ଦୁବାଇ:ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମର କ୍ୟାପଟେନ୍ ମିତାଲି ରାଜ ସଦ୍ୟ ପ୍ରକାଶିତ ICC ମାନ୍ୟତାରେ ଶୀର୍ଷ ସ୍ଥାନକୁ ଲମ୍ଫ ମାରିଛନ୍ତି । ଇଂଲଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ କ୍ରମାଗତ 3ଟି ଅର୍ଦ୍ଧଶତକ ମିତାଲିଙ୍କୁ ନମ୍ବର 1ରେ ପହଞ୍ଚାଇଛି । ଫଳରେ 22 ବର୍ଷର ଦୀର୍ଘ ଅନ୍ତର୍ଜାତୀୟ କ୍ୟାରିୟରରେ ଅଷ୍ଟମ ଥର ପାଇଁ ICC ମହିଳା ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି ଭେଟେରାନ ଭାରତୀୟ ବ୍ୟାଟର ।
38ବର୍ଷୀୟା ମିତାଲି ପ୍ରଥମ ଦିନିକିଆରେ 72, ଦ୍ବିତୀୟ ଦିନିକିଆରେ 59 ଓ ତୃତୀୟ ଦିନିକିଆରେ ଅପରାଜିତ 75 ରନର ଇଂନିସ ଖେଳି ଭାପତକୁ ବିଜୟ ଦେଇଥିଲେ । ଫଳରେ ସଦ୍ୟ ପ୍ରକାଶିତ ମାନ୍ୟତାରେ 4ଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି ।
ଇଂଲଣ୍ଡ ଗସ୍ତ ଆରମ୍ଭ ସମୟରେ ସେ ଅଷ୍ଟମ ସ୍ଥାନରେ ଥିଲେ । ମାତ୍ର ଦିନିକିଆ ସିରିଜରେ ମୋଟ 206 ରନ ସହ ସିରିଜର ସର୍ବାଧିକ ରନ ସଂଗ୍ରହକାରୀ ହେବାପରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବର୍ଷ 2018ରେ ଶେଷଥର ପାଇଁ ଏହି ସ୍ଥାନରେ ସେ ପହଞ୍ଚିଥିଲେ ।