ଲଣ୍ଡନ: କେବଳ ଗୋଟିଏ ପରାଜୟ ଆଧାରରେ ଶକ୍ତିଶାଳୀର ସମସ୍ତ ଶକ୍ତି ଆକଳନ କରିବା ଓ ଶ୍ରେଷ୍ଠତା ମାପିବା ଅନୁଚିତ୍ । ବିରାଟ କୋହଲିଙ୍କ ନେତୃତ୍ବରେ ବର୍ତ୍ତମାନର ଭାରତୀୟ ଟିମ ଉଦ୍ଦେଶ୍ୟରେ ଏପରି କିଛି କହିଛନ୍ତି, ସଦ୍ୟ ସମାପ୍ତ ହୋଇଥିବା WTC ଫାଇନାଲ ବିଜେତା କ୍ୟାପେଟନ କେନ ୱିଲିୟମସନ । ଭାରତୀୟ ଟିମ ବେଶ ଶକ୍ତିଶାଳୀ ବୋଲି ସ୍ବୀକାର କରିଛନ୍ତି ୱିଲିୟମସନ ।
ସାଉଥାମ୍ପଟନରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ 8 ୱିକେଟରେ ଭାରତକୁ ହରାଇ ଟେଷ୍ଟର ବିଶ୍ବ ଚମ୍ପିଆନ ବନିଥିଲା। 139 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା କିୱି ଟିମ ଓ ଅରାଜିତ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ କ୍ୟାପଟେନ ୱିଲିୟମସନ ।
ୱିଲିୟମସନ WTC ବିଜୟକୁ ନେଇ କହିଛନ୍ତି, "ଗୋଟିଏ ନିର୍ଣ୍ଣାୟକ ମ୍ୟାଚ୍ ଉତ୍ସାହ ବଢାଇଥାଏ, ବିଜୟ ଓ ପରାଜୟର ବ୍ୟବଧାନକୁ କମ କରିଥାଏ, ମାତ୍ର ବାସ୍ତବରେ ସଂପୂର୍ଣ୍ଣ ସାଂରାଶ ବର୍ଣ୍ଣନା କରିନଥାଏ ।