ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି । ଅକ୍ଟୋବର 2020ରୁ ସେପ୍ଟେମ୍ବର 2021 ପର୍ଯ୍ୟନ୍ତ ସମୟ ଅବଧି ପାଇଁ କ୍ୟାପଟେନ ବିରାଟ କୋହଲି, ରୋହିତ ଶର୍ମା ଓ ଜଶପ୍ରୀତ ବୁମରାଙ୍କୁ ଶୀର୍ଷ ଗ୍ରେଡ୍ରେ ସାମିଲ କରିଛି ବୋର୍ଡ ।
ଏହି ତିନି ଖେଳାଳି ଏ+ ଗ୍ରେଡ୍ରେ ରହିଛନ୍ତି । ଫଳରେ ବାର୍ଷିକ 7 କୋଟି ଟଙ୍କା ଆୟ କରିବେ ।
ସେହିପରି 10ଜଣ ଖେଳାଳି 'ଏ' ଗ୍ରେଡ୍ରେ ରହିଛନ୍ତି ଯେଉଁମାନେ ପ୍ରତ୍ୟେକ 5 କୋଟି ଓ ' ବି' ଗ୍ରେଡ୍ରେ ଥିବା 5ଜଣ ଖେଳାଳି ପ୍ରତ୍ୟେକ 3 କୋଟି ଲେଖାଏଁ ଆୟ କରିବେ ।
10ଜଣ କ୍ରିକେଟର 'ସି' ଗ୍ରେଡ୍ରେ ରହିଛନ୍ତି, ସେମାନେ 1 କୋଟି ଲେଖାଏଁ ଆୟ କରିବେ ।
ନଜର ପକାନ୍ତୁ ସଂପୂର୍ଣ୍ଣ ତାଲିକା ଉପରେ: