ଲାହୋର :ପାକିସ୍ତାନରେ ଏସିଆ କପ ୨୦୨୩ ଅନୁଷ୍ଠିତ ହେବା ନେଇ ଭେନ୍ୟୁ ନିର୍ଦ୍ଧାରିତ ହୋଇଛି । ଯଦି ଏହା ହୁଏ ତାହେଲେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ଏନେଇ ଗତକାଲି ( ମଙ୍ଗଳବାର ) ବିସିସିଆଇ ( Board of Control for Cricket in India ) ସଚିବ ତଥା ଏସୀୟ କ୍ରିକେଟ ପରିଷଦ ସଭାପତି ଜୟ ଶାହା ସ୍ପଷ୍ଟ କରିଥିଲେ । ତେବେ ଶାହାଙ୍କର ମନ୍ତବ୍ୟ ପରେ ଆଜି ( ବୁଧବାର ) ପିସିବି ( Pakistan Cricket Board ) ପାଲଟା ଜବାବ ରଖିଛି ।
ପିସିବି କହିଛି ଯେ " ବିସିସିଆଇର ଏଭଳି ମନ୍ତବ୍ୟ ଏସୀୟ କ୍ରିକେଟ ଏବଂ ଅନ୍ତର୍ଜାତୀୟ କ୍ରିକେଟ ସମୂହ ଉପରେ ଏହାର ପ୍ରଭାବ ପଡିପାରେ । ସେହିପରି ୨୦୨୩ ଦିନିକିଆ ବିଶ୍ବକପ ପାଇଁ ଭାରତକୁ ପାକିସ୍ତାନର ଯାତ୍ରା ମଧ୍ୟ ପ୍ରଭାବିତ କରିପାରେ । "ଆହୁରି ମଧ୍ୟ କୁହାଯାଇଛି ଯେ ଏଭଳି ବୟାନ ପାଇଁ ଏସିୟ ଏବଂ ଅନ୍ତର୍ଜାତୀୟ କ୍ରିକେଟ ସମୁଦାୟକୁ ଏହା ବିଭାଜିତ କରିପାରେ । ଏବଂ ଆଇସିସି ଦିନିକିଆ ବିଶ୍ବକପ ୨୦୨୩ ପାଇଁ ପାକିସ୍ତାନକୁ ଭାରତର ଯାତ୍ରା ଉପରେ ଏହା ଗଭୀର ଭାବରେ ପ୍ରଭାବ ପଡିବ । ଏହା ସହିତ ବର୍ଷ ୨୦୨୪ ରୁ ବର୍ଷ ୨୦୩୧ ମଧ୍ୟରେ ହେବାକୁ ଥିବା ଆଇସିସିର ଭବିଷ୍ୟତ ଆୟୋଜନ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।