ଓଡିଶା

odisha

ETV Bharat / sports

T20 World Cup : ନେଦରଲାଣ୍ଡସର ବ୍ୟାଟିଂ ବିପର୍ଯ୍ୟୟ, ପାକିସ୍ତାନକୁ ୯୨ ରନର ଟାର୍ଗେଟ

ନେଦରଲାଣ୍ଡର ସ୍କୋର ବୋର୍ଡ ତିନି ଅଙ୍କ ଛୁଇଁବାରେ ବିଫଳ ହୋଇଛି । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୯୧ ରନ କରିଛି ନେଦରଲାଣ୍ଡସ । ଚଳିତ T20 ବିଶ୍ବକପରେ ଏହା ସବୁଠୁ କମ୍ ସ୍କୋର । ଅଧିକ ପଢନ୍ତୁ

T20 World Cup : ନେଦରଲାଣ୍ଡସର ବ୍ୟାଟିଂ ବିପର୍ଯ୍ୟୟ, ପାକିସ୍ତାନକୁ ୯୨ ରନର ଟାର୍ଗେଟ
T20 World Cup : ନେଦରଲାଣ୍ଡସର ବ୍ୟାଟିଂ ବିପର୍ଯ୍ୟୟ, ପାକିସ୍ତାନକୁ ୯୨ ରନର ଟାର୍ଗେଟ

By

Published : Oct 30, 2022, 3:15 PM IST

ପର୍ଥ : ନେଦରଲାଣ୍ଡସର ବ୍ୟାଟିଂ ବିପର୍ଯ୍ୟୟ । ପାକିସ୍ତାନ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା ନେଦରଲାଣ୍ଡସ । ନେଦରଲାଣ୍ଡସର ସ୍କୋର ବୋର୍ଡ ତିନି ଅଙ୍କ ଛୁଇଁବାରେ ବିଫଳ ହୋଇଛି । ନେଦରଲାଣ୍ଡସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୯୧ ରନ କରିଛି । ଚଳିତ T20 ବିଶ୍ବକପରେ ଏହା ସବୁଠୁ କମ୍ ସ୍କୋର ।

ନେଦରଲାଣ୍ଡସ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଶାଦବ ଖାନଙ୍କ ଶାଣିତ ବୋଲିଂ ନେଦରଲାଣ୍ଡସ ବ୍ୟାଟିଂ ବିଭାଗର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ନେଦରଲାଣ୍ଡସର କୌଣସି ବ୍ୟାଟର ବଡ ସଟ୍ ଖେଳି ପାରିନାହାଁନ୍ତି । କୋଲିନ ଆକେରମନ୍ ଓ ଅଧିନାୟକ ସ୍କୋଟ ଏଡୱାଡ୍ସଙ୍କ ଇନିଂସ ବଳରେ ଦଳ ମାତ୍ର ୯୧ ରନ କରିବାରେ ସଫଳ ହୋଇପାରିଛି । ଅନ୍ୟ ୯ ଜଣ ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ମଧ୍ୟ ବିଫଳ ହୋଇଥିଲେ ।

ପ୍ରଥମରୁ ହିଁ ନେଦରଲାଣ୍ଡସର ବ୍ୟାଟିଂ ବିପର୍ଯ୍ୟୟ ଦେଖାଦେଇଥିଲା । ପରେ କୋଲିନ ଆକେରମନ୍ ଓ ଅଧିନାୟକ ସ୍କୋଟ ଏଡୱାଡ୍ସ ମଇଦାନକୁ ଆସି କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ । ହେଲେ ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ବିଫଳ ହୋଇଥିଲେ । ଆକେରମନ୍ ୨୭ ରନ କରିଥିବା ବେଳେ ଏଡୱାଡ୍ସ ୧୫ ରନ କରି ଆଉଟ ହୋଇଥିଲେ । ସେପଟେ ପାକସ୍ତାନର ଶାଦବ ଖାନ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ମହମ୍ମଦ ୱାସିମ ୨ ୱିକେଟ ଏବଂ ହରିଶ ରୌଫ ଓ ସାହିନ ଆଫ୍ରିଦି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ନସିମ ଶାହା ୪ ଓଭର ବୋଲିଂ କରି ୧୧ ରନ ବ୍ୟୟରେ ଗୋଟିଏ ମାତ୍ର ୱିକେଟ ନେଇଛନ୍ତି । ସେପଟେ ପାକିସ୍ତାନ ୯୨ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ।

ABOUT THE AUTHOR

...view details