ହାଇଦ୍ରାବାଦ: ପାକିସ୍ତାନକୁ ହରାଇ ଏସିଆ କପରେ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ପାରମ୍ପାରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ୫ ୱିକେଟରେ ହରାଇବା ପରେ ଟିମ ଇଣ୍ଡିଆକୁ ଛୁଟିଛି ଶୁଭେଚ୍ଛାର ସୁଅ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । "ଏସିଆ କପରେ (Asia Cup 2022) ଟିମ ଇଣ୍ଡିଆର ଜବଦରସ୍ତର ପ୍ରଦାର୍ଶନ ଜାରି ରହିଥିଲା । ଭାରତୀୟ କ୍ରିକେଟର ନିଜର ଦମଦାର ଦକ୍ଷତା ମ୍ୟାଚରେ ଦେଖାଇଛନ୍ତି । ଏହି ବିଜୟ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ।"
ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ କରି ଲେଖିଛନ୍ତି "ମ୍ୟାଚ ପୁରା ରୋମାଞ୍ଚକର ଥିଲା । ଭାରତୀୟ ଦଳ ଦମଦାର ଶାନଦାର ପ୍ରଦର୍ଶନ କରିଛନ୍ତି । ଖେଳର ସ୍ବତନ୍ତ୍ରତା ଏହା କି ଏହା କିଭଳି ଭାବରେ ଦେଶକୁ ପ୍ରେରିତ ଏବଂ ଏକଜୁଟ କରିଥାଏ । ଏହା ହର୍ଷ ଏବଂ ଗର୍ବର ଭାବନା ଅଟେ ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ କରିଛନ୍ତି, "ଏସିଆ କପରେ ଭାରତୀୟ ଦଳର ଦମଦାର ଆରମ୍ଭ । ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଲା । ଏହି ଭବ୍ୟ ବିଜୟ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ।" ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟ୍ବିଟକରି ଲେଖିଛନ୍ତି, "ଚାପରେ ରହିଥିଲେ ମଧ୍ୟ ଉଭୟ ଦଳ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମହତ୍ବପୂର୍ଣ୍ଣ ଇନିଂସ ଖେଳକୁ ଶେଷ ଓଭର ପର୍ଯ୍ୟନ୍ତ ନେବ ବୋଲି ଆମର ଆଶା ରହିଥିଲା । ଜାଡେଜା ଏବଂ ବିରାଟ ମଧ୍ୟ ବହୁତ ଭଲ ଖେଳିଥିଲେ ।
ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ଟ୍ବିଟ କରି ଲେଖିଛନ୍ତି "ବହୁତ ସୁନ୍ଦର ! ଜବରଦସ୍ତ ହାର୍ଦ୍ଦିକ ପାଣ୍ଡ୍ୟା । ଭୁବନେଶ୍ବର କୁମାରଙ୍କ ଶାନନ୍ଦାର ପ୍ରଦର୍ଶନ । ଜାଡେଡା ଏବଂ କୋହଲିଙ୍କର ମଧ୍ୟ ଭଲ ଇନିଂସ । ଦୀର୍ଘ ଦିନ ପରେ ଭାରତ ବନାମ ପାକିସ୍ତାନର ରୋମାଞ୍ଚକର ମୁକାବିଲା ଦେଖି ଖୁସି ଲାଗିଲା । ପୁରା ମଜା ଆସିଗଲା ।" ସେହିପରି ଅଲରାଉଣ୍ଡର ଇରଫାନ ପଠାନ ଟ୍ବିଟ କରି ଲେଖିଛନ୍ତି, "ପରାଜୟ ପରେ ଯେଉଁ ବିଜୟ ହୋଇଥାଏ ତାହାର ମଜା ଦୁଇ ଗୁଣ ହୋଇଥାଏ ।"