ଓଡିଶା

odisha

By

Published : Jan 26, 2022, 4:21 PM IST

ETV Bharat / sports

Republic Day: ଗେଲ ଓ ଜଣ୍ଟି ରୋଡ୍‌ସଙ୍କୁ ମୋଦିଙ୍କ ଶୁଭେଚ୍ଛା

୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦୁଇ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi writes wish letter to chris gayle and jonty rhodes on the eve of republic day
୭୩ତମ ସାଧାରଣତନ୍ତ୍ର ଦିବସ: ଗେଲ୍‌ ଓ ଜଣ୍ଟି ରୋଡ୍‌ସ୍‌ଙ୍କୁ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦୁଇ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଦୁଇ କ୍ରିକେଟର ଭାରତକୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇବା ସହ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଜଣ୍ଟି ରୋଡ୍‌ସ୍‌ ଓ ୱେଷ୍ଟଇଣ୍ଡିଜ୍‌ କ୍ରିକେଟର କ୍ରିସ ଗେଲ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦି ।

ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ୍‌ ଦଳର ଫିଲ୍‌ଡିଂ କୋଚ୍‌ ଦାୟିତ୍ବ ତୁଲାଇ ସାରିଛନ୍ତି ଜଣ୍ଟି ରୋଡ୍‌ସ୍‌ । ଅଧିକାଂଶ ସମୟ ସେ ଭାରତରେ ବିତାଇ ଆସିଛନ୍ତି । ଏହିଭଳି ଭାବରେ ଭାରତ ସହ ତାଙ୍କ ସମ୍ପର୍କ ନିବିଡ଼ ରହିଛି । ଖାଲି ସେତିକି ନୁହେଁ ଜଣ୍ଟି ରୋଡ୍‌ସ୍‌ ତାଙ୍କ ଝିଅର ନାମ 'ଇଣ୍ଡିଆ' ରଖିଛନ୍ତି । ଭାରତ ପାଇଁ ସେ ଜଣେ ସ୍ପେଶାଲ ଆମ୍ବାସାଡର ହୋଇ ପାରିଛନ୍ତି । ଯାହାଦ୍ବାରା ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନରେ ପ୍ରଭାବଶାଳୀ ହୋଇ ପାରିଛି । ଜଣ୍ଟି ରୋଡ୍‌ସ୍‌ଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଚିଠିରେ ଏଭଳି କିଛି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହାକୁ ନେଇ ଜଣ୍ଟି ରୋଡ୍‌ସ୍‌ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ମୋଦିଜୀଙ୍କ ବାର୍ତ୍ତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି । ପ୍ରତ୍ୟେକ ଭାରତ ଗସ୍ତରେ ମୁଁ ପ୍ରଭାବିତ ହୋଇଛି । ମୋର ପୂରା ପରିବାର ଭାରତର ସାଧରଣତନ୍ତ୍ର ଦିବସ ପାଳିଛି । ଭାରତୀୟଙ୍କ ଅଧିକାର ସୁରକ୍ଷା ପାଇଁ ଏହି ଦିନ ସମ୍ବିଧାନର ପ୍ରଣୟନ ହୋଇଥିଲା । ଜୟ ହିନ୍ଦ ।"

ସେପଟେ କ୍ରିସ ଗେଲ୍‌ ମଧ୍ୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ବିଟ୍‌ କରିଛନ୍ତି ଯେ, "୭୩ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ମୁଁ ଭାରତକୁ ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଆଜି ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କ ଠାରୁ ଏକ ବାର୍ତ୍ତା ପାଇଛି । ଏହା ଭାରତ ଓ ଭାରତୀୟଙ୍କ ସହ ମୋର ଘନିଷ୍ଠତାକୁ ପ୍ରମାଣିତ କରୁଛି । ୟୁନିଭର୍ସ ବସ୍‌ ପକ୍ଷରୁ ଖୁବସାରା ଭଲ ପାଇବା ଓ ଶୁଭେଚ୍ଛା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details