ଓଡିଶା

odisha

ETV Bharat / sports

ଡବଲହେଡର ଦ୍ବିତୀୟ ମୁକାବିଲା: ବିଜୟ ଲକ୍ଷ୍ୟରେ ଦିଲ୍ଲୀ, ପଞ୍ଜାବ

ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଆଇପିଏଲର ଏକାଦଶ ମ୍ୟାଚ । ଅଧିକ ପଢନ୍ତୁ...

By

Published : Apr 18, 2021, 4:28 PM IST

Match Preview: After demoralising losses DC, PBKS look for a win
ଡବଲହେଡର ଦ୍ବିତୀୟ ମୁକାବିଲା: ବିଜୟ ଲକ୍ଷ୍ୟରେ ଦିଲ୍ଲୀ, ପଞ୍ଜାବ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ଠାରୁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପରାସ୍ତ ହେବାପରେ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବିଜୟ ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ମଧ୍ୟ ଖେଳିଥିବା ଶେଷ ମ୍ୟାଚରେ ଚ଼େନ୍ନାଇ ସୁପର କିଙ୍ଗ୍ସ ଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା ।

ଋଷଭ ପନ୍ତଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମ୍ୟାଚରେ ସିଏସକେକୁ ହରାଇ ଧମାକାଦାର ବିଜୟରୁ ଟୁର୍ଣ୍ଣାମେଣ୍ଟ ଅଭିଯାନ ଆରମ୍ଭ କରିଥିଲା । ତେବେ ପରବର୍ତ୍ତୀ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାସ୍ତ ହୋଇଥିଲା ।

ରାଜସ୍ଥାନ ସାମ୍ନାରେ 147 ରନର ବିଜୟ ଲକ୍ଷ୍ୟ ରହିଥିଲା ଓ ମାତ୍ର 42 ରନରେ 5ଜଣ ଖେଳାଳିଙ୍କୁ ଆଉଟ କରି ପାଭିଲିୟନ ଫେରାଇ ଦେଇଥିଲେ ଦିଲ୍ଲୀ ବୋଲର । ମାତ୍ର ଶେଷରେ ହାତରୁ ମ୍ୟାଚ ଛଡାଇନେଇଥିଲା ରାଜସ୍ଥାନ ।

ଅନ୍ୟପଟେ କେଏଲ ରାହୁଲଙ୍କ ନେତୃତାଧୀନ ପଞ୍ଜାବକୁ ଗତ ଶୁକ୍ରବାର ଚେନ୍ନାଇ ନିର୍ଦ୍ଧାରିତ 20 ଓଭରରେ ମାତ୍ର 106/8ରୋକିବା ପରେ 6 ୱିକେଟରେ ସହଜ ବିଜୟ ହାସଲ କରିଥିଲା ।

ମ୍ୟାଚ ସନ୍ଧ୍ୟା 7.30ରେ ଆରମ୍ଭ ହେବ ।

ସ୍କ୍ବାଡ:

ପଞ୍ଜାବ କିଙ୍ଗ୍ସ: କେ.ଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ, ମନଦୀପ ସିଂ, ପ୍ରଭାସୀମରନ୍ ସିଂ, ନିକୋଲାସ୍ ପୁରନ, ସରଫରାଜ ଖାନ, ଦିପେନ୍ଦ୍ର ହୁଡା, ମୁରୁଗାଁ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ ବରାଡ଼, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ ଜୋର୍ଡାନ, ଡେଭିଡ ମଲାନ, ଜୋଏ ରିଚାର୍ଡସନ, ଶାହାରୁଖ ଖାନ, ରିଲେ ମେରେଡିଥ, ମୋଇସେସ ହେନ୍ରିକ୍ସ, ଜଲଜ ସକ୍ସେନା, ଉତ୍କଳ ସିଂ, ଫୈବିୟନ ଆଲେନ ଓ ସୌରଭ କୁମାର ।

ଦିଲ୍ଲୀ କ୍ୟାପିଟାଲ୍ସ :ଋଷଭ ପନ୍ତ (ଅଧିନାୟକ), ଶିଖର ଧୱନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାଣେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ, କ୍ରିସ୍ ୱର୍କ୍ସ, ଆର ଅଶ୍ବିନ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଏନରିଚ ନର୍କିଆ, ଇଶାନ୍ତ ଶର୍ମା, ଆବେଶ ଖାନ, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କୁରାନ, ସାମ ବିଲିଂନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details