ଓଡିଶା

odisha

By

Published : Feb 5, 2023, 12:09 PM IST

ETV Bharat / sports

Ranji Trophy 2023: ପଞ୍ଜାବକୁ ହରାଇ ସେମିରେ ସୌରାଷ୍ଟ୍ର

ରଣଜୀ ଟ୍ରଫି କ୍ବାର୍ଟର ରାଉଣ୍ଡରେ ପଞ୍ଜାବକୁ 71 ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ସୌରାଷ୍ଟ୍ର । ଅଧିକ ପଢନ୍ତୁ

Saurashtra qualify for semifinal
ପଞ୍ଜାବକୁ ହରାଇ ସେମିରେ ସୌରାଷ୍ଟ୍ର

ନୂଆଦିଲ୍ଲୀ: ରଣଜୀ ଟ୍ରଫି ସେମି ଫାଇନାଲରେ ପ୍ରବେଶ କରିଛି ସୌରାଷ୍ଟ୍ର । ନାଟକୀୟ ବିଜୟ ସହ ତୃତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ ପଞ୍ଜାବକୁ 71ରନରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ସୌରାଷ୍ଟ୍ର । ଆସନ୍ତା 8 ତାରିଖରେ ସେମିଫାଇନାଲ ରାଉଣ୍ଡ ଆରମ୍ଭ ହେବ । ପୂର୍ବରୁ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବେଙ୍ଗଲ ସେମିରେ ପ୍ରବେଶ କରି ସାରିଛନ୍ତି ।

ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ ରୋମାଞ୍ଚକର ହୋଇଥିଲା । ଚତୁର୍ଥ ଦିବସ ଯାଏ ପଞ୍ଜାବର ଆଧିପତ୍ୟ ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସରେ ଆଗୁଆ ଥିବା ସୁଦ୍ଧା ଅନ୍ତିମ ଦିବସରେ ଦଳର ବ୍ୟାଟିଂ ବିଫଳତା ଦେଖିବାକୁ ମିଳିଥିଲା । ପରିଣାମ ପଞ୍ଜାବକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । 252ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ପଞ୍ଜାବ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର 180 ରନରେ ଦଳର ରନ ଗାଡି ଅଟକି ଯାଇଥିଲା । 9 ୱିକେଟ ହରାଇ ଟାର୍ଗେଟ ହାସଲ କରିବାରେ ବିଫଳ ହୋଇଥିଲା । ପଞ୍ଜାବ ପକ୍ଷରୁ ପୁଖରାଜ ମନ 42 ରନ, ସିଦ୍ଧାର୍ଥ କୌଲ 10 ରନ, ଅନମୋଲପ୍ରୀତ ସିଂହ 26, ମନଦୀପ ସିଂହ 45, ମୟଙ୍କ ମାର୍କଣ୍ଡେ 2, ନେହାଲ ୱାଧେରା 3 ରନ, ବିନୟ ଚୌଧୁରୀ 3 ରନ କରିଥିଲେ ।

ଏହା ବି ପଢନ୍ତୁ...ପିଟି ଉଷାଙ୍କ ଏକାଡେମୀରେ ଗୁଣ୍ଡାଗର୍ଦ୍ଦି, ସାଂସଦ ହେବା ପରେ ଅସୁବିଧା ବଢିଥିବା ଅଭିଯୋଗ

ସୌରାଷ୍ଟ୍ରର ବିଜୟରେ ଅଲରାଉଣ୍ଡର ପ୍ରଦର୍ଶନ କରି ମୁଖ୍ୟ ଭୂମିକା ତୁଲାଇଥିଲେ ସ୍ପିନର ପାର୍ଥ । ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ଉଭୟ ଇନିଂସରେ ସେ 162 ରନ କରିଥିବାବେଳେ 8ଟି ୱିକେଟ ହାସଲ କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ପଞ୍ଜାବ ସୌରାଷ୍ଟ୍ରର 303 ଜବାବରେ ପଞ୍ଜାବ 431 ରନ କରି ପ୍ରଥମ ଇନିଂସରେ ଆଗୁଆ ଥିଲା । 128 ରନ ପଛୁଆ ଥାଇ ସୌରାଷ୍ଟ୍ର ଦ୍ବିତୀୟ ଇନିଂସରେ 379 ରନ ସଂଗ୍ରହ କରିଥିଲା । ସୌରାଷ୍ଟ୍ର ପକ୍ଷରୁ ପାର୍ଥ 5ଟି ୱିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ...ଅବସର ନେଇ ଲିଓନେଲ ମେସିଙ୍କ ସଙ୍କେତ, କହିଲେ ଏମିତି

ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇ ସାରିଛି । ଇନ୍ଦୋରରେ ଡିଫେଣ୍ଡିଂ ଚାମ୍ପିଅନ ମଧ୍ୟପ୍ରଦେଶ ଓ ବେଙ୍ଗଲ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଓ ବେଙ୍ଗାଲୁରୁରେ ସୌରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆସନ୍ତା 8 ତାରିଖରୁ ସେମିଫାଇନାଲ ରାଉଣ୍ଡ ଆରମ୍ଭ ହେବ । କର୍ଣ୍ଣାଟକ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା ।

ABOUT THE AUTHOR

...view details