ଓଡିଶା

odisha

By

Published : Feb 6, 2023, 5:16 PM IST

ETV Bharat / sports

Asia Cup 2023: ଭାରତ ଉପରେ ବର୍ଷିଲେ ମିଆଁଦାଦ, ଟିମ୍‌ ଇଣ୍ଡିଆକୁ କହିଲେ ଗୋ ଟୁ ହେଲ୍‌

ଏସିଆ କପ ୨୦୨୩କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ବିବାଦୀୟ ବୟାନ ଦେଇଛନ୍ତି । ପାକିସ୍ତାନର ଏହି ପୂର୍ବତନ କ୍ରିକେଟର କହିଛନ୍ତି ଯେ ଏସିଆ କପ ୨୦୨୩ ଖେଳିବା ପାଇଁ ଭାରତ ପାକିସ୍ତାନ ନ ଆସିଲେ କିଛି ଫରକ ପଡିବ ନାହଁ । ଅଧିକ ପଢନ୍ତୁ

Etv Bharat
Etv Bharat Odisha

ହାଇଦ୍ରାବାଦ: ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ନଆସିଲେ କିଛି ଫରକ ପଡିବ ନାହିଁ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ । ଦିନକୁ ଦିନ ଏସିଆ କପ ବିବାଦ ବଢ଼ିବାରେ ଲାଗିଛି । ବାହାରିନ୍ ବୈଠକରେ ACC ସଭାପତି ତଥା BCCI ସଚିବ ଜୟ ଶାହାଙ୍କ ସ୍ପଷ୍ଟକ୍ତି ପରେ ଏସିଆ କପକୁ ନେଇ ପାକିସ୍ତାନ ବିଭିନ୍ନ ବିବାଦୀୟ ବୟାନ ଦେବାରେ ଲାଗିଛି । ଗତକାଲି PCBର ଜଣେ ଅଧିକାରୀ କହିଥିଲେ ଯେ ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ନ ଆସିଲେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ ଖେଳିବା ପାଇଁ ଭାରତ ଗସ୍ତ କରିବା ନାହିଁ ।

ସେପଟେ ଏସିଆ କପ ୨୦୨୩କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ବିବାଦୀୟ ବୟାନ ଦେଇଛନ୍ତି । ପାକିସ୍ତାନର ଏହି ପୂର୍ବତନ କ୍ରିକେଟର କହିଛନ୍ତି ଯେ, ଏସିଆ କପ ୨୦୨୩ ଖେଳିବା ପାଇଁ ଭାରତ ପାକିସ୍ତାନ ନଆସିଲେ କିଛି ଫରକ ପଡିବ ନାହଁ । ଏକ ସାକ୍ଷାତକାରରେ ଜାଭେଦା ମିଆଁଦାଦଙ୍କୁ ଭାରତୀୟ ଟିମକୁ ପାକିସ୍ତାନ ନଆସିବା ନେଇ ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନରେ ଏଭଳି ବୟାନ ଦେଇଛନ୍ତି ପାକିସ୍ତାନର ଏହି ପୂର୍ବତନ କ୍ରିକେଟର । ସେ ସିଧାସିଧା କହିଛନ୍ତି ଯେ, ଟିମ୍‌ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବାକୁ ଚାହୁଁନାହିଁ । ଏଥିରେ ପାକିସ୍ତାନକୁ କୌଣସି ଫରକ ପଡ଼ିବ ନାହିଁ ।

ମିଆଁଦାଦ କହିଛନ୍ତି "ମୁଁ ପୂର୍ବରୁ ମଧ୍ୟ କହି ଆସିଛି ଯଦି ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ଚାହୁଁନି ତାହେଲେ ଏଥିରେ ପାକିସ୍ତାନର କିଛି ବି ଫରକ ପଡିବନି । ଆମକୁ ଆମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳୁଛି । ଏହା ICCର କାମ । ଯଦି ଏହି ବିବାଦର ସମାଧାନ ICC ପାଖରେ ନାହିଁ ତାହେଲେ ଗଭର୍ଣ୍ଣିଂ ବଡିର କିଛି ମୂଲ୍ୟ ରହିବ ନାହିଁ । ICCର ସର୍ତ୍ତ ଏହା ରହିବା ଦରକାର ଯେ ସମସ୍ତ ଦେଶ ପାଇଁ ନିୟମ ଗୋଟିଏ ହେବା ଦରକାର । ଯଦି କୌଣସି ଟିମ କୌଣସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଚାହୁଁନି ତାହେଲେ ସେହି ଦଳକୁ ବାହର କରି ଦିଆଯିବା ଦରକାର । ଏସିଆ କପ ୨୦୨୩ ଯଦି ଭାରତ ଖେଳିବାକୁ ପାକିସ୍ତାନ ଗସ୍ତ କରିବାକୁ ଚାହେଁନି ତାହେଲେ ଆମକୁ କିଛି ଫରକ ପଡିବ ନାହିଁ । ଭାରତ ଏସିଆ କପ ଟୁର୍ଣ୍ଣାମେଣ୍ଟରୁ ବାହାରି ଯିବା ଦରକାର । ଭାରତ ACCର ଗୋଟିଏ ଦଳ ନୁହଁ । ଭାରତକୁ ଛାଡି ଦେଲେ ଅନ୍ୟ ଦଳ ମଧ୍ୟ ମହଜୁଦ ଅଛନ୍ତି ।"

ABOUT THE AUTHOR

...view details