ଓଡିଶା

odisha

ETV Bharat / sports

ରାଜସ୍ଥାନ ରୟାଲ୍ସ ମାଲିକ ମୋତେ ଚାପୁଡା ମାରିଥିଲେ କହିଲେ ରସ୍‌ ଟେଲର

୨୦୧୧ ସିଜିନ IPL ବେଳେ ଡକ୍‌ଆଉଟ ହେବାରୁ ଟେଲରଙ୍କୁ ଚାପୁଡ଼ା ମାରିଥିଲେ ରାଜସ୍ଥାନ ରୟାଲ୍ସ ମାଲିକ । ଏହାକୁ ନେଇ ନିଜ ଆତ୍ମକଥା ପୁସ୍ତକରେ ଅଭିଯୋଗ କରିଛନ୍ତି ରସ୍‌ ଟେଲର । ଅଧିକ ପଢନ୍ତୁ

By

Published : Aug 14, 2022, 10:43 PM IST

ରାଜସ୍ଥାନ ରୟାଲସ ମାଲିକ ମୋତେ ଚାପୁଡା ମାରିଥିଲେ : ରସ ଟେଲର
ରାଜସ୍ଥାନ ରୟାଲସ ମାଲିକ ମୋତେ ଚାପୁଡା ମାରିଥିଲେ : ରସ ଟେଲର

ହାଇଦ୍ରାବାଦ: ଆଇପିଏଲର ରାଜସ୍ଥାନ ରୟାଲସ ମାଲିକଙ୍କ ବିରୋଧରେ ମୁହଁ ଖୋଲିଲେ ନ୍ୟୁଜଲାଣ୍ଡର ପୂର୍ବତନ କ୍ରିକେଟର ରସ୍‌ ଟେଲର । ୨୦୧୧ ମସିହା ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସ‌ ବିପକ୍ଷରେ ଖେଳୁଥିବା ମ୍ୟାଚରେ ରସ ଟେଲର୍‌ ଡକ୍‌ ଆଉଟ ହୋଇ ପାଭେଲିୟନକୁ ଫେରିଥିଲେ । ଯାହା ଫଳରେ ରାଜସ୍ଥାନ ରୟାଲ୍ସ ମାଲିକ ତାଙ୍କୁ ଚାପୁଡା ମାରିଥିବା ଅଭିଯୋଗ କରିଛନ୍ତି ଟେଲର । ନିଜର ଆତ୍ମକଥା ପୁସ୍ତକ "ରସ ଟେଲର:ବ୍ଲାକ ଏଣ୍ଡ ହ୍ବାଇଟ"ରେ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଟେଲର ।

୨୦୧୧ ମସିହା ଆଇପିଏଲ ସିଜିନରେ ରସ ଟେଲର ରାଜସ୍ଥାନ ରୟାଲ୍ସ ଦଳ ପାଇଁ ଖେଳୁଥିଲେ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ପଞ୍ଜାବ କିଙ୍ଗ୍ସର ୧୯୫ ରନ୍‌ ଟାର୍ଗେଟର ପିଛା କରି ରାଜସ୍ଥାନ ରୟାଲସ ମୈଦାନକୁ ଓହ୍ଲାଇଥିଲା । ହେଲେ ମୁଁ ଖାତା ଖୋଲିବା ଆଗରୁ ଶୂନରେ ଆଉଟ ହୋଇଯାଇଥିଲି । ଏନେଇ ଖେଳ ଶେଷ ହେବା ପରେ ରାଜସ୍ଥାନ ରୟାଲ୍ସ ମାଲିକ ମୋତେ କହିଥିଲେ ଶୂନରେ ଆଉଟ ହେବା ପାଇଁ ଆମେ ଆପଣଙ୍କୁ ମିଲିୟନ ଡଲାର ଦେଇ କିଣି ନାହୁଁ । ଏହା କହି ସେ ମୋତେ ମୁହଁରେ ତିନି ଚାରି ଥର ଚାପୁଡା ମାରିଥିଲେ । ସେତେବେଳେ ମୁଁ ଏହି ଘଟଣାର ମୁହଁ ଖୋଲି ନଥିଲି । କାରଣ IPL ମାହୋଲରେ ଏଭଳି ଘଟଣା ସାମ୍ନାକୁ ଆସୁ ତାହା ମୁଁ ଚାହୁଁ ନ ଥିଲି ।"

ଏହା ସହିତ ସେ ଆହୁରି ମଧ୍ୟ ନିଜ ଆତ୍ମକଥାରେ କହିଛନ୍ତି ଯେ ଯେତେବେଳେ କୌଣସି ଖେଳାଳିଙ୍କୁ ଅଧିକ ଟଙ୍କାରେ କିଣା ଯାଉଛି, ସେତେବେଳେ ଖେଳାଳି ଜଣକ ସେହି ମୂଲ୍ୟ ପାଇଁ ହକ୍‌ଦାର ହୋଇଥାଏ । ଦଳର ମାଲିକ ଖେଳାଳି ଅଧିକ ମୂଲ୍ୟ ଦେଇ କିଣୁଛନ୍ତି, ସେତେବେଳେ ସେମାନଙ୍କଠାରୁ ଦମ୍‌ଦାର୍ ପ୍ରଦର୍ଶନ ଆଶା ରଖିବା ସ୍ବାଭାବିକ କଥା ।

ABOUT THE AUTHOR

...view details