥିଲା ଓଡିଶା କ୍ରିକେଟ ସଙ୍ଘ । ଶାନ୍ତନୁ ମିଶ୍ରଙ୍କୁ ମିଳିଥିଲା ଅଧିନାୟକ ଭାର । ଜାନୁଆରୀ 5 ତାରିଖରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଓଡିଶା ଆରମ୍ଭ କରିଥିଲା ରଣଜୀ ଅଭିଯାନ । ପୂର୍ବ ଘୋଷିତ ଦଳରେ ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ବାଳ ଦଳର ଟପ୍‌ ଅର୍ଡର ସମ୍ଭାଳିଥିଲେ । ରାଜେଶ ଧୂପର ଓ ଆଶୀର୍ବାଦ ସ୍ବାଇଁଙ୍କୁ ୱିକେଟ କିପର ଦାୟିତ୍ବ ମିଳିଥିଲା । ସେହିପରି ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂ, ସୁମିତ ଶର୍ମା ଓ ଗୋବିନ୍ଦ ପୋଦାର ଦଳରେ ରହିଥିଲେ । ହେଲେ ବୟସ ଜାଲିଆତି ମାମଲାର ଶିକାର ହୋଇ ରଣଜୀ ଟିମ୍‌ରୁ ବାଦ ପଡ଼ିଥିଲେ ସୁମିତ । ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ଦଳରେ ସ୍ଥାନ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଅଭିଯାନ ପୂର୍ବରୁ ଓସିଏକୁ ଝଟକା, ବୟସ ଜାଲିଆତି ପାଇଁ ସୁମିତଙ୍କୁ 2ବର୍ଷ ବ୍ୟାନ କଲା BCCI

ଏବେ ମଧ୍ୟପ୍ରଦେଶ ମ୍ୟାଚ୍‌ ପୂର୍ବରୁ ହର୍ଷିତ ରାଠୋଡ୍‌ଙ୍କ ଭଳି ଅଲରାଉଣ୍ଡର ଦଳରେ ସାମିଲ ହେବା ଖେଳାଳିଙ୍କ ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି କରିବ । ଏହି ସିଜିନରେ ଓଡିଶା ମୋଟ 7ଟି ମ୍ୟାଚ ଖେଳିବାକୁ ଥିବାବେଳେ ପ୍ରଥମ ମ୍ୟାଚ୍‌ରେ ବରୋଦା ଠାରୁ ହାରିଯାଇଛି ଓଡ଼ିଶା ଦଳ । ପରବର୍ତ୍ତୀ ମ୍ୟାଚ୍‌ରେ ମଧ୍ୟପ୍ରଦେଶ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ପଣ୍ଡିଚେରୀ, ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ଭେଟିବେ ଓଡିଶା ଖେଳାଳି ।

ଅବଶିଷ୍ଟ ମ୍ୟାଚ୍‌ ପାଇଁ ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ବାଳ, ରାଜେଶ ଧୂପର (ୱିକେଟ କିପର), ଆଶୀର୍ବାଦ ସ୍ବାଇଁ (ୱିକେଟ କିପର), ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂ, ତାରିଣୀ ସା, ଗୋବିନ୍ଦ ପୋଦାର, ହର୍ଷିତ ରାଠୋଡ୍‌

ଇଟିଭି ଭାରତ, କଟକ

ABOUT THE AUTHOR

...view details