କଟକ: ସିନିୟର କ୍ରିକେଟର ବସନ୍ତ ମହାନ୍ତିଙ୍କୁ ଶେଷ ମ୍ୟାଚରେ ବିଜୟ ଭେଟି ଦେଲେ ସାଥୀ ଖେଳାଳି । ରଣଜୀ ଟ୍ରଫିର ଶେଷ ମ୍ୟାଚରେ ଜିତିଲା ଓଡିଶା । ବେଙ୍ଗଲକୁ 7 ୱିକେଟରେ ହରାଇ ରଣଜୀ ଅଭିଯାନ ଶେଷ କରିଛି ଓଡିଶା କ୍ରିକେଟ ଟିମ । ସୁନୀଲ ରାଉଳଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବେଙ୍ଗଲକୁ ପରାଜୟର ଦ୍ବାର ଦେଖାଇଛି ଓଡିଶା ।
ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ତାର ପ୍ରଥମ ପାଳିରେ 265 ରନ କରିଥିଲା । ପ୍ରଥମ ପାଳିରେ ପଶ୍ଟିମବଙ୍ଗକୁ ୧୦୦ ରନରେ ଅଟକାଇଥିଲେ ଓଡିଶା ବୋଲର । ଓଡିଶା ପ୍ରଥମ ପାଳି ବ୍ୟାଟିଂ କରି ପଶ୍ଚିମବଙ୍ଗକୁ ଫୋଲଅନ୍ ଦେଇଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି । ଓଡିଶା ବୋଲରଙ୍କ ଘାତକ ବୋଲିଂ ଆଗରେ ପ୍ରଥମ ପାଳିରେ ପଶ୍ଚିମବଙ୍ଗ ମାତ୍ର ୧୦୦ ରନ କରିପାରିଥିଲା । ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ସୁନିଲ ରାଉଲ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ବସନ୍ତ ମହାନ୍ତି ଏବଂ ପ୍ରୟାସ ସିଂହ ଗୋଟିଏ ୱିକେଟ ନେଇଥିଲେ । ଦ୍ବିତୀୟ ପାଳିରେ ବେଙ୍ଗଲ ୨୭୬ ରନ କରି ଅଲଆଉଟ ହୋଇଥିଲା । ଦ୍ବିତୀୟ ପାଳିରେ ସୁନିଲ ରାଉଲ ସର୍ବାଧିକ ୬ ଟି ୱିକେଟ ଅକ୍ତିଆର କରିଥିଲେ ।
ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଓଡିଶା । ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅର୍ଦ୍ଧଶତକ ବଳରେ ଓଡିଶା ପ୍ରଥମ ପାଳିରେ ୨୬୫ ରନ କରିବାରେ ସକ୍ଷମ ହୋଇପାରିଥିଲା । ଓଡିଶା ପ୍ରଥମ ୱିକେଟ ବେଳକୁ ୨୬ ରନ ସଂଗ୍ରହ କରିଥିଲା । ଓପନର ଅନୁରାଗ ଷଡଙ୍ଗୀ ୧୫ ରନ କରି ଆଉଟ ହୋଇଥିଲେ । ଏହା ପରେ ଶାନ୍ତନୁ ମିଶ୍ର ଏବଂ ସନ୍ଦୀପ ପଟ୍ଟନାୟକ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ଶାନ୍ତନୁ ମିଶ୍ର ୪୨ ରନ କରି ଆଉଟ ହୋଇଥିଲେ । ସେହିପରି ସନ୍ଦିପ ପଟ୍ଟନାୟକ ୩୦ ରନ କରି ପାଭଲିୟନ ଫେରିଥିଲେ । ଏହା ପରେ ମଇଦାନରେ ପାଳି ସମ୍ଭାଳିଥିଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି । ସେ ୯ ଟି ଚୌକା ସହିତ ୬୭ ରନ ଇନିଂସ ଖେଳିଥିଲେ । ଗୋବିନ୍ଦ ପୋଦ୍ଦାର ୧୭ ରନ, ରାଜେଶ ଧୁପର ୧୫ ରନ, ବସନ୍ତ ମହାନ୍ତି ୧୫ ରନ, ସୁନିଲ ରାଉଲ ୨୪ ରନ, ସୂର୍ଯ୍ୟକାନ୍ତ ପ୍ରଧାନ ୨୨ ରନ କରିଥିଲେ । ଦ୍ବିତୀୟ ପାଳିରେ ଓଡିଶା ବିଜୟ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିଲା । ଅନୁରାଗ ଷଡଙ୍ଗୀ ସର୍ବାଧିକ ୩୭ ରନର ଇନିଂସ ଖେଳିଥିଲେ । ଓଡିଶା ୨୨.୨ ଓଭରରେ ୧୧୨ ରନ କରି ବିଜୟ ହାସଲ କରିଥିଲା । ଶୁଭ୍ରାଂଶୁ ସେନାପତି ୨୨ ରନ, ସନ୍ଦିପ ପଟ୍ଟନାୟକ ୨୮ ରନ, ରାକେଶ ପଟ୍ଟନାୟକ ୨୦ ରନ କରିଥିଲେ । ସେପଟେ ଏହି ମ୍ୟାଚରେ 3 ଟି ୱିକେଟ ନେଇ ନିଜ କ୍ୟାରିୟର ଶେଷ କରିଛନ୍ତି ଓଡିଶାର ଅନୁଭବୀ କ୍ରିକେଟର ବସନ୍ତ ମହାନ୍ତି । ରଣଜୀ ସିଜନରେ 400 ୱିକେଟ କ୍ଲବରେ ସାମିଲ ହେବା ପରେ ଏହି ମ୍ୟାଚରେ କ୍ରିକେଟକୁ ଅଲବିଦା କରିଛନ୍ତି ବସନ୍ତ ।
ଇଟିଭି ଭାରତ, କଟକ