ଓଡିଶା

odisha

ETV Bharat / sports

ENGW vs INDW: ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଲେ ମିତାଲି - ଶେଫାଳି ବର୍ମା

ଇଂଲଣ୍ଡ ମହିଳା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ନିର୍ଦ୍ଧାରିତ 20 ଓଭରରେ 201 ରନ ସଂଗ୍ରହ କରିଛି । ଅଧିନାୟିକା ମିତାଲି ରାଜ୍‌ 72 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଅଧିକ ପଢନ୍ତୁ...

Mithali going strong after 22 years, scores 72 to take India to 201/8
ENGW vs INDW: ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଲେ ମିତାଲି

By

Published : Jun 27, 2021, 9:14 PM IST

ବ୍ରିଷ୍ଟଲ: ଭାରତୀୟ ମହିଳା ଟିମ କ୍ୟାପଟେନ ମିତାଲି ରାଜ ରବିବାର ସଚିନ ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ଅନ୍ତର୍ଜାତୀୟ କ୍ରିକେଟର ଭାବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ 22 ବର୍ଷ ପୂରଣ କରିଛନ୍ତି । ଇଂଲଣ୍ଡ ମହିଳା ବିପକ୍ଷ ପ୍ରଥମ ଦିନିକିଆରେ ମିତାଲି 72 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହ ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ 20 ଓଭରରେ 201 ରନ ସଂଗ୍ରହ କରିଛି ।

ଇଂଲଣ୍ଡ ଟସ ଜିତିବା ପରେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମାନ୍ଧାନାଙ୍କ ୱିକେଟ ଶ୍ରୀଘ୍ର ହରାଇ ସଙ୍କଟରେ ପଡିଥିଲା ଭାରତ । 10ମ ଓଭର ସୁଦ୍ଧାର ଭ୍ରମଣକାରୀ ଭାରତର ସ୍କୋର 27/2 ରହିଥିଲା । ପରେ ମିତାଲି ତୃତୀୟ ୱିକେଟ ଯୋଡିରେ ପୁନମ ରାଉତଙ୍କ ସହ ମିଶି 56 ରନର ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ ଓ ଦିପ୍ତୀ ଶର୍ମାଙ୍କ ସହ ମିଶି ପଞ୍ଚମ ୱିକେଟ ଯୋଡିରେ 65 ରନ ଉଠାଇଥିଲେ । ଦିପ୍ତୀ 46 ବଲ୍‌ରୁ 30 ଓ ପୁନମ 61 ବଲ୍‌ରୁ 32 ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ ।

ଇଂଲଣ୍ଡ ପକ୍ଷରୁ ଦ୍ରୁତ ବୋଲର କାଥରିନ ବ୍ରଣ୍ଟ ଓ ଅନ୍ୟା ଶ୍ରୁବସୋଲେ ଦୁଇଟି ଲେଖାଏଁ ୱିକେଟ ହାସଲ କରିଥିଲେ । ବାମହାତୀ ସ୍ପିନର ସୋଫି ଏକଲେଷ୍ଟୋନ 40 ରନ୍‌ ବ୍ୟୟରେ 3ଟି ୱିକେଟ ଅକ୍ତିଆର କରି ସଫଳତମ ବୋଲର ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details