ଓଡିଶା

odisha

ETV Bharat / sports

ଧୋନିଙ୍କ ବିନା ଚେନ୍ନାଇ ସୁପରକିଙ୍ଗ୍ସର ପରିକଳ୍ପନା ଅସମ୍ଭବ: ଏନ୍‌ ଶ୍ରୀନିବାସନ - ଏନ ଶ୍ରୀନିବାସନ

ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଚେନ୍ନାଇ ସୁପର କିଙ୍ଗ୍ସର ପରିକଳ୍ପନା କରାଯାଇ ନପାରେ, ଏହା କହିଛନ୍ତି ଇଣ୍ଡିଆ ସିମେଣ୍ଟ୍‌ସ ଲିମିଟେଡ୍‌(ICL) ର ଉପ-ସଭାପତି ତଥା ମ୍ୟାନେଜିଂ ଡାଇରେକ୍ଟର ଏନ ଶ୍ରୀନିବାସନ । ଅଧିକ ପଢନ୍ତୁ...

No CSK without Dhoni, no Dhoni without CSK: N Srinivasan
ଧୋନିଙ୍କ ବିନା ଚେନ୍ନାଇ ସୁପରକିଙ୍ଗ୍ସର ପରିକଳ୍ପନା ଅସମ୍ଭବ: ଏନ୍‌ ଶ୍ରୀନିବାସନ

By

Published : Oct 19, 2021, 3:41 PM IST

ଚେନ୍ନାଇ:ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଚେନ୍ନାଇ ସୁପର କିଙ୍ଗ୍ସର ପରିକଳ୍ପନା କରାଯାଇ ନପାରେ, ଏହା କହିଛନ୍ତି ଇଣ୍ଡିଆ ସିମେଣ୍ଟ୍‌ସ ଲିମିଟେଡ୍‌(ICL)ର ଉପ-ସଭାପତି ତଥା ମ୍ୟାନେଜିଂ ଡାଇରେକ୍ଟର ଏନ ଶ୍ରୀନିବାସନ ।

ପୂର୍ବତନ BCCI ମୁଖ୍ୟ ଶ୍ରୀନିବାସନ ଏହା ମଧ୍ୟ କହିଛନ୍ତି, ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ ଅଲଗା କରାଯାଇ ନପାରେ । ମହାନ କ୍ରିକେଟର ଧୋନି ଓ CSK ଫ୍ରାଞ୍ଚାଇଜ ସହ ନିଆରା ସଂପର୍କ ନେଇ ସେ ଏପରି ମତ ରଖିଛନ୍ତି ।

ଧୋନିଙ୍କ ନେତୃତ୍ବରେ ନିକଟରେ CSK ଚତୁର୍ଥ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଟାଇଟେଲ ବିଜେତା ହୋଇଛି। ଗତ ସଂସ୍କରଣରେ ନିରାଶଜନକ ପ୍ରଦର୍ଶନ ସହ ପ୍ରଥମ ଟିମ ଭାବେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲା ଚେନ୍ନାଇ । ମାତ୍ର ଦମଦାର ପ୍ରତ୍ୟାବର୍ତ୍ତନ ସହ IPL ୨୦୨୧ ଟାଇଟେଲ ବିଜେତା ହୋଇଥିଲା CSK ।

"ଧୋନି CSK, ଚେନ୍ନାଇ ଓ ତାମିଲନାଡୁର ଅଂଶବିଶେଷ । ଧୋନିଙ୍କ ବିନା CSK କିମ୍ବା CSK ବିନା ଧୋନିଙ୍କ ପରିକଳ୍ପନା କରାଯାଇପାରେନା ।" IPL ଟ୍ରଫି ସହ ଶ୍ରୀନିବାସନ ପ୍ରଭୁ ଭେଙ୍କଟଚଲପତିଙ୍କ ମନ୍ଦିର ପରିଦର୍ଶନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା କହିଛନ୍ତି ।

୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ CSK ଫ୍ରାଞ୍ଚାଇଜର ମାଲିକାନା ICL ହାତରେ ଥିଲା, ପରେ ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଲିମିଟେଡ୍‌କୁ ମାଲିକାନା ପରିବର୍ତ୍ତନ ହୋଇଥିଲା ।

ଧୋନିଙ୍କ ନେତୃତ୍ବରେ CSK ଗତ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ IPL ଟ୍ରଫି ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details