ଓଡିଶା

odisha

ETV Bharat / sports

IPL 2022: ଦିଲ୍ଲୀ ବୋଲରଙ୍କ କମାଲ, 115 ରନରେ ଅଲଆଉଟ୍ ପଞ୍ଜାବ

IPL 2022ରେ ଖେଳାଯାଉଥିବା ୩୨ତମ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ପଞ୍ଜାବ କିଙ୍ଗ୍‌ସ । ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧୧୬ ରନ୍‌ ଟାର୍ଗେଟ ଦେବାକୁ ସକ୍ଷମ ହୋଇ ପାରିଛି ପଞ୍ଜାବ କିଙ୍ଗ୍‌ସ । ଅଧିକ ପଢ଼ନ୍ତୁ

By

Published : Apr 20, 2022, 9:20 PM IST

Updated : Apr 20, 2022, 9:29 PM IST

IPL 2022: ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ, ଦିଲ୍ଲୀ ସମ୍ମୁଖରେ ୧୧୬ ରନ୍‌ ଟାର୍ଗେଟ
IPL 2022: ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ, ଦିଲ୍ଲୀ ସମ୍ମୁଖରେ ୧୧୬ ରନ୍‌ ଟାର୍ଗେଟ

ମୁମ୍ବାଇ: IPL 2022ରେ ଖେଳାଯାଉଥିବା ୩୨ତମ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ପଞ୍ଜାବ କିଙ୍ଗ୍‌ସ । ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧୧୬ ରନ୍‌ ଟାର୍ଗେଟ ଦେବାକୁ ସକ୍ଷମ ହୋଇ ପାରିଛି ପଞ୍ଜାବ କିଙ୍ଗ୍‌ସ । ଦିଲ୍ଲୀ ବୋଲରଙ୍କ ଶୃଙ୍ଖଳିତ ବୋଲିଂର କୌଣସି ଜବାବ ଦେଇ ପାରିନିଥିଲେ ପଞ୍ଜାବର ବ୍ୟାଟର ।

ପ୍ରଥମ ୱିକେଟ ପାଇଁ ଦୁଇ ଓପନରଙ୍କ ମଧ୍ୟରେ ୩୩ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ ଶିଖର ଧାୱନ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ ଅଧିନାୟକ ମୟଙ୍କ ଅଗ୍ରୱାଲ ମଧ୍ୟ ମୁସ୍ତାଫିଜୁରଙ୍କ ଶିକାର ପାଲଟିଥିଲେ । ଦଳର ୭ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ମଧ୍ୟ ଛୁଇଁ ପାରିନାହାନ୍ତି । ପଞ୍ଜାବ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ୍‌ କରିଥିବା ବେଳେ ଅଧିନାୟକ ମୟଙ୍କ ଅଗ୍ରୱାଲ ୨୪ ରନ୍‌ କରିଛନ୍ତି । ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ ଦଳ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ ହିଁ କରିବାକୁ ସକ୍ଷମ ହୋଇ ପାରିଥିଲା ।

ଦିଲ୍ଲୀ ବୋଲରଙ୍କ ଶୃଙ୍ଖଳିତ ବୋଲିଂରେ ଧରାଶାୟୀ ହୋଇ ପଡ଼ିଥିଲେ ପଞ୍ଜାବ ବ୍ୟାଟର । ଦିଲ୍ଲୀ ପକ୍ଷରୁ ଖଲିଲ୍‌ ଅହମ୍ମଦ, ଲଳିତ ଯାଦବ, ଅକ୍ଷର ପଟେଲ, କୁଳଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ମୁସ୍ତାଫିଜୁର ରେହମାନ ମାତ୍ର ଗୋଟିଏ ୱିକେଟ ନେଇଥିବା ବେଳେ ଷ୍ଟ୍ରାଇକ ବୋଲର ଶାର୍ଦ୍ଦୁଲ ଠାକୁର କୌଣସି ୱିକେଟ ପାଇ ପାରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2022, 9:29 PM IST

ABOUT THE AUTHOR

...view details