ବେଙ୍ଗାଲୁରୁ: ଘରୋଇ ମାଟିରେ ଆଉ ଏକ ଦିବାରାତ୍ର ଟେଷ୍ଟ ବିଜୟ ଆଡକୁ ଅଗ୍ରସର ଟିମ ଇଣ୍ଡିଆ । ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ୍ ବଲ୍ ଟେଷ୍ଟରେ ଭ୍ରମଣକାରୀ ଶ୍ରୀଲଙ୍କା ସାମ୍ନାରେ ୪୪୭ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଭାରତ । ପ୍ରଥମ ଇଂନିସରେ ଶ୍ରୀଲଙ୍କାକୁ ମାତ୍ର ୧୦୯ ରନ୍ରେ ଅଲଆଉଟ୍ କରିବା ପରେ ୩୦୩/୯ରେ ଦ୍ବିତୀୟ ଇଂନିସ ଘୋଷଣା କରିଛି ଭାରତ । ଫଳରେ ସିଂହଳ ଟିମ ସାମ୍ନାରେ ବିଶାଳ ବିଜୟ ଲକ୍ଷ୍ୟ ରହିଛି । ଶ୍ରେୟସ ଆୟରଙ୍କ ଲଢୁଆ ୯୨ ରନ୍ର ଇଂନିସ ବଳରେ ପୂର୍ବରୁ ପ୍ରଥମ ଇଂନିସରେ ଭାରତ ୨୫୨ ରନ୍ କରିଥିଲା ।
Pink-Ball Test: ଶ୍ରୀଲଙ୍କା ସାମ୍ନାରେ ୪୪୭ ରନ୍ର ଟାର୍ଗେଟ ରଖିଲା ଭାରତ
ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ୍ ବଲ୍ ଟେଷ୍ଟରେ ଭ୍ରମଣକାରୀ ଶ୍ରୀଲଙ୍କା ସାମ୍ନାରେ ୪୪୭ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଭାରତ । ପ୍ରଥମ ଇଂନିସରେ ଶ୍ରୀଲଙ୍କାକୁ ମାତ୍ର ୧୦୯ ରନ୍ରେ ଅଲଆଉଟ୍ କରିବା ପରେ ୩୦୩/୯ରେ ଦ୍ବିତୀୟ ଇଂନିସ ଘୋଷଣା କରିଛି ଭାରତ । ଅଧିକ ପଢନ୍ତୁ
ପ୍ରଥମ ଇଂନିସ ପରି ଦ୍ବିତୀୟ ଇଂନିସରେ ମଧ୍ୟ ଶ୍ରେୟସ ଆୟର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ୮୭ ବଲ୍ରୁ ୯ଟି ଚୌକା ସାହାଯ୍ୟରେ ୬୭ ରନ୍ର ଇଂନିସ ଖେଳିଥିଲେ । ସେହିପରି ଋଷଭ ପନ୍ତ ୩୧ ବଲ୍ରୁ ୭ ଚୌକା ଓ ୨ଟି ଛକା ସହାୟତାରେ ୫୦ ରନ୍ର ଦ୍ରୁତ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଏଥିସହ ଭାରତୀୟ ବ୍ୟାଟ୍ର ଭାବେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ପୂର୍ବତନ ଭାରତୀୟ କ୍ୟାପଟେନ କପିଳ ଦେବଙ୍କ ୪୦ ବର୍ଷ ପୁରୁଣା ରେକର୍ଡ ଭଙ୍ଗ କରିଥିଲେ । କ୍ୟାପେଟନ ରୋହିତ ଶର୍ମା ୪୬ ଓ ହନୁମା ବିହାରୀ ୩୫ ରନ୍ କରି ଆଉଟ୍ ହୋଇଥିଲେ । ବିରାଟ କୋହଲି ପୁଣି ନିରାଶ କରିବା ସହ ମାତ୍ର ୧୩ ରନ କରି ପାଭିଲିୟନ ଫେରିଥିଲେ ।
ଶ୍ରୀଲଙ୍କା ପକ୍ଷରୁ ଜୟୱିକରାମା ସର୍ବାଧିକ ୪ଟି ଓ ସ୍ପିନର ଏମ୍ବୁଲଦେନିୟା ୩ଟି ୱିକେଟ ହାତେଇଥିଲେ । ବିଶ୍ବ ଫର୍ନାଣ୍ଡୋ ଓ ଧନଞ୍ଜୟ ଦି ସିଲଭା ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଲକମଲ ୱିକେଟ ଶୂନ୍ୟ ରହିଥିଲେ ।