ଓଡିଶା

odisha

ETV Bharat / sports

ଦୃଷ୍ଟିବାଧିତ କ୍ରିକେଟରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ମହିଳାଙ୍କୁ 20 ଓ ପୁରୁଷଙ୍କୁ 15 ଲକ୍ଷ ସହାୟତା - ଆଇବିଏସ ବିଶ୍ବ କ୍ରୀଡା

ଦୃଷ୍ଟିବାଧିତ ମହିଳା ଓ ପୁରୁଷ ଖେଳାଳିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ବିଶ୍ବସ୍ତରରେ ଓଡିଶାକୁ ଗର୍ବିତ କରାଇଥିବାରୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଦୃଷ୍ଟିବାଧିତ କ୍ରିକେଟରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
cm felicitates visually challenged cricketers

By ETV Bharat Odisha Team

Published : Sep 9, 2023, 8:43 AM IST

Updated : Sep 9, 2023, 12:01 PM IST

ଦୃଷ୍ଟିବାଧିତ କ୍ରିକେଟରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ବସ୍ତରରେ ଓଡିଶାକୁ ଗର୍ବିତ କରାଇଥିବା ଦୃଷ୍ଟିବାଧିତ ମହିଳା ଓ ପୁରୁଷ ଖେଳାଳିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଅନ୍ତର୍ଜାତୀୟ ସ୍ତରରେ ଗର୍ବିତ କରାଇଥିବାରୁ ପ୍ରଶଂସା କରିବା ସହ ଓଡିଶାର 4 ମହିଳା ଖେଳାଳି ଓ ତିନି ପୁରୁଷ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିବା ସହ ଅର୍ଥରାଶି ପ୍ରଦାନ କରିଛନ୍ତି । ମହିଳା କ୍ରିକେଟରଙ୍କୁ 20 ଲକ୍ଷ ଓ ପୁରୁଷ କ୍ରିକେଟରଙ୍କୁ 15 ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏମାନଙ୍କର କଠିନ ପରିଶ୍ରମ ଏବଂ ସଫଳତା ପାଇଁ ଆଜି ସାରା ଓଡ଼ିଆ ଗର୍ବିତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-IBSA World Games: ସ୍ବର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନିକଟରେ ଇଂଲଣ୍ଡରେ ଆୟୋଜିତ ଆଇବିଏସ ବିଶ୍ବ କ୍ରୀଡାରେ ଭାରତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ସ୍ବର୍ଣ୍ଣ ପଦକ ହାସଲ କରି ଭାରତକୁ ଗର୍ବିତ କରାଇଥିଲା । ଆଉ ଏହି ଦଳରେ ସାମିଲ ଥିଲେ ଓଡ଼ିଶାର ଫୁଲ ସୋରେନ, ବାସନ୍ତୀ ହାଂସଦା, ଝିଲି ବିରୁଆ ଓ ପଦ୍ମିନୀ ଟୁଡୁ । ଭାରତୀୟ ଦଳର ଏହି ବିରାଟ ସଫଳତା ପଛରେ ରହିଛି ୪ ଓଡ଼ିଶା ଖେଳାଳୀଙ୍କ ପ୍ରମୁଖ ଭୂମିକା ରହିଥିଲା । ଓଡିଶା ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ପୁରୁଷ ଟିମ ରୌପ୍ୟ ପଦକ ହାସଲ କରିଥିଲା । ଟିମରେ ତିନି ଜଣ ଓଡ଼ିଆ ସାମିଲ ଥିଲେ । ସେମାନେ ହେଲେ ଜାଫର ଇକବାଲ, ନାକୁଲା ବଡ଼ନାୟକ ଏବଂ ପଙ୍କଜ ଭୁଏ ।

ପୂର୍ବରୁ ବ୍ଲାଇଣ୍ଡ କ୍ରିକେଟ ଆସୋସିଏସନ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଅଭାବ ଅନଟନରେ ଦିନ କାଟିବା ସତ୍ତ୍ବେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି କ୍ରିକେଟର । ଗରିବ ପରିବାରରୁ ଆସିଥିବା ଏହି ପ୍ରତିଭା ଭୋକ ଉପବାସରେ ସମୟ ବିତାଇ ଆଜି ଓଡିଶାକୁ ଗର୍ବିତ କରାଇଛନ୍ତି । ଅଭାବ ଅନଟନରେ ଦିନ କାଟିଥିଲେ ମଧ୍ୟ କ୍ରିକେଟ ଖେଳିବା ପରଠାରୁ ଏମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ଓଡ଼ିଶା ଫେରିବା ପରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏତେ ବଡ଼ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭଲ ପ୍ରଦର୍ଶନ କରି କ୍ୟାରିଅର ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 9, 2023, 12:01 PM IST

ABOUT THE AUTHOR

...view details