ମୁମ୍ବାଇ:ଡିୱାଇ ପାଟିଲ ଷ୍ଟାଡିୟମରେ ଜାରି ରହିଥିବା IPL 2022ର ୩୩ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୫୬ ରନ୍ ଟାର୍ଗେଟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଇନିଂସ ଆରମ୍ଭରୁ ହିଁ ପ୍ରଥମ ଓଭର ଦ୍ବିତୀୟ ବଲ୍ରେ ମୁମ୍ବାଇ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ତିଲକ ବର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଦଳ ୧୫୫ ରନ୍ କରିବାକୁ ସକ୍ଷମ ହୋଇଛି ।
ଇଶାନ କିଷନ ମଧ୍ୟ ପ୍ରଥମ ଓଭରର ପଞ୍ଚମ ବଲ୍ରେ ଆଉଟ ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ କିଛି ସମୟ ପିଚ୍ରେ ବିତାଇ ବଡ଼ ସଟ୍ ଖେଳିଥିଲେ । ତେବେ ବଡ଼ ସ୍କୋର୍ କରିବାରେ ସକ୍ଷମ ହୋଇ ପାରିନଥିଲେ । ସେ ମାତ୍ର ୩୨ ରନ୍ ହିଁ କରିବାକୁ ସକ୍ଷମ ହୋଇଥିଲେ । ଏହାପରେ ତିଲକ ବର୍ମା ଲଢ଼ଆ ପ୍ରଦର୍ଶନ କରି ଦଳକୁ ଏକ ସମ୍ମାନଜନକ ସ୍କୋର୍ ଆଡ଼କୁ ନେଇ ଯାଇଥିଲେ । ସେ ୪୩ ବଲ୍ରେ ୫୧ ରନ୍ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ୱିକେଟ ହରାଇ ମାତ୍ର ୧୫୫ ରନ୍ କରିବାକୁ ହିଁ ସକ୍ଷମ ହୋଇଥିଲା ।