କଟକ: ରଣଜୀ ସିଜିନ ପାଇଁ ଆରମ୍ଭ ହେଲା ଓଡିଶା କ୍ରିକେଟ ଆସୋସିଏସନ(OCA)ର ପ୍ରସ୍ତୁତି କ୍ୟାମ୍ପ୍ । ଚଳିତ ମାସଠୁ BCCIର ଏହି ସମ୍ମାନଜନକ ଘରୋଇ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିଲାବେଳେ OCA ପକ୍ଷରୁ ଏଥିପାଇଁ ରଣନୀତି ଆରମ୍ଭ ହୋଇଛି । ଖେଳାଳିମାନଙ୍କୁ ଦୁଇଟି ସେଟ୍ରେ ଅଭ୍ୟାସ କରାଉଛନ୍ତି କୋଚ୍ ୱାସିମ ଜାଫର ।
Ranji Trophy: OCA କ୍ୟାମ୍ପ୍ ଆରମ୍ଭ, ଜାଫର୍ଙ୍କ ଗୁରୁମନ୍ତ୍ରରେ ଜିତିବ ଓଡିଶା - ରଣଜୀ ସିଜିନ 2022
ରଣଜୀ ସିଜିନ ପାଇଁ ଆରମ୍ଭ ହେଲା ଓଡିଶା କ୍ରିକେଟ ଆସୋସିଏସନ(OCA)ର ପ୍ରସ୍ତୁତି କ୍ୟାମ୍ପ୍ । ଚଳିତ ମାସଠୁ BCCIର ଏହି ସମ୍ମାନଜନକ ଘରୋଇ ଟୁର୍ନାମେଣ୍ଟ ଆରମ୍ଭ ହେବ । ଅଧିକ ପଢନ୍ତୁ
ଏଥିସହ ଦଳର, ବୋଲିଂ କୋଚ୍ ଓ ଅନ୍ୟାନ୍ୟ ଷ୍ଟାଫ୍ ଦଳର ସମସ୍ତ ଦୁର୍ବଳତା ଦୂର କରିବାକୁ ଜୋର୍ଦାର ପ୍ରୟାସ ଚଳାଇଛନ୍ତି । ଘରୋଇ ସିଜିନ୍ ପୂର୍ବରୁ ସମସ୍ତ ବିଭାଗରେ ଟିମକୁ ଶକ୍ତିଶାଳୀ କରିବାକୁ ପ୍ରୟାସ ହେଉଛି । ଦଳ ପୂର୍ବରୁ ଖେଳିଥିବା ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ହେତୁ ଆସନ୍ତା ରଣଜୀ ସିଜିନ ନିଶ୍ଚୟ ଭଲ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ(OCA)। 2019-20 ରଣଜୀ ସିଜିନ୍ର କ୍ବାର୍ଟର-ଫାଇନାଲରେ ପହଞ୍ଚିଥିଲା ଟିମ ଓଡିଶା । ତେବେ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଡ୍ର ଓ ବେଙ୍ଗଲ ବିପକ୍ଷରେ ମ୍ୟାଚ୍ରେ ପରାଜୟ ପରେ ଟୁର୍ନାମେଣ୍ଟରୁ ବାଦ୍ ପଡିଥିଲା ।
ଇଣ୍ଡିଆନ ପ୍ରିମିୟର ଲିଗ୍(IPL) 2022 ପାଇଁ ଖେଳାଳି ନିଲାମରେ ଦୁଇ ଓଡ଼ିଆ ଖେଳାଳିଙ୍କ ନାମ ଚୂଡାନ୍ତ ନିଲାମ ତାଲିକାରେ ରହିଥିବାରୁ ସେମାନେ ଆଇପିଏଲ ଖେଳନ୍ତୁ ବୋଲି ଆଶା ରଖିଛନ୍ତି ପୂର୍ବତନ ଓଡିଶା କ୍ରିକେଟର ପୱନ ଅଗ୍ରୱାଲ ।
କଟକରୁ ପ୍ରଭୁ କଲ୍ୟାଣ୍ ପାଲ୍, ଇଟିଭି ଭାରତ