ଓଡିଶା

odisha

ETV Bharat / sports

Pink-ball Test: ବେଙ୍ଗାଲୁରୁ ବିଜୟ ସହ ଟିମ ଇଣ୍ଡିଆର ଟାର୍ଗେଟ WTC ପଏଣ୍ଟ - ବେଙ୍ଗାଲୁରୁ ପିଙ୍କ୍‌ ବଲ୍‌ ଟେଷ୍ଟ

ପ୍ରଥମ ଟେଷ୍ଟରେ ସହଜ ବିଜୟ ପରେ ଶ୍ରୀଲଙ୍କା ବିପକ୍ଷରେ ୨-୦ କ୍ଳିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଶନିବାର ଠାରୁ ଦୁଇ ଟିମ ମଧ୍ୟରେ ଦ୍ବିତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ଖେଳାଯିବ । ଅଧିକ ପଢନ୍ତୁ

Pink-ball Test: India eye clean sweep against Sri Lanka, improvement in WTC table
Pink-ball Test: ବେଙ୍ଗାଲୁରୁ ବିଜୟ ସହ ଟିମ ଇଣ୍ଡିଆର ଟାର୍ଗେଟ WTC ପଏଣ୍ଟ

By

Published : Mar 11, 2022, 7:28 PM IST

ବେଙ୍ଗାଲୁରୁ: ପ୍ରଥମ ଟେଷ୍ଟରେ ସହଜ ବିଜୟ ପରେ ଶ୍ରୀଲଙ୍କା ବିପକ୍ଷରେ ୨-୦ କ୍ଳିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଶନିବାର ଠାରୁ ଦୁଇ ଟିମ ମଧ୍ୟରେ ଦ୍ବିତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ଖେଳାଯିବ । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ସହିତ ଏକ ଇଂନିସ ଓ ୨୨୨ ରନ୍‌ର ବଡ ବ୍ୟବଧାନରେ ବୃହତ ବିଜୟ ହାସଲ କରିଥିଲା ଭାରତୀୟ ଟିମ । ଏହି ଦମଦାର ବିଜୟ ପରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌(WTC) ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା ଭାରତ । ମାତ୍ର ବେଙ୍ଗାଲୁରୁରେ ବିଜୟ ସହ WTC ପଏଣ୍ଟ ଟେବୁଲର ଉପରକୁ ଉଠିବା ଲକ୍ଷ୍ୟରେ ରହିଛି ଘରୋଇ ଟିମ ।

ଘରୋଇ ପରିବେଶରେ ଏହା ଭାରତର ତୃତୀୟ ଦିବାରାତ୍ର ପିଙ୍କ୍‌ ବଲ୍‌ ଟେଷ୍ଟ ହେବ । ପୂର୍ବରୁ କୋଲକାତାରେ ବାଂଲାଦେଶରେ ବିପକ୍ଷରେ(ଜୁନ ୨୦୧୮) ଓ ଇଂଲଣ୍ଡ ବିପକ୍ଷରେ ଅହମ୍ମଦାବାଦରେ(ଫେବୃଆରୀ ୨୦୨୧) ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳିସାରିଛି ଭାରତ । ୩ଦିନ ମଧ୍ୟରେ ଏହି ଦୁଇ ଟେଷ୍ଟରେ ଭାରତ ଏକତରଫା ବିଜୟ ହାସଲ କରିଛି ।

ମୋହାଲିରେ ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି ଓ ଶ୍ରେୟସ ଆୟର ସମସ୍ତଙ୍କୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ବଡ ଇଂନିସରେ ପରିଣତ କରିବାକୁ ସଫଳ ହୋଇନଥିଲେ । ତେବେ ଦ୍ବିତୀୟ ଟେଷ୍ଟରେ ବ୍ୟାଟ୍‌ରେ କମାଲ କରିବାକୁ ଚାହିଁବେ ଶୀର୍ଷକ୍ରମର ଏହି ଭାରତୀୟ ବ୍ୟାଟ୍‌ର । ଅନ୍ୟପଟେ ନିମ୍ନକ୍ରମରେ କମାଲ କରିଥିବା ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ ବ୍ୟାଟ୍‌ରେ ନିଜର ପୂର୍ବ ପ୍ରଦର୍ଶନ ଜାରି ରଖିବା ଲକ୍ଷ୍ୟରେ ରହିବେ ।

ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ୍‌

ମୋହାଲିରେ ଭାରତ ଦୁଇ ଜଣ ଦ୍ରୁତ ବୋଲର ଓ ତିନି ଜଣ ସ୍ପିନରଙ୍କୁ ନେଇ ଖେଳିଥିଲା । ମାତ୍ର ପିଙ୍କ୍‌ ବଲ୍‌ ଟେଷ୍ଟରେ ଟିମର ରଣନୀତିରେ କ'ଣ ପରିବର୍ତ୍ତନ ହେଉଛି ଦେଖିବା ମଜାଦାର ହେବ ।

ପ୍ରୀ-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ଭାଇସ-କ୍ୟାପେଟନ୍‌ ଜଶପ୍ରୀତ ବୁମରା କହିଛନ୍ତି, ଆଜିର ଅଭ୍ୟାସ ସେସନ ପରେ ଟିମ ମ୍ୟାନେଜମେଣ୍ଟ ଚୁଡାନ୍ତ ଏକାଦଶ ଘୋଷଣା କରିବା ସମ୍ଭାବନା ରହିଛି । କୋଲକାତାରେ ଭାରତ ଖେଳିଥିବା ପ୍ରଥମ ପିଙ୍କ୍‌ ବଲ ଟେଷ୍ଟରେ ସ୍ପିନର ଖାଲି ହାତରେ ଫେରିଥିଲେ ମାତ୍ର ଅହମ୍ମଦାବାଦରେ ଅକ୍ଷର ପଟେଲ, ଅଶ୍ବିନ ଓ ୱାସିଂଟନ ସୁନ୍ଦର ମୋଟ ୨୦ଟି ୱିକେଟରୁ ୧୯ଟି ୱିକେଟ ହାସଲ କରିଥିଲେ ।

ଅନ୍ୟପଟେ ସମସ୍ତ ବିଭାଗରେ ସଂଘର୍ଷ କରୁଥିବା ଶ୍ରୀଲଙ୍କା ଟିମ ପାଇଁ ପିଙ୍କ ବଲ୍‌ ଟେଷ୍ଟ ଆହ୍ବାନପୂର୍ଣ୍ଣ ହେବ । ମୋହାଲି ଟେଷ୍ଟରେ ଶ୍ରୀଲଙ୍କାର ପ୍ରଥମ ଇଂନିସରେ ଅପରାଜିତ ୬୧ ରନ୍‌ର ଇଂନିସ ଖେଳିଥିଲେ । ମାତ୍ର ଆହତ କାରଣରୁ ସେ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି ।

ସ୍କ୍ବାଡ୍‌:

ଭାରତ: ରୋହିତ ଶର୍ମା(କ୍ୟାପଟେନ୍‌), ପ୍ରିୟଙ୍କ ପଞ୍ଚଲ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମନ ଗିଲ୍‌, ଋଷଭ ପନ୍ତ(ୱିକେଟ କିପର), କେଏସ ଭାରତ, ରବିନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, ଆର ଅଶ୍ବିନ, ସୌରଭ କୁମାର, ମହମ୍ମଦ ସିରାଜ, ଉମେଶ ଯାଦବ, ମହମ୍ମଦ ସାମି, ଜଶପ୍ରୀତ ବୁମରା(ଭାଇସ-କ୍ୟାପେଟନ୍‌), ଅକ୍ଷର ପଟେଲ ।

ଶ୍ରୀଲଙ୍କା: ଦିମୁଥ କରୁଣାରତ୍ନେ(କ୍ୟାପଟେନ୍‌), ଲାହିରୁ ଥିରିମାନେ, ଧନଞ୍ଜୟ ଦି ସିଲଭା(ଭାଇସ-କ୍ୟାପେଟନ୍‌),କୁଶଲ ମେଣ୍ଡିସ, ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚାନ୍ଦିମାଲ, ଚାରିଥ ଅସଲାଙ୍କା, ନିରୋଶନ ଡିକୱେଲା(ୱିକେଟ କିପର), ଚମିକା କରୁଣାରତ୍ନେ, ଲାହିରୁ କୁମାରା, ସୁରଙ୍ଗା ଲକମଲ, ବିଶ୍ବା ଫର୍ନାଣ୍ଡୋ, ଜେଫରେ ଭାନ୍ଦରସେ, ପ୍ରବୀଣ ଜୟାୱିକରେମା ଓ ଲସିଥ ଇମ୍ବୁଲଦେନିୟା ।

IANS

ABOUT THE AUTHOR

...view details