ଓଡିଶା

odisha

By

Published : Jan 12, 2023, 7:45 PM IST

ETV Bharat / sports

Asia Cup 2023 : ଆୟୋଜନ ନେଇ ଆଗ୍ରହୀ ପାକିସ୍ତାନ, ଜୟ ଶାହାଙ୍କୁ ଭେଟିବେ PCB ଅଧ୍ୟକ୍ଷ

ଏସିଆ କପ ଆୟୋଜନ ଅଧିକାର ବାବଦରେ ACC ଅଧ୍ୟକ୍ଷ ଜୟ ଶାହାଙ୍କ ସହିତ ଅଧିକ ଆଲୋଚନା କରିବେ PCB ଅଧ୍ୟକ୍ଷ ନଜମ ସେଠୀ । ଅଧିକ ପଢନ୍ତୁ

PCB ଅଧ୍ୟକ୍ଷ ନଜମ ସେଠୀ ଓ  ACC ଅଧ୍ୟକ୍ଷ ଜୟ ଶାହା
PCB ଅଧ୍ୟକ୍ଷ ନଜମ ସେଠୀ ଓ ACC ଅଧ୍ୟକ୍ଷ ଜୟ ଶାହା

ହାଇଦ୍ରାବାଦ : ଏସିଆ କପକୁ ନେଇ ACC ଅଧ୍ୟକ୍ଷ ଜୟ ଶାହାଙ୍କ ସହିତ ଅଧିକ ଆଲୋଚନା କରିବେ PCB ଅଧ୍ୟକ୍ଷ ନଜମ ସେଠୀ । ଆଜି(ଗୁରୁବାର) ଦୁବାଇରେ ଅନ୍ତର୍ଜାତୀୟ ଟି୨୦ ଲିଗ ଉଦଘାଟନୀ ଉତ୍ସବରେ ଜୟ ଶାହା ଯୋଗ ଦେବେ । ଏଠାରେ ACC ଅଧ୍ୟକ୍ଷଙ୍କୁ ଭେଟି ଏସିଆ କପ ଆୟୋଜନ ବାବଦରେ କଥା ହେବେ PCB ଅଧ୍ୟକ୍ଷ । PCBର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବାକୁ କହି ସୂଚନା ଦେଇଛନ୍ତି "ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ନଜମ ସେଠୀ ACC ସଦସ୍ୟତା ନେଇ କାମ କରିବାକୁ ଚାହିଁବେ । କାରଣ ସେପ୍ଟେମ୍ବରରେ ହେବାକୁ ଥିବା ୨୦୨୩ ଏସିଆ କପର ଆୟୋଜନ ଅଧିକାର ପାକିସ୍ତାନ ହାତରେ ରହୁ ବୋଲି ସ୍ପଷ୍ଟ କରିବେ । ଦୁବାଇରେ ଅନ୍ତର୍ଜାତୀୟ ଟି୨୦ ଲିଗ ଉଦଘାଟନୀ ଉତ୍ସବରେ ନଜମ ସେଠୀ ଯୋଗ ଦେବେ । କାରଣ ସୂଚନା ରହିଛି କି ACC ଅଧ୍ୟକ୍ଷ ଜୟ ଶାହା ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ ।"

ସେପଟେ BCCI ସ୍ପଷ୍ଟ କରି ନାହିଁ କି ଜୟ ଶାହା କିମ୍ବା ଅନ୍ୟ ଅଧିକାରୀ ସେଠାରେ ଯୋଗ ଦେବେ କି ନାହିଁ । ଏପର୍ଯ୍ୟନ୍ତ ଏହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ଯେ, PCB ଅଧ୍ୟକ୍ଷ ନଜମ ସେଠୀଙ୍କ ସହିତ ଜୟ ଶାହା ଔପଚାରିକ ଭାବରେ କଥାବାର୍ତ୍ତା କରିବେ କି ନାହିଁ । ଏସିଆ କପ ୨୦୨୩ ପାକିସ୍ତାନ ବାହାରେ ଖେଳାଯିବା ନେଇ ଏସିୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ଜୟ ଶାହା ଗତ ବର୍ଷ ମନ୍ତବ୍ୟ ଦେଇଥିଲେ । ଏହାର ବିରୋଧ କରି PCBର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ପାଲଟା ଜବାବ ରଖିଥିଲେ । ସେ କହିଥିଲେ ଭାରତରେ ଦିନିକିଆ ବିଶ୍ବକପ ଆୟୋଜନ ହେଲେ ପାକିସ୍ତାନ ସେଠାକୁ ଯିବ ନାହିଁ । ସେପଟେ ACC ଅଧ୍ୟକ୍ଷ ଜୟ ଶାହା ଆଗାମୀ ଦୁଇ ବର୍ଷ ପାଇଁ କ୍ରିକେଟ କ୍ୟାଲେଣ୍ଡର ଜାରି କରିଛନ୍ତି ।

ଜୟଙ୍କ ବୟାନ ପାକିସ୍ତାନ ଯିବନି ଟିମ ଇଣ୍ଡିଆ - ୨୦୨୩ ଏସିଆ କପର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ଏ ବାବଦରେ ACC ଅଧ୍ୟକ୍ଷ ତଥା BCCI ସଚିବ ଜୟ ଶାହା କହିଥିଲେ ଯେ, ଭାରତୀୟ ଟିମ୍‌ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ । ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନ ଖେଳିବାକୁ ଯିବନାହିଁ ବୋଲି କହିଥିଲେ ଜୟ ଶାହ । ଏହାକୁ ନେଇ BCCI ବିରୋଧରେ ପାକିସ୍ତାନ ବିଭିନ୍ନ ଅଭିଯୋଗ ଆଣିଥିଲା । ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଚେୟାରମ୍ୟାନ ରମିଜ ରାଜା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଉପରେ ବିଭିନ୍ନ ଆରୋପ ଲଗାଇଥିଲେ । ସେ କହିଥିଲେ BCCI ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାନ କରିବାକୁ ଚାହେଁ ।

ABOUT THE AUTHOR

...view details