ଓଡିଶା

odisha

ETV Bharat / sports

କ୍ରିକେଟ ଇତିହାସର ସ୍ମରଣୀୟ ଦିନ, ‘ପ୍ରଥମ ୱାର୍ଲ୍ଡ କପ୍’ ବିଜୟ ମୁକୁଟ ପିନ୍ଧିଥିଲା ଭାରତ

1983 ମସିହା ଆଜିର ଦିନରେ ଲର୍ଡସରେ ଭାରତ ପ୍ରଥମ ୱାର୍ଲଡ କପ୍ ବିଜୟ ମୁକୁଟ ପିନ୍ଧିଥିଲା । ଲଣ୍ଡନର ଲର୍ଡସ ଷ୍ଟାଡିୟମରେ ଇଣ୍ଡିଜକୁ 43 ରନରେ ମାତ ଦେଇ ପ୍ରଥମ ଦିନିକିଆ କ୍ରିକେଟ ୱାଲ୍ଡ କପ୍ ବିଜୟୀ ହୋଇଥିଲା ଭାରତ । ଅଧିକ ପଢନ୍ତୁ...

କ୍ରିକେଟ ଇତିହାସର ସ୍ମରଣୀୟ ଦିନ, ପ୍ରଥମ ୱାର୍ଲ୍ଡ କପ୍ ମୁକୁଟ ପିନ୍ଧିତିଲା ଭାରତ
କ୍ରିକେଟ ଇତିହାସର ସ୍ମରଣୀୟ ଦିନ, ପ୍ରଥମ ୱାର୍ଲ୍ଡ କପ୍ ମୁକୁଟ ପିନ୍ଧିତିଲା ଭାରତ

By

Published : Jun 25, 2021, 11:34 AM IST

ନୂଆଦିଲ୍ଲୀ: ଆଜି ହେଉଛି ସେହିଦିନ, ଯେଉଁଦିନ ଭାରତ ପ୍ରଥମ କରି ଦିନିକିଆ କ୍ରିକେଟ ୱାର୍ଲ୍ଡ କପର ମୁକୁଟ ପିନ୍ଧିଥିଲା । 1983 ମସିହା ଆଜିର ଦିନରେ ଲର୍ଡସରେ ଭାରତୀୟ କ୍ରିକେଟ ଟିମ୍ ଦୁଇ ଦୁଇ ଥର ୱାର୍ଲ୍ଡ କପ ବିଜୟୀ ୱେଷ୍ଟ ଇଣ୍ଡିଜକୁ ମାତ୍ ଦେଇ ICC ବିଶ୍ବ କପ ହାତେଇଥିଲା । କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି ଏକ ରୋମାଞ୍ଚକର ଦିନ ।

ଭାରତ ପ୍ରଥମ କରି ବିଶ୍ବକପ ମୁକୁଟ ପିନ୍ଧିବା ପରେ ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମ ଇଣ୍ଡିଆ.. ଇଣ୍ଡିଆ.. ଇଣ୍ଡିଆ... ଶବ୍ଦରେ ପ୍ରକମ୍ପିତ ହୋଇଥିଲା, ଯାହାର ସତେଜ ଚିତ୍ର ଆଜିବି ଉଜ୍ଜିବୀତ । 38 ବର୍ଷ ତଳେ କ୍ରିକେଟ୍ ବିଶ୍ୱକପ୍ ବିଜୟୀ ଭାବେ କପିଲ ଦେବ ପ୍ରଥମ ଭାରତୀୟ ଅଧିନାୟକ ହୋଇଥିଲେ । ଫାଇନାଲ ମ୍ୟାଚରେ ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲା । ଏହା ପୂର୍ବରୁ ଇଣ୍ଡିଜ ଦୁଇ ଦୁଇ ଥର ୱାର୍ଲ୍ଡ କପ ଜିତିସାରି ଥିବାବେଳେ ହ୍ୟାଟ୍ରିକ ଲକ୍ଷ୍ୟରେ ଥିଲା । କିନ୍ତୁ ଭାରତର ବୋଲିଂ ଲାଇନ୍ ସେତେବେଳେ ୱେଷ୍ଟ ଇଣ୍ଡିଜକୁ ଧୂଳି ଚଟାଇ ଦେଇଥିଲା ।

ପ୍ରଥମେ ବ୍ୟାଟିଂ କରି ଭାରତ 54.5 ଓଭରରେ 183 ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଭାରତୀୟ କ୍ରିକେଟରଙ୍କ ମଧ୍ୟରୁ କ୍ରିସ ଶ୍ରୀକାନ୍ତ ସର୍ବାଧିକ 38 ରନ୍ କରିଥିଲେ । ମାତ୍ର ବିଶ୍ବ କପର ଫାଇନାଲ ମ୍ୟାଚରେ ଭାରତର ରନ୍ ରେଟ୍ କ୍ରିକେଟ ପ୍ରେମୀଙ୍କୁ ଖୁସି କରିପାରି ନ ଥିଲା । ଏହାପରେ ଭାରତର ଘାତକ ବୋଲିଂ ଧିରେ ଧିରେ ୱାର୍ଲଡ କପ ସ୍ବପ୍ନକୁ ବାସ୍ତବା ଆଡକୁ ଅଗ୍ରସର କରିଥିଲା । କାରଣ 183 ରନର ଟାର୍ଗେଟ ଆଗରେ ଇଣ୍ଡିଜ ବାହିନୀ ମାତ୍ର 140 ରନ୍ କରି ପାଭିଲିଅନ୍ ଫେରି ଯାଇଥିଲା ଏବଂ 43 ରନରେ ଇଣ୍ଡିଜକୁ ମାତ୍ ଦେଇ ଭାରତ ପ୍ରଥମ ଥର ପାଇଁ ବିଶ୍ବକପର ବିଜୟ ମୁକୁଟ ପିନ୍ଧି ଇତିହାସ ସୃଷ୍ଟି କରିଥିଲା ।

@ANI

ABOUT THE AUTHOR

...view details