ଓଡିଶା

odisha

ETV Bharat / sports

ବିଶ୍ବକପ ୨୦୨୩: ଫାଇନାଲ ମ୍ୟାଚ୍‌ ହାରିଲା ଭାରତ, ଟିମକୁ ମୋଦିଙ୍କ ଆଶ୍ବାସନା - ଫାଇନାଲ ମ୍ୟାଚ୍‌ ହାରିଲା ଭାରତ

ବିଶ୍ବକପ ୨୦୨୩ ଫାଇନାଲ ହାରିଲା ଭାରତ । ଏକ୍ସ ସାଇଟରେ ପୋଷ୍ଟ କରି ଟିମକୁ ଜଣାଇଲେ ଆଶ୍ବାସନା । ଅଧିକ ପଢନ୍ତୁ

World cup final 2023
World cup final 2023

By ETV Bharat Odisha Team

Published : Nov 19, 2023, 10:42 PM IST

ଅହମ୍ମଦାବାଦ:ପୁଣି ଭାଙ୍ଗିଲା କୋଟି କୋଟି ଭାରତୀୟଙ୍କ ହୃଦୟ । ଚଳିତ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଟିମ ଭାରତକୁ ଫାଇନାଲ ମ୍ୟାଚ୍‌ରେ ପରାଜିତ କଲା କଙ୍ଗାରୁ ଦଳ । କୋଳାହଳପୂର୍ଣ୍ଣ ଷ୍ଟାଡିୟମ ହଠାତ ଶାନ୍ତ ହୋଇଗଲା । ମ୍ୟାଚ୍‌ ହାରିବା ପରେ ଭାରତୀୟ ଅଧିନାୟକ ଓ ବୋଲର ମହମ୍ମଦ ସିରାଜ ଆଖିରେ ଥିଲା ଲୁହ । ତେବେ ଏଭଳି ସ୍ଥିତିରେ ଟିମ ଇଣ୍ଡିଆକୁ ଆଶ୍ବାସନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରା ଟୁର୍ଣ୍ଣାମେଣ୍ଟରେ ଟିମର ପ୍ରଦର୍ଶନକୁ ମୋଦି ପ୍ରଶଂସା କରିବା ସହିତ ଟିମକୁ ନେଇ ଦେଶ ଗର୍ବିତ ବୋଲି ସେ ଏକ୍ସ ସାଇଟରେ କହିଛନ୍ତି ।

ମୋଦି ଏକ୍ସ ସାଇଟରେ ପୋଷ୍ଟ କରି କହିଛନ୍ତି, "ଟିମ ଇଣ୍ଡିଆର ପ୍ରତିଭା ଓ ନିଷ୍ଠା ପୁରା ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଥିଲା । ଯାହାକି ବେଶ ମୂଲ୍ୟବାନ । ଟିମର ସମସ୍ତ ସଦସ୍ୟ ନିଷ୍ଠାର ସହିତ ଖେଳିଥିବା ବେଳେ ଦେଶ ପାଇଁ ଗର୍ବ ଆଣିଛନ୍ତି । ଦେଶ ଏବେ ଓ ସର୍ବଦା ଭାରତୀୟ କ୍ରିକେଟରଙ୍କ ସହିତ ରହିଛି ।" ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ଟିମକୁ ଫାଇନାଲରେ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଓପନର ଟ୍ରାଭିସ ହେଡଙ୍କ ଦମଦାର ଶତକକୁ ସେ ପ୍ରଶଂସା ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ବିଶ୍ବକପ୍‌ ୨୦୨୩: ପୁଣି ଭାଙ୍ଗିଲା କୋଟି ଭାରତୀୟଙ୍କ ସ୍ବପ୍ନ, ଟ୍ରଫି ଛଡ଼ାଇ ନେଲେ ଟ୍ରାଭିସ୍‌ ହେଡ୍‌

ମୋଦିଙ୍କ ଏହି ପୋଷ୍ଟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନେକ ଫ୍ୟାନ୍ସ ଟିମ ଇଣ୍ଡିଆକୁ ସପୋର୍ଟ କରିଥିବା ବେଳେ ଅନେକ ହାରକୁ ନେଇ ସମାଲୋଚନା କରିଛନ୍ତି । ସେପଟେ କିଛି ୟୁଜର୍ସ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିକୁ ମଧ୍ୟ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ଷ୍ଟାଡିୟମରେ ମୋଦିଙ୍କ ଉପସ୍ଥିତିର କିଛି କ୍ଲିପ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ତେବେ ସୂଚନା ଥାଉ କି ଫାଇନାଲ ମ୍ୟାଚର ଆରମ୍ଭରୁ ହିଁ କଙ୍ଗାରୁ ଦଳ ଦମଦାର ପ୍ରଦର୍ଶନ କରିଥିଲା । ଆଜି ସବୁ ଫର୍ମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲା ଅଷ୍ଟ୍ରେଲିଆ । ଟିମ ଏହି ମହାମୁକାବିଲାରେ ଚମତ୍କାର ଫିଲ୍ଡିଂ କରିଥିଲା । ଯାହାଦ୍ବାରା ଭାରତୀୟ ବ୍ୟାଟର ବଡ଼ ସଟ୍‌ ଖେଳିବାରେ ବେଶ କଷ୍ଟ ଅନୁଭବ କରିଥିଲେ । ଏହାପରେ ଅଷ୍ଟ୍ରେଲୀୟ ବୋଲରଙ୍କ ଆଟାକିଂ ବୋଲିଂରେ ଜଣକ ପରେ ଜଣେ ଭାରତୀୟ ବ୍ୟାଟର ନିରାଶ ହୋଇ ପାଭିଲିୟନ ଫେରିଥିଲେ । ୫୦ ଓଭର ସୁଦ୍ଧା ଭାରତ ଅଲଆଉଟ ହୋଇଥିବା ବେଳେ ବିପକ୍ଷ ଟିମକୁ ୨୪୧ ରନ୍‌ ଟାର୍ଗେଟ ଦେଇଥିଲା । ଯାହାକୁ ସହଜରେ ପୂରଣ କରି ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ । ଓପନର ଟ୍ରାଭିସ ହେଡ ଦମଦାର ଶତକ ଖେଳି ଟିମକୁ ସହଜ ବିଜୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details