ଓଡିଶା

odisha

ETV Bharat / sports

ପାକିସ୍ତାନରେ ଆକ୍ରମଣର ଶିକାର ହୋଇଥିଲେ ଏହି କ୍ରିକେଟର, ଏବେ କୋଚିଂ ଷ୍ଟାଫ୍‌ - ପାକିସ୍ତାନ କ୍ରିକେଟ ବୋର୍ଡ

ଅଠର ବର୍ଷ ପରେ ପାକିସ୍ତାନରେ ପହଞ୍ଚିଲା ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌ । ଅଧିକ ପଢନ୍ତୁ...

New Zealand arrive in Pakistan after 18 years, but ODI series not a part of Super League
ପାକିସ୍ତାନରେ ଆକ୍ରମଣର ଶିକାର ହୋଇଥିଲେ ଏହି କ୍ରିକେଟର, ଏବେ କୋଚିଂ ଷ୍ଟାଫ୍‌

By

Published : Sep 11, 2021, 8:16 PM IST

ଇସଲାମାବାଦ: ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ଟିମ । ଏହି ଗସ୍ତରେ ଉଭୟ ଟିମ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ ୫ ଟିକିଆ ଟି୨୦ ସିରିଜ ଖେଳାଯିବ । ଟମ୍‌ ଲାଥମଙ୍କ ନେତୃତ୍ବରେ ଶନିବାର ଇସଲାମବାଦ ବିମାନବନ୍ଦରରେ ପହଞ୍ଚିଛି ନ୍ୟୁଜିଲାଣ୍ଡ ଟିମ । ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ରୁ ଅଭ୍ୟାସ ଆରମ୍ଭ କରିବ ଟିମ । ତେବେ ଏହାପୂର୍ବରୁ ଟିମ ହୋଟେଲ୍‌ରେ ୩ଦିନ ବାଧ୍ୟତାମୂଳକ ଆଇସୋଲେସନରେ ରହିବେ ଭ୍ରମଣକାରୀ ଟିମର ସମସ୍ତ ସଦସ୍ୟ ।

କରାଚୀରେ ଟିମ ହୋଟେଲ ବାହାରେ ବୋମା ବିସ୍ଫୋରଣ ପରେ ନ୍ୟୁଜିଲାଣ୍ଡ ବର୍ଷ ୨୦୦୨ରେ ନ୍ୟୁଜିଲାଣ୍ଡ ଗସ୍ତ ବାତିଲ କରିଥିଲା । ଦ୍ବିତୀୟ ଟେଷ୍ଟ ଆରମ୍ଭର ଦୁଇ ଘଣ୍ଟା ପୂର୍ବରୁ ଏହି ବିସ୍ଫୋରଣ ଘଟିଥିଲା । ଏହାପରେ ବ୍ଲାକକ୍ୟାପ୍‌ସ ଟିମ ୨୦୦୩ରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା, ଯାହାକି ଶେଷ ପାକିସ୍ତାନ ଗସ୍ତ ଥିଲା ।

ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ଥିଲନ ସମରବୀରା

୨୦୨୧ ଗସ୍ତ ମଧ୍ୟ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ଥିଲନ ସମରବୀରାଙ୍କୁ ପାକିସ୍ତାନ ମାଟିକୁ ଫେରାଇଆଣିଛି । ୨୦୦୯ରେ ଲାହୋରର ଗଦ୍ଦାଫି ଷ୍ଟାଡିୟମ ନିକଟରେ ଶ୍ରୀଲଙ୍କା ଟିମ ପାକିସ୍ତାନରେ ସେନା ଆକ୍ରମଣର ଶିକାର ହୋଇଥିଲା । ଏହାପରେ ତୁରନ୍ତ ଶ୍ରୀଲଙ୍କା ଟିମ ଗସ୍ତ ବାତିଲ କରିଥିଲା । ସମରବୀରା ସେତେବେଳେ ଆକ୍ରମଣର ଶିକାର ହୋଇଥିବା ଶ୍ରୀଲଙ୍କା ଟିମର ସଦସ୍ୟ ରହିଥିଲେ । ତାଙ୍କର ବାମ ଜଙ୍ଘରେ ଗୁଳି ବାଜିଥିଲା ଓ ଅପରେସନର ପ୍ରାୟ ୩ ମାସ ପରେ ବୁଲେଟ୍‌ ବାହାର କରାଯାଇଥିଲା । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟିମର କୋଚିଂ ଷ୍ଟାଫ୍‌ ରହିଛନ୍ତି ସମରବୀରା ।

ରାୱଲପିଣ୍ଡିରେ ସେପ୍ଟେମ୍ବର ୧୭, ୧୯, ୨୧ରେ ଖେଳାଯିବାକୁ ଥିବା ୩ଟି ଦିନିକିଆ ମ୍ୟାଚ୍‌ ICC ଦିନିକିଆ ସୁପର ଲିଗ୍‌ ଅନ୍ତର୍ଭୁକ୍ତ ହେବନାହିଁ ବଂର କେବଳ ଏକ ଦ୍ବିପାକ୍ଷିକ ସିରିଜ ଭାବେ ଖେଳାଯିବ । ପାକିସ୍ତାନ ୯ଟି ମ୍ୟାଚରୁ ୪ଟି ବିଜୟ ସହିତ ୪୦ ପଏଣ୍ଟ ସହ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ସେହିପରି ନ୍ୟୁଜିଲାଣ୍ଡ ୩ଟି ମ୍ୟାଚରୁ ୩୦ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details